The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Parameswar Ojha

Others

3  

Parameswar Ojha

Others

କାଗଜ ଗୁଡ଼ି

କାଗଜ ଗୁଡ଼ି

4 mins
12.6K



ଯୋଉ ସମୟ ଗୁଡା ହାତ ମୁଠାରୁ ଖସି ଚାଲି ଯାଇ ଥାଏ ।

ସେହି ସମୟରେ ସୁନ୍ଦର ସ୍ମୃତି ମାନ ମନକୁ ଖାଲି ରୋମାଞ୍ଚିତ କରି ଚାଲିଥାଏ ।

ସଦାନନ୍ଦ ବାବୁ ବୟସ ୬୫ ଉପରେ ହୋଇ ସାରିଲାଣି , ତଥାପି ନିଜକୁ ଯୋଗ ପ୍ରାଣାୟାମ କରି ସୁସ୍ଥ ସବଳ ରଖି ପାରିଛନ୍ତି । ସୁଲୋଚନା ଚାହା ଦେଇ ଚାଲିଗଲେଣି କେତେବେଳୁ । ସଦାନନ୍ଦ ଚାହା ପିଇ ସାରି ଟିକେ ସଂଧ୍ୟା ଭ୍ରମଣ ରେ ଯାଆନ୍ତି , ସବୁଦିନିଆ ଅଭ୍ୟାସ । ଆଜି କିନ୍ତୁ ଭଲ ଲାଗୁନି କୁଆଡେ ବି ଯିବାକୁ । ଇଛା ହେଉଛି ଘର ଭିତରେ ରହି ପିଲା ମାନଙ୍କୁ ଅନୁଭବ କରିବାକୁ । ଏଇ ଏବେ ଏବେ ତ ଛାଡି ଯାଇଛନ୍ତି ସେମାନଙ୍କ ମହକ ‌ । ଏବେବି ସାରା ଘରଟାକୁ ମହକାଇ ଦେଉଛି , ଆଉ ସେ ବାସ୍ନାରେ ବିଭୋର ହେଉଛନ୍ତି ସଦାନନ୍ଦ ବାବୁ । ଇଛା ହେଉଥିଲା ରାଣ ନିୟମ ପକାଇ ଆଉ କିଛି ଦିନ ଅଟକାଇ ରଖି ଥାଆନ୍ତେ ଛୁଆ ମାନଙ୍କୁ । ପୁଣି ଭାବିଲେ ତଥାପି ତ ସେମାନେ ଯିବେ ନାଁ ? ଅଧିକ ଦିନ ସେମାନଙ୍କ ଠାରେ ମୋହ ଲଗେଇ ଲାଭ କଣ ? ସେତେବେଳେ ପୁଣି ଅଧିକ କଷ୍ଟ ଅଧିକ ଯନ୍ତ୍ରଣା ହେବ ଭିତରେ ।

ସଦାନନ୍ଦ ବାବୁ ସରକାରୀ କୋଷାଧ୍ୟକ୍ଷ ଚାକିରୀ ଜୀବନରୁ ଅବସର ନେବା ଭିତରେ ପିଲା ମାନଙ୍କୁ ଢେର୍ ପାରିବାର କରି ସାରିଥିଲେ । ଦୁଇ ଝିଅ ଏକମାତ୍ର ପୁଅ ର ବାପା ସିଏ ।

ବଡ଼ ଝିଅ ସିଦ୍ଧି ଇଞ୍ଜିନିୟରିଂ ପଡ଼ିଲା ବେଳେ ସହପାଠୀ ଶୁଭଳେନ୍ଦୁ ଙ୍କୁ ଭଲ ପାଇ ଘରେ ଜଣାଇଲା । ଏବେ ସେ ଆମେରିକାରେ ରୁହେ ଶୁଭଳେନ୍ଦୁ ଙ୍କ ସହ , ଗୋଟିଏ ସରକାରୀ ଅନୁଷ୍ଠାନ ରେ ଦୁହେଁ ମିଶିକି କାମ କରନ୍ତି । ଗୋଟିଏ ଝିଅ ତାର ନାଁ ହରମାଇନୀ , ଏକଦମ୍ କଣ୍ଢେଇ ପରି ଦେଖିବାକୁ , ତା ହସ ରେ ସଦାନନ୍ଦ ଙ୍କ ପରି ହଜାରେ ଅଜା ବି ଘାଇଲା ହେବା ଥୟ । ଓଡ଼ିଆ ରେ ପଦୁଟିଏ ଶିଖିନି ସିଏ , ସଦାନନ୍ଦ ବାବୁ ହରମାଇନୀ ସହ ଇଂଲି ରେ କଥା ହୁଅନ୍ତି ।

ଆଉ ହରମାଇନୀ ଆସୁ ଆସୁ ' ଆଇ ଲଭ୍ ୟୁ ଗ୍ରାଣ୍ଡ ଫା ..' କହି ଦୁଇ ଗାଲରେ ଦୁଇଟି ଚୁମା ଦେଇ ଦିଏ । ଦିନ ମାନରେ ବୋଧେ ହରମାଇନୀ ପଚାଶ ଥର ଆଇ ଲଭ ୟୁ କହିଥିବ ଆଉ ଶହେ ରୁ ଅଧିକ ତା ଗ୍ରାଣ୍ଡ ଫା ଗାଲରେ ଚୁମା ଦେଇ ସାରିଥିବ । ଯୋଉଟା ସଦାନନ୍ଦ ବାବୁଙ୍କୁ ବହୁତ ଭଲ ଲାଗେ ପଚାରନ୍ତି ଇଂଲିଶ ରେ  "ମୋତେ କଣ ଏତେ ଥର ଆଇ ଲଭ ୟୁ କହି ଚୁମା ଦେଉଛୁ "

ହରମାଇନୀ କହେ -" ଆପଣ ପା ମୋ ବୟ ଫ୍ରେଣ୍ଡ୍ "

ତାପରେ ସମସ୍ତେ ଠୋ ଠୋ କରି ହସନ୍ତି ।

ସାନ ଝିଅ ରିଦ୍ଧି ବହୁତ ଚୁପ୍ ଚାପ୍ ସାଧାରଣ ସ୍ବଭାବ ର ଏତେ ସଜବାଜ ଆଧୁନିକତା ତାର ପସନ୍ଦ ନୁହେଁ । ତା ଚିନ୍ତା ଧାରା ଟିକେ ଅଲଗା , ସମାଜ ପାଇଁ କିଛି କରିବାର ସଂକଳ୍ପ ପିଲାଟି ବେଳୁ , ସେଥିପାଇଁ ସରକାରୀ ପ୍ରଶାସନିକ ସେବାରେ ପାଠ ପଢି ରାଜ୍ୟ ର ଟପ୍ ପାଞ୍ଚ ରେ ରହିବା ପରେ ଏବେ ସମ୍ମାନ ଜନକ ମର୍ଯ୍ୟାଦା ସମ୍ପନ ଆଇ ପି ଏସ୍ ଅଫିସର୍ ହୋଇ ମହାରାଷ୍ଟ୍ର ରେ ଏବେ ସେ କାର୍ଯ୍ୟରତା । ବୟସ ସତେଇଶି ବର୍ଷ ହେଲାଣି , ବାହା ସାହା କଥା ପଚାରିଲେ ଚିଡି ଚିଡି ହୁଏନି ବରଂ ଶାନ୍ତ ସ୍ଵଭାବ ରେ କହେ - " ସେମିତି କିଛି ବଡ଼ ପ୍ରଭାବ ଟେ ପଡେନି ଜୀବନରେ ବାହା ହୋଇଗଲେ । ମଣିଷ ଗୋଟେ ଆବଦ୍ଧ ପଞ୍ଜୁରୀ ରେ ରହିଯାଏ ସବୁଦିନ ପାଇଁ ଯୋଉଟା କି ମୁଁ ଯମା ବି ଚାହେଁନା , ମୁଁ ମୋର ପ୍ରତ୍ୟେକ ଟି ଇଛାକୁ ସ୍ବାଧୀନତା ର ତ ସହ ବଞ୍ଚିବାକୁ ଚାହେଁ । ଯୋଉଟା କି ସ୍ବାମୀ ନାମକ ମଣିଷ ଟି କେବେ ବି କରିବାକୁ ଦେବନି , ସେଥିପାଇଁ ମୁଁ ଅବିବାହିତା ରହିବାକୁ ପସନ୍ଦ କରୁଛି । ତେଣୁ ବାବା ମାମା ମୋତେ ତୁମେମାନେ ବାଧ୍ୟ କରି ଅଯଥା ସମୟ ନଷ୍ଟ କରନ୍ତୁନି ।"

ରିଦ୍ଧି ର ଏମିତି ଉତ୍ତର ରେ ସଦାନନ୍ଦ ବାବୁ ନୀରବ ରୁହନ୍ତି ତା ସହ ଅଧିକ ବଢନ୍ତିନି । ଜାଣନ୍ତି ରିଦ୍ଧି ସହ ସେ କଥାରେ ପାରିବେନି କେବେବି , ତାର ସିନା ସେ ବାପା ହେଲେ ସେ ଏମିତି ବୁଝାଇଦେବ ତାଙ୍କୁ ଯେମିତି  ତାଙ୍କ ଠୁଁ ବୟସରେ ଯଥେଷ୍ଟ ବଡ ମଣିଷ ଟେ ସେ

ମଝିଆ ପୁଅ ରୌନକ୍ , ଆସିଥିଲା ଏଇ ଏବେ ବୋହୂ ଶ୍ରୀମାନୀ ଆଉ ନାତି ସମ୍ୟକ୍ ସହ । ପନ୍ଦର ଦିନ ଛୁଟି କାଟିବା ପରେ କାଲି ଫେରିଲା ବାଙ୍ଗାଲୋର  ।

ବାଙ୍ଗାଲୋରରେ ସେ ଗୋଟେ ଖ୍ୟାତିସମ୍ପନ୍ନ କମ୍ପାନୀ ରେ ଉତ୍ପାଦନ ନିର୍ଦ୍ଦେଶକ ଅଛି ଆଉ ବୋହୂ ଶ୍ରୀମାନୀ ଗୋଟେ ବେସରକାରୀ କମ୍ୟୁଟର ଇନଷ୍ଟିଚ୍ୟୁଟ ରେ ଶିକ୍ଷୟିତ୍ରୀ ଅଛି ସେଇଟି । ସମ୍ୟକ୍ ପଢୁଛି ଷ୍ଟାଣ୍ଡାର୍ଡ ୪ ରେ ଭଲ ବିଚକ୍ଷଣ ଛୁଆଟେ ସେ । ଯେତେଦିନ ଘରେ ରହିବ ଖାଲି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ସଦାନନ୍ଦ ଆଉ ସୁଲୋଚନା ଙ୍କୁ ଅସ୍ତବ୍ୟସ୍ତ କରି ପକାଇବ ସେ । ସମ୍ୟକ୍ ସଦାନନ୍ଦ ଙ୍କୁ ଗ୍ରାଣ୍ଡ ଫା ଡାକେ ଆଉ ସୁଲୋଚନା ଙ୍କୁ ଡାକେ ସୁଲୁ ମାମା।

ଗ୍ରାଣ୍ଡ ଫା ଏଇଟା ଏମିତି କାହିଁକି ହୋଇଛି ?

ଗ୍ରାଣ୍ଡ ଫା ସେଇଟା ସେମିତି କାହିଁକି ହୋଇଛି ? ସେଇଟା କ'ଣ ? ଏଇଟା କ'ଣ ? ଏଇଟା ସେମିତି ସେଇଟା ଏମିତି ହୋଇଥିଲେ କଣ ହୋଇ ନଥାନ୍ତା ?........

ଏ ସୁଲୁ ମାମା ତମେ ଗ୍ରାଣ୍ଡ ଫା ଙ୍କୁ କାଇଁ ବାହା ହେଲ ?

ତମେ ପାଉଡର୍ କ୍ରିମ୍ କାଇଁ ଏତେ ଲଗଉଚ ଗ୍ରାଣ୍ଡ ଫା କାଇଁ ଲଗଉନାହାନ୍ତି । ଗ୍ରାଣ୍ଡ ଫା ଶୋଇଲାବେଳେ ତମେ କାହିଁକି ତାଙ୍କ ଗୋଡ଼ ମୋଡି ଦିଅ ଦେହ ହାତ ଘସି ଦିଅ , ସେ କାହିଁକି ତମ ବେଳକୁ ସେମିତି କରନ୍ତିନି ? .......................ଏମିତି କେତେ କ'ଣ ପ୍ରଶ୍ନ ସବୁ ଥାଏ ତାର କୁନି ମଗଜ ରେ । ଦିନେ ସଦାନନ୍ଦ ଙ୍କ ପାଖରେ ବସି କାର୍ଟୁନ୍ ଦେଖୁ ଦେଖୁ ପଚାରି ଦେଲା ଗ୍ରାଣ୍ଡ ଫା ତମ ନାଁ ସଦାନନ୍ଦ କାହିଁକି ହେଇଛି ? କାଇଁ ଅନ୍ୟ କିଛି ହେଲାନି ?

ସଦାନନ୍ଦ ସମ୍ୟକ୍ କୁ  ଭିଡିଆଣି ତା ଗାଲରେ ଗୋଟେ ଚୁମା ଦେଇ କୁହନ୍ତି " ମୋ‌ ନାଁ ସମ୍ୟକ୍ ହୋଇଥାନ୍ତା , ଯେହେତୁ ତୁମ ନାଁ ସମ୍ୟକ୍ ହେଲା ସେଥିପାଇଁ ମୋ ନାଁ ସଦାନନ୍ଦ ହେଲା ବୁଝିଲ ? "

ପୁଣି ଆଉ ଗୋଟେ ପ୍ରଶ୍ନ ଆରମ୍ଭ ସମ୍ୟକ୍ ର " ଗ୍ରାଣ୍ଡ ଫା ସେ ................. ?

ସଦାନନ୍ଦ ହସି ହସି ସମ୍ୟକ୍ କୁ ଗେଲ କରୁ କରୁ କୁହନ୍ତି -

" ତୁ ଗବେଷକ ହବୁରେ ଗବେଷକ ହେବୁ "

...

କେତେ ଖୁସି ରେ ଉଛୁଳି ପଡେ ଘରଟା ସତରେ ଏକଦମ୍ ପୁରି ଉଠେ ସମସ୍ତ ଙ୍କ ଚଳପ୍ରଚଳ ରେ ।

ହେଲେ ପୁଣି ଏକୁଟିଆ ଆଉ ନିରୋଳା ହୋଇ ଯାଆନ୍ତି ସଦାନନ୍ଦ ଆଉ ସୁଲୋଚନା । ପୁଅ ଝିଅଙ୍କୁ ଚାହିଁ କି ବି ଅଟକାଇ ପାରନ୍ତିନି ପାଖରେ ମନରେ କୋହ ଆଖି ରେ ଲୁହ ଆଉ ଓଠରେ ହସ ରଖି ବିଦ୍ୟାୟ ଦିଅନ୍ତି ସେମାନଙ୍କୁ ।

ସଦାନନ୍ଦ ବାବୁ ଜୀବନରେ ସବୁ ପାଇଛନ୍ତି । ଟଙ୍କା ପଇସା ଅଚଳାଚଳ ସମ୍ପତି , ମାନ ସମ୍ମାନ ପ୍ରତିପତ୍ତି ସବୁ । ହେଲେ ସବୁ ଥାଇ ବି କିଛି ନଥିଲା ଭଳି ଲାଗୁଛି ତାଙ୍କୁ ।

 କୈାଣସି କୁଡିଆ ଘରେ ପୁଅ ବୋହୁ ନାତି ନାତୁଣୀ ଙ୍କ ହସ ଖୁସି ରେ ବିଭୋର ହେଉଥିବା ବାପା ମା ଙ୍କୁ ଦେଖିଲେ ତାଙ୍କୁ କାହିଁକି ବହୁତ ଛୋଟ ଲାଗେ ତାଙ୍କ ପାଖରେ । 

ୟାଙ୍କ କୁଡିଆ ଟି ଆଗରେ ତାଙ୍କ ମହଲ ଟି ବହୁତ ଗରିବ ଗରିବ ଲାଗେ ।


Rate this content
Log in