ଉମା ଶଙ୍କର ମାଝୀ

Children Stories

5.0  

ଉମା ଶଙ୍କର ମାଝୀ

Children Stories

ଜନ୍ମଦିନ:ଶୁଣାଗପ ଶିକ୍ଷାର୍ଥୀ ପାଇଁ

ଜନ୍ମଦିନ:ଶୁଣାଗପ ଶିକ୍ଷାର୍ଥୀ ପାଇଁ

3 mins
388



14 ଡ଼ିସେମ୍ବର l


ମୋ ଜନ୍ମଦିନ l

ଏ ବର୍ଷ ମୋ ପ୍ରିୟ ଛାତ୍ରଛାତ୍ରୀ ମାନଙ୍କ ଗହଣ ରେ ପାଳନ ର ଅନୁଭୂତି ଜୀବନବ୍ୟାପି ସ୍ମୃତି ମଧୁର ହୋଇରହିବ l

2019 ମସିହା ଡ଼ିସେମ୍ବର 13 ଓ 14 ମୋ ସହଧର୍ମିଣୀ ସହ ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମ ଥିବା ହେତୁ ନେସନାଲ ହାଇସ୍କୁଲ କୁ ଯୋଗଦେବା ପାଇଁ ଆସିଥିଲି l



କେଜାଣି କାହିଁକି ଏହି ସ୍କୁଲ ର ପ୍ରବଳ ଆକର୍ଷଣ ରେ ଟାଣି ହୋଇ ତାହାରି ପାଖକୁ ଯିବାକୁ ବାରମ୍ବାର ଇଚ୍ଛା ହୁଏ l


 ଜନ୍ମଦିନ ଅବସର ରେ ମୋ କୁନି ପ୍ରିୟ ଛାତ୍ର ଛାତ୍ରୀ ମାନଙ୍କୁ ଆଜି କିଛି କଥା କହିବାକୁ ଚାହିଁବି l 

ବ୍ୟସ୍ତ ହେତୁ ପିଲା ମାନେ ତୁମ ମାନଙ୍କ ପାଇଁ ପୋଷ୍ଟ ଟେ କରିପାରିନଥିଲି l 


 ପ୍ରିୟ ଛାତ୍ରଛାତ୍ରୀ ମାନେ କଥାରେ ଅଛି ଆମେ ବୟସ ରେ ବଡ଼ ଲୋକଠାରୁ ସଦା ସର୍ବଦା ଭଲ କଥା ଗ୍ରହଣ କରିବା l



ମନୁଷ୍ୟ ଜୀବନ ରେ ତିନି ଗୁରୁ ଭୂମିକା ଗୁରୁତ୍ୱପୂର୍ଣ୍ଣ l


ସେହି ତିନି ଗୁରୁ ହେଉଛନ୍ତି :- ମାଆ,ବାପା ଓ ଶିକ୍ଷକ l ଏହି ତିନି ଜଣ ସଦା ସର୍ବଦା ଆମର ଭଲ ପାଇଁ ଉପଦେଶ ଦିଅନ୍ତି ଆଉ ଯଦି ଆମେ ତାଙ୍କ କହିଥିବା କଥା କୁ ଜୀବନ ରେ ପ୍ରୟୋଗ କରିବା ତେବେ ନିଶ୍ଚିତ ଜୀବନ ରେ ଉନ୍ନତି କରିବା l


ଜୀବନରେ ଚେଷ୍ଟା କରିବା ଯେମିତି ଆମ ଆଚରଣ ରେ ପିତାମାତାଙ୍କ ସଂସ୍କାର ର ପରିପ୍ରକାଶ ମିଳୁ l ଉତ୍ତମ ଆଚରଣ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରି ଗଢ଼ିତୋଳେ l ଆଉ ଶୃଙ୍ଖଳିତ ଜୀବନ ହିଁ ଜୀବନକୁ ସଫଳତା ର ଦିଗ କୁ ନେଇଯାଇଥାଏ l 


ଏ ସମ୍ପର୍କ ରେ ପିଲା ମାନେ ସୁନ୍ଦର ଗଳ୍ପ ଟିଏ ଶୁଣ l 


ଜଣେ ପିଲାଟିଏ ଥିଲା ନାମ ତା ରମେଶ l ରମେଶ ର ବାପା ସଦା ସର୍ବଦା ରମେଶ କୁ ଜୀବନ ରେ ଶୃଙ୍ଖଳିତ ଜୀବନ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା କୁ ବରାବର କହିଥାନ୍ତି l  


ସକାଳେ ଠିକ ସମୟରେ ଉଠିବା ,ପରିବେଶ ସଫା ରଖିବା,ନିଜ କାମ ନିଜ ହାତରେ କରିବା ,ଅଯଥା ବ୍ୟୟ ନ କରିବା,ଅଯଥା ସମୟ ନଷ୍ଟ ନ କରିବା,ନିଶାଦ୍ରବ୍ୟ ପରିତ୍ୟାଗ କରିବା,ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଗୁରୁଜନ ଙ୍କୁ ସମ୍ମାନ ଦେବା ଏମିତି ଅନେକ କଥା କୁହନ୍ତି ଆଉ କିଛି ଯଦି ଭୁଲ ଦେଖିଲେ ଭୁଲ କୁ ରମେଶ କୁ କହି ସେହି ଭୁଲ ର ପୁନରାବୃତ୍ତି ନ କରିବା ପାଇଁ କୁହନ୍ତି l ରମେଶ କୁ ତାଙ୍କ ବାପା ଙ୍କ ମାତ୍ରାଧିକ ନୀତି କଥା ବେଳେବେଳେ ଭଲ ଲାଗେନାହିଁ କିନ୍ତୁ ସେ କିଛି କହେନାହିଁ l


ଦିନକର କଥା ଗୋଟିଏ ଚାକିରୀର ସାକ୍ଷlତାକାର ପାଇଁ ଗୋଟିଏ କମ୍ପାନୀ ତରଫରୁ ରମେଶ ପାଖକୁ ପତ୍ର ଆସିଥାଏ l ଦିନ ଏଗାରଟା ସମୟରେ ଇଣ୍ଟରଭିଉ ଥାଏ ,ରମେଶ ପାଖରେ ଥିବା ପତ୍ର ରେ ଇଣ୍ଟରଭିଉ ହେବାକୁ ଥିବା ସ୍ଥାନ ର ଠିକଣା ଥାଏ l ରମେଶ ଶୋଇଛି,ତାଙ୍କ ବାପା ଆସିଦେଖିଲେ ଏତେ ଡେରି ସମୟ ପର୍ଯ୍ୟନ୍ତ ଶୋଇଥିବାରୁ ଶୀଘ୍ର ଉଠି ଇଣ୍ଟରଭିଉ କୁ ଯିବାପାଇଁ କହିଲେ l 


ଅଧଘଣ୍ଟା ପରେ ଆସି ଦେଖିଲେ ଯେ ରମେଶ ପ୍ରସ୍ତୁତ ହୋଇଛି ,ହେଲେ ଏ କଣ ଗାଧୋଇବା ଟ୍ୟାପ ରୁ ପାଣି ବାହାରୁଛି ଅଥଚ ଗାଧୋଇସାରିଲାଣି କିନ୍ତୁ ଟ୍ୟାପ ବନ୍ଦ କରିନାହିଁ l

ଏହା ସହ କୋଠରୀ ର ଇଲେକ୍ଟ୍ରିକ ବଲ ଏବେ ଯାଏ ଜଳୁଛି କିନ୍ତୁ ତାହାକୁ ମଧ୍ୟ ଲିଭେଇ ନାହିଁ l 


ରମେଶ ବାପା ରାଗି ଯାଇ ଅଯଥା ବିନା କାରଣ ର ପାଣି ର ଅପବ୍ୟବହାର ଓ ଅଯଥା ଲାଇନ ର ଏପରି ଜାଳିବାକୁ ଭଲ କହିଲେନି ଓ ଭବିଷ୍ୟତ ରେ ଏମିତି ପୁନରାବୃତ୍ତି ନ କରିବା ତାଗିଦ ଦେବା ସହ ଇଣ୍ଟରଭିଉ ରେ ଭଲ ଭାବରେ ସବୁ ପ୍ରଶ୍ନ ର ଉତ୍ତର ଦେବୁ କହିଲେ l 


ରମେଶ ଠିକ ସମୟ ପୂର୍ବରୁ ଇଣ୍ଟରଭିଉ ହେଉଥିବା ସ୍ଥାନ ରେ ପହଞ୍ଚିଲା,ତାହା ପୂର୍ବରୁ ଦେଖିଲା ତାପରି ଅନେକ ପିଲା ଇଣ୍ଟରଭିଉ ଦେବା ପାଇଁ ଆସିଛନ୍ତି l ସେ ଯିବା ରାସ୍ତା ରେ ସେ ଦେଖିଲା ଗୋଟିଏ ପାଇପ ରୁ ପାଣି ବାହାରି ଯିବା ଆସିବା ରାସ୍ତା କୁ ପାଣିଯାଇ ରାସ୍ତା କେମିତି ହେଲାଣି କିନ୍ତୁ କେହି ସେ ପାଇପ କୁ କେହି ରାସ୍ତା ରୁ ଉଠେଇ ଦେଉନାହାନ୍ତି l ରମେଶ ର ବାପା କଥା ମନେ ପଡିଲା ସେ ପାଇପ କୁ ଧରି ପାଖ ବଗିଚା କୁ ପାଣି ପାଇପକୁ ରଖିଦେଲା l


ଏହା ପରେ ସିଡ଼ି ରେ ଚଢିବା ବେଳେ ଦେଖିଲା କେତୋଟି କୋଠରୀ ରେ ବିନା କାରଣ ରେ ପଙ୍ଖା ଚାଲୁଛି ଓ ଇଲେକ୍ଟ୍ରିକ ବଲ ବି ଜଳୁଛି କୋଠରୀ ଖୋଲା ଅଛି l ସେ ଇଣ୍ଟରଭିଉ ଯିବା ଆଗରୁ ସେ କୋଠରୀ ରେ ଥିବା ସମସ୍ତ ପଙ୍ଖା କୁ ବନ୍ଦ କରିଦେବା ସହ ଇଲେକ୍ଟ୍ରିକ ବଲ କୁ ବନ୍ଦ କରିଦେଲା l 


ଏହାପରେ ସେ ଇଣ୍ଟରଭିଉ ହେଉଥିବା କୋଠରୀ କୁ ପ୍ରବେଶ କଲା l ସେଠି ସେହି କମ୍ପାନୀ ର ଯିଏ ଇଣ୍ଟରଭିଉ ନେଉଥିବା ଲୋକ ଥିଲେ ସେମାନେ କହିଲେ ଆପଣ ଆମ କମ୍ପାନୀ ପାଇଁ ନିଯୁକ୍ତି ପାଇଛନ୍ତି l


 ଆମ ଏହି କୋଠରୀ ର ବାହାରେ CCTV ଲାଗିଛି କିଏ କଣ କରୁଛି ସବୁ ଏଠୁ ଦେଖୁଛୁ,ଆମେ ଜାଣିଶୁଣି ସେହିଁ ପାଇପ ରୁ ପାଣି ଚଳେଇଥିଲୁ ,ପଙ୍ଖା ଓ ଇଲେକ୍ଟ୍ରିକ ବଲ ର switch on ରଖିଥିଲୁ l କିନ୍ତୁ ତୁମ ଛଡା କେହି ବି ତୁମପରି କାମ କଲେ ନାହିଁ l 


ଯିଏ ନିଜ ଆଖି ଆଗରେ ଦେଖି ମଧ୍ୟ ସର୍ବସାଧାରଣ ସମ୍ପତ୍ତି କୁ ଦେଖି ଯଦି ବିନା କାରଣ ରେ ଅପବ୍ୟବହାର ହେଉଛି ତାହାକୁ ବନ୍ଦ କରିପାରୁନାହିଁ ସେ କିପରି ବିଶ୍ୱସ୍ତ ସହ ଆମ କମ୍ପାନୀ ର କାମ କରିବ l 


ଆମ କମ୍ପାନୀ ପ୍ରଥମେ ଗୋଟେ ପରିବାର ପରେ ଚାକିରୀ କ୍ଷେତ୍ର ଅଟେ l 


ତୁମେ କାଲି ଆମ କମ୍ପାନୀ ଚାକିରୀରେ ଯୋଗଦାନ କର l 


ରମେଶ ର ବାପା କଥା ମନେପଡ଼ିଲା ଆଉ ଧନ୍ୟବାଦ ବାପାଙ୍କୁ l  


ବାପା ଙ୍କ ଦେଇଥିବା ସଂସ୍କାର ,ସମୟ ର ସଦୁପଯୋଗ ତାଙ୍କୁ ଆଜି ଗୁରୁତ୍ୱ ହୃଦୟଙ୍ଗମ ହେଲା l 


ତେଣୁ ଛାତ୍ର ଛାତ୍ରୀ ମାନେ ଯାହା ଭଲ କାମ ସଦା ସର୍ବଦା ମନେରଖିବ l 


ଆଉ ଯେତେଦୂର ସମ୍ଭବ ସମୟ ସଦୁପଯୋଗ କରିବା ଓ ଅଯଥାରେ କୌଣସି ଜିନିଷ ବା ସମୟ କୁ ନଷ୍ଟ କରିବା ନାହିଁ l 


Rate this content
Log in