Rasmita Dixit

Others

2  

Rasmita Dixit

Others

'କ' ଓ 'କା'

'କ' ଓ 'କା'

1 min
547


-- କେମିତି ଅଛ ? 'କ' ପଚାରିଲା 'କା' କୁ ।

-- "ଭଲ " ସଂକ୍ଷିପ୍ତ ଉତ୍ତର 'କା'ର । "ଆଉ ତୁମେ " ।

-- " ବଂଚିଛି " । ଦୀର୍ଘଶ୍ଵାସ ସହ ଉତ୍ତର ଦେଲା ' କ ' ।

-- ହୁଁ !!!! ଘରେ ସୁନ୍ଦରୀ ସ୍ତ୍ରୀ , ଆଉ ପୁଅ । ଗୋଟିଏ ସୁଖୀ ସଂସାର ପାଇଁ କଣ ଦରକାର ? ବିଦ୍ରୁପ କରି କହିଲା ' କା ' ।

-- ତାହେଲେ ତୁମେ ବହୁତ ଖୁସିରେ ଅଛ ? ତୁମର ମଧ୍ୟ ପରିପୂର୍ଣ୍ଣ ସଂସାର ।କଣ୍ଢେଇ ପରି ଦୁଇଟି ଝିଅ , ଉଚ୍ଚପଦସ୍ଥ ସ୍ୱାମୀ ..... ଜୀବନରେ ଆଉ କଣ ଦରକାର ????? ଉତ୍ତର ଅପେକ୍ଷା ରେ 'କ' ।


-- "ହଁ ମୁଁ ବହୁତ ଖୁସିରେ ଅଛି । କିଛିର ଅଭାବ ନାହିଁ । କେବଳ ଗୋଟିଏ କଥାକୁ ଛାଡି । ମ୍ଳାନ ମୁଖରେ ଉତ୍ତର ଦେଲା 'କ' ।


----ସେଇଟା କଣ ?


-- ସମୟ !!!! ନୀରବତାର ଗହ୍ୱର ମଧ୍ୟରୁ ଉତ୍ତର ଦେଲା ' କ ' ।


--- କିଛି ସମୟ ଚୁପ ରହିଲା 'କ ' । କେଉଁ ସମୟର କଥା କହୁଛ ???


---ମୁଁ ହଜେଇ ଦେଇଥିବା ସମୟ ।


   

  ---- ମୁଁ ବି ଖୋଜୁଛି ।

  

   --- କାହାକୁ ??

   

   ----- ମୋର ସ୍ୱପ୍ନକୁ ........ଯାହା ମୁଁ ଖୋଲା ଆଖିରେ ଦେଖିଥିଲି ଅନେକ ବର୍ଷ ତଳେ ।


   ----ଓଃ!!!!!!...............। ତମେ କଣ ଏବେ ବି ଭୁଲିନ???


   ----- ନିଜର ସ୍ପନ୍ଦନ କୁ କେହି ଭୁଲିପାରେ ????? କ୍ଷୀଣ କଣ୍ଠରେ କହିଲା ' କ' ।


   ----ସତ କଥା । ସେଦିନ ହୁଏତ ସମୟ ଠିକ ଥିଲା । ଆମ ଦୁର୍ବଳତାର ସୁଯୋଗ ନେଲା ଉଚ୍ଚ ସ୍ୱରରେ କଥା କହୁଥିବା କେଇଟା ପାଟି । ସମୟ ଠିକ ନାହିଁ ବୋଲି ଆମକୁ ବୁଝାଇ ଦେଇଥିଲେ ।


  --- ହଁ , ସେଦିନ ମଧ୍ୟ ଏମିତି ଏକ ସନ୍ଧ୍ୟା ଥିଲା । ମୁଣ୍ଡିଆ ଆରପଟେ ସୂର୍ଯ୍ୟ ମୁହଁ ଲୁଚାଇ ଦେଇଥିଲେ । ଗଛରୁ କେଇଟା ଫୁଲ ଝରି ପଡି ମାଟିରେ ମୁହଁ ଲୁଚାଇ କାନ୍ଦୁଥିଲେ । ପ୍ରାଯପତି ଟା ଭଗ୍ନ ଡେଣାରେ ଉଡ଼ି ନ ପାରି ବ୍ୟର୍ଥ ଚେଷ୍ଟା କରୁଥିଲା ।


 -- ,ଆଉ ଆମେ !!!!!!!


  ---ଦୁହେଁ ଦୁହିଁଙ୍କର ବିପରୀତ ଦିଗକୁ ମୁହଁ କରି ଚାଲିବା ଆରମ୍ଭ କରିଥିଲେ ।


  --- ଆଉଥରେ ସେଇ ସମୟଙ୍କୁ ଫେରି ପାରନ୍ତେ କି ??????

    କିଛି ଚମତ୍କାର ଯଦି ହୁଅନ୍ତା ଆମେ ପୁଣି ସେଇଠୁ ଏକାଠି  ବାଟ ଚାଲିବା ଆରମ୍ଭ କରନ୍ତେ !!!!!!!


--- ମୋ ସ୍ୱପ୍ନକୁ ମୁଁ ଫେରି ପାଆନ୍ତି କି ? ନୂଆ କରି ଦେଖିବା ଆରମ୍ଭ କରନ୍ତି ।

-- ସତରେ କଣ ଏମିତି ହୁଏ !!!! ଯଦି ହୁଏ ତାହେଲେ ଆମେ ଭୁଲ କରୁଛେ ବୋଲି ଆମ ସଂସାର କହିବ ।


--- ସେତେବେଳେ ଆମେ ଭୁଲ କରୁଥିଲେ ବୋଲି ଆଜି ବୁଝୁଛେ । ଭୁଲକୁ ଠିକ କରିବା ପାଇଁ ଚାଲ ଆଉଥରେ ଭୁଲ କରିବା ।


--ସତରେ କଣ ସ୍ୱପ୍ନକୁ ଖୋଜି ହୁଏ ନା ସମୟ କୁ ପାଇ ହୁଏ ????



-- ତାହେଲେ କଣ କରିବା ? ପଚାରିଲା 'କ ' ।


-- ମାନେ !!!


--- ସେତେବେଳେ ଆମେ ଭୁଲ ଥିଲେ ଏବେ ସମୟ ଠିକ ନାହିଁ ।


ଚତୁର୍ଦ୍ଦିଗରେ ଅସମ୍ଭବ ନୀରବତା ଘୋଟି ଯାଇଥିଲା । ଦୁହେଁ ପୁଣି ପରସ୍ପର ର ବିପରୀତ ଦିଗକୁ ମୁହଁ କରି ଚାଲିବା ଆରମ୍ଭ କଲେ ।


  **ରଶ୍ମୀତା ଦୀକ୍ଷିତ*** ®


Rate this content
Log in