STORYMIRROR

Rasmita Dixit

Others

2  

Rasmita Dixit

Others

କ ଓ କା

କ ଓ କା

1 min
462



  ---- ମୁଁ ବି ଖୋଜୁଛି ।

  

   --- କାହାକୁ ??

   

   ----- ମୋର ସ୍ୱପ୍ନକୁ ........ଯାହା ମୁଁ ଖୋଲା ଆଖିରେ ଦେଖିଥିଲି ଅନେକ ବର୍ଷ ତଳେ ।


   ----ଓଃ!!!!!!...............। ତମେ କଣ ଏବେ ବି ଭୁଲିନ???


   ----- ନିଜର ସ୍ପନ୍ଦନକୁ କେହି ଭୁଲିପାରେ ????? କ୍ଷୀଣ କଣ୍ଠରେ କହିଲା ' କ' ।


   ----ସତ କଥା । ସେଦିନ ହୁଏତ ସମୟ ଠିକ ଥିଲା । ଆମ ଦୁର୍ବଳତାର ସୁଯୋଗ ନେଲା ଉଚ୍ଚ ସ୍ୱରରେ କଥା କହୁଥିବା କେଇଟା ପାଟି । ସମୟ ଠିକ ନାହିଁ ବୋଲି ଆମକୁ

ବୁଝାଇ ଦେଇଥିଲେ ।


  --- ହଁ , ସେଦିନ ମଧ୍ୟ ଏମିତି ଏକ ସନ୍ଧ୍ୟା ଥିଲା । ମୁଣ୍ଡିଆ ଆରପଟେ ସୂର୍ଯ୍ୟ ମୁହଁ ଲୁଚାଇ ଦେଇଥିଲେ । ଗଛରୁ କେଇଟା ଫୁଲ ଝରି ପଡି ମାଟିରେ ମୁହଁ ଲୁଚାଇ କାନ୍ଦୁଥିଲେ । ପ୍ରଜାପତିଟା ଭଗ୍ନ ଡେଣାରେ ଉଡ଼ି ନ ପାରି ବ୍ୟର୍ଥ ଚେଷ୍ଟା କରୁଥିଲା ।


 -- ,ଆଉ ଆମେ !!!!!!!


  ---ଦୁହେଁ ଦୁହିଁଙ୍କର ବିପରୀତ ଦିଗକୁ ମୁହଁ କରି ଚାଲିବା ଆରମ୍ଭ କରିଥିଲେ ।


  --- ଆଉଥରେ ସେଇ ସମୟ ଙ୍କୁ ଫେରି ପାରନ୍ତେ କି ??????

    କିଛି ଚମତ୍କାର ଯଦି ହୁଅନ୍ତା ଆମେ ପୁଣି ସେଇଠୁ ଏକାଠି  ବାଟ ଚାଲିବା ଆରମ୍ଭ କରନ୍ତେ !!!!


Rate this content
Log in