STORYMIRROR

Kalpana Kumari Pradhan

Children Stories

3  

Kalpana Kumari Pradhan

Children Stories

ଜୀବେ ଦୟା

ଜୀବେ ଦୟା

2 mins
437

ମୋ ଗାଆଁଠୁ ଆମ ସ୍କୁଲ ପ୍ରାୟ ତିନି କିଲୋ ମିଟର ହେବ l ଜନ ବସତି ଦେଇ ଗଲେ ସେତିକି ଦୂର ପଡେ କିନ୍ତୁ ପାହାଡ଼ କଡ଼ରେ ଥିବା ଦୁଇଟି ଘଞ୍ଚ ଆମ୍ବ ତୋଟା ଦେଇ ଗଲେ ମାତ୍ର ଗୋଟିଏ କିଲୋମିଟର ପଡେ l ସ୍କୁଲକୁ ମୁଁ ଓ ମୋ ସାଙ୍ଗମାନେ ଚାଲି ଚାଲି ଯାଉ l ଅଷ୍ଟମ ପରେ ମୋ ଅନ୍ୟ ଦୁଇ ସାଙ୍ଗ ଆଗକୁ ଆଉ ପଢିଲେ ନାହିଁ l ମୁଁ କିନ୍ତୁ ଛୁଟିରେ ସାଇକେଲ ଚଳାଇବା ଶିଖି ସାରିଥାଏ l ତେଣୁ ଏକା ହିଁ ଆଗକୁ ବଢ଼ିଲି l ସେଇ ପାହାଡ଼ ତଳିଆ ସଡ଼କଟି ଭାରି ଶୂନଶାନ l ଦିନବେଳେ ବି ଲୋକ ସେପଟେ ଯିବା ପାଇଁ ଡରନ୍ତି l କାରଣ ତାରି କଡ଼ରେ ମଶାଣୀଟିଏ ଥିଲା l ମୁଁ କିନ୍ତୁ ଯେବେ ବି ସୁଯୋଗ ମିଳେ (କେହି ବୟୋଜ୍ୟେଷ୍ଠ ଲୋକ ଆସୁଥିଲେ) ତାକୁ ହାତ ଛଡା କରେନି l

ସେଇ ସୁନ୍ଦର ପ୍ରକୃତିକୁ ଅବଲୋକନ କରିବାକୁ ମୋତେ ଭାରି ଭଲ ଲାଗେ l ପାହାଡ଼ କୋଳରେ ଥିବା ଘଞ୍ଚ ବୃକ୍ଷ ରାଜି ତତ ସହିତ ଆମ୍ବ ବଉଳ ଦିନେ ବଉଳର ସେହି ମହ ମହ ବାସ୍ନା ମୋ ମନରେ ସତେଜତା ଭରି ଦିଏ l ଗଲା ବେଳେ ବହୁ ପାହାଡି ଜୀବଜନ୍ତୁ ବି ମୋ ଆଖିରେ ପଡ଼ନ୍ତି l କେବେ କେହି ଜୀବ ଅସୁବିଧାରେ ପଡ଼ିଥିଲେ ମୋତେ ସେମାନଙ୍କୁ ସାହାଯ୍ୟ କରିବାକୁ ବହୁତ ଭଲ ଲାଗେ l ବହୁ ବାର କିଛି ଶିକାରୀ କୁଟୁରା ଧରିବା ପାଇଁ ଜାଲ ବସାଇ ଥାନ୍ତି l ମୋ ସାମ୍ନାରେ ପଡିଲେ ତାକୁ ଖୋଲି ଦିଏ l ଏବଂ ଗାଆଁ ଲୋକମାନଙ୍କୁ ବି ଜଣାଏ l ଆମ ପାହାଡ଼ ଜଙ୍ଗଲରୁ କିଛି ଲୋକ ଏମାନଙ୍କୁ ଶିକାର କରୁଛନ୍ତି ବୋଲି l

ଦିନେ ଏକ ଶୀତୁଆ ସନ୍ଧ୍ୟା, ମୁଁ ସ୍କୁଲରୁ ଫେରୁଥାଏ ଗୁଣୁ ଗୁଣୁ ଗୀତ ଗାଇ lଗୋଟିଏ ଜାଗା ସଡ଼କର ଦୁଇ ପାର୍ଶ୍ଵରେ ଅମରି ଲତା ମାଡି ଥାଏ ଏକ ତିନି ହାତ ଲମ୍ବା, ହଳଦିଆକୁ କଳା ପଟା ପଟା ଦାଗ ଥିବା ଏକ ସାପ ନିସ୍ତେଜ ଅବସ୍ଥା ପରି ପଡି ଥାଏ l ଅମରି ଲତା ଟି ନଇଁ ଯାଇଥିଲା ଏବଂ ତାରି ଉପରେ ସେ ଥାଏ l ତାକୁ ଦେଖି ମୋ ହୃଦୟ ଦୁଃଖରେ ଭାଙ୍ଗି ପଡିଲା l ମୋପାଟିରୁ ସ୍ୱତଃ ପ୍ରବୃତ ଭାବରେ ବାହାରି ପଡେ -"ହେ ପ୍ରଭୁ ସାପଟିକୁ ମାରି କିଏ ଏଠି ଫୋପାଡ଼ି ଦେଇଛି "l କଣ ମନ ହେଲା କେଜାଣି ସାଇକେଲରେ ବସିଥାଏ, କିନ୍ତୁ ତଳେ ଗୋଡ ଦେଇ ଝୁଙ୍କି ପଡିଲି ତାକୁ ଖୁବ ନିକଟରୁ ଦେଖିବା ପାଇଁ l ହାସ୍ୟାସ୍ପଦ ଘଟଣାଟିଏ ଘଟିଲା l ସିଏ ମରିଯାଇଛି ଭାବି ମୁଁ ତାକୁ ଦେଖୁ ଥିବା ବେଳେ ସେ ଯୁଆଡେ ମୁହଁ ବୁଲାଇ ପଡିଥିଲା ବୁଲିକି ମୋତେ ଚାହିଁଲା l ତା ଓ ମୋ ମୁହଁ ଭିତରେ ଏକ ଚାଖଣ୍ଡେ ଦୂରତ୍ୱ ଥିବ ବୋଧେ l ହଠାତ ଚମକି ପଡିଲି l ଏତେ ଦ୍ରୁତ ଗତିରେ ସାଇକେଲ ଚଳାଇ ଘରକୁ ଆସିଛି ଆଉ ପଛକୁ ଚାହିଁନି l

ଘରେ ଯେବେ ମାଆଙ୍କୁ ସବୁ କଥା କୁହେ, ମାଆ କହିଲେ ତୋତେ ଯେମିତି ଖୋଲା ପବନ ଭଲ ଲାଗେ ସେ ବି ତୋ ଭଳି ସ୍ଥିର ଭାବରେ  " ପବନ ଖାଉଥିଲା "l ସମସ୍ତେ ହସି ହସି ଗଡିବାକୁ ଲାଗିଲେ,କହିଲେ ଧନ୍ୟ ତୋର ଜୀବ ଦୟା l କେତେ ଭାବୁକ ହୋଉଛ ତୁ l



Rate this content
Log in