Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bidyut lata Mishra

Others

3  

Bidyut lata Mishra

Others

ଜିଦ

ଜିଦ

2 mins
521



ଆଜି ଭାରି କାର୍ଯ୍ୟବ୍ୟସ୍ତ ଥାଏ ସ୍ୱପ୍ନା, ଚଳଚଂଚଳ ହରିଣୀ ଟିଏ ପରି ଏଘରରୁ ସେ ଘରକୁ ବୁଲି କାମ କରୁଥାଏ।ଏଇ..ସ୍ୱପ୍ନା ଭାରି ଜିଦ୍ଖୋର। ଅବଶ୍ୟ ଏଇ ଜିଦ ଖୋର ଗୁଣ ଟି ତା ମାଆଠୁ ପାଇଛି। ଘରର ଏକମାତ୍ର ଝିଅ ଥିବାରୁ ଅତି ଅଲିଅଳି ଥିଲା ସେ। ମାଆଙ୍କର ଏକ ଜିଦ ଏବେ ତ ପିଜି ସରିଲା ଏଇଥର ହାତ କୁ ଦି ହାତ କରିଦେଲେ କାମ ସରେ,କିନ୍ତୁ ସ୍ୱପ୍ନାର ଏକା ଜିଦ ପ୍ରଥମେ ଚାକିରୀ ତାପରେ ବିବାହ।ଶେଷରେ ତାହା କଥା ହିଁ ହେଲା ।


   କଲେଜ ରେ ଅଧ୍ୟାପିକା ଜୀବନ ଆରମ୍ଭ ର କିଛିଦିନ ପରେ ନିଜ ଇଚ୍ଛାରେ ସୌରଭ କୁ ସ୍ୱାମୀ ରୂପେ ବାଛିଥିଲା । ଝିଅ ପ୍ରତି ଥିବା ଅନାବିଳ ସ୍ନେହ ଓ ଭଲ ପାଇବା ଯୋଗୁଁ ସ୍ୱପ୍ନାର ସବୁ ଜିଦ ପରି ଏଇ ଜିଦକୁ ବି ମାନିନେଇ ଥିଲେ ବ୍ୟୋମକେଶ ବାବୁ।ନୈଷ୍ଟିକ ବ୍ରାହ୍ମଣ ହୋଇ ବି କରଣ ପରିବାରରେ ଝିଅକୁ ବାହା ଦେବାରୁ କମ ଆକ୍ଷେପ ସହିବାକୁ ପଡିନଥିଲା ତାଙ୍କୁ।


 ବିବାହର ଅଳ୍ପଦିନ ପରେ ଶଶୁରଙ୍କ ରକ୍ଷଣଶୀଳ ମନୋଭାବ କୁ ସମ୍ମାନ ଜଣାଇ ସ୍ୱପ୍ନା କର୍ମମୟ ଜୀବନ ରେ ଯବନିକା ପକାଇବାକୁ ବାଧ୍ୟ ହୋଇଥିଲା।

 କେବଳ ଚାକିରୀ ନୁହେଁ ଅନେକ ସ୍ବପ୍ନ ଅଧାରେ ରହିଯାଇଥିଲା ସ୍ୱପ୍ନାର।ଏକ ସୁନ୍ଦର ଘର,ମେଳାପୀ ଶାଶୁ ଶଶୁର ,ପାଠାଗାର,ଏକ ସଂଗୀତମୟ ପରିବେଶ ଏପରି ଅନେକ କିଛି ବଳି ପଡିଯାଇ ଥିଲା । ଆଜି କିନ୍ତୁ ଅନେକ ଖୁସି ,ଚଳଚଂଚଳ ଦୀର୍ଘ ଏକ ବର୍ଷ ପରେ ବାପା ଆସୁଛନ୍ତି।ବାପା ଙ୍କ ପାଇଁ ଭଳିକି ଭଳି ଖାଦ୍ୟ ରୋଷେଇ କରୁଥାଏ ସ୍ୱପ୍ନା।ଏତିକି ବେଳେ କଲିଂ ବେଲ ବାଜି ଉଠିଲା।ଆସିଥିଲେ ବାପା ,କବାଟ ଖୋଲିବା ସଙ୍ଗେ ସଙ୍ଗେ ଶଶୁର କହିଉଠିଲେ କଣ ଝିଅ ଫୋନ କଲା କି?ଦେଖିବାକୁ ଏତେ ଦିନରେ ଆସିଲେ?


   ବାପା ଆସିବା ଜାଣିବି ସୌରଭ କଲେଜ ଚାଲିଯାଇ ଥିଲେ । ଅଟକାଇଥିଲା ସ୍ୱପ୍ନା କିନ୍ତୁ..କିଛି ବର୍ଷର ବୈବାହିକ ଜୀବନ ରେ ସ୍ୱାମୀ ସୌରଭ ଆଉ ପ୍ରେମିକ ସୌରଭ ଭିତରେ ଆସିଥିବା ଭିନ୍ନତାକୁ ଦେଖି ଚୁପ ଥିଲା ସ୍ୱପ୍ନା।

  ବାପା ଦେଖୁଥିଲେ ସ୍ୱପ୍ନାକୁ,ଟିକେ ଫୁଟଣ ଛୁଙ୍କ ରେ ବୋଉ ଉପରେ ରାଗି ତମତମ ହଉଥିବା ସ୍ୱପ୍ନା ଆଜି ପକ୍କା ଗୃହିଣୀଟେ ପରି କେତେ କାମ କରୁଛି। ହାତରେ ଚୁଡି,ମଥାରେ ସିନ୍ଦୁର,ମୁଁହ ସାରା ଝାଳ ଭର୍ତି,ଅଲରା ଚୁଟି ମୁହଁସାରା ପଡିଥାଏ।କେତେ ବଦଳି ଯାଇଛି ସତେ?? 

ଆରେ ଆଜି ଛୁଟି ନେଇଛୁ କି ସ୍ୱପ୍ନା?? କଲେଜ ଯାଇନୁ ...


ନା ବାପା ରିଜାଇନ କରିଦେଲି। ଏଇ ଚାକିରୀ ସତରେ ଭାରି ବୋରିଙ୍ଗ।ଦୁଇଘଣ୍ଟାର ରହଣୀ ରେ ବ୍ୟୋମକେଶ ବାବୁ ଦେଖୁ ଥାନ୍ତି ଭିନ୍ନ ଏକ ସ୍ୱପ୍ନା କୁ,ଫୁଲ ଆଞ୍ଜୁଳା କରି କଣ୍ଢେଇ ଭାବେ ବଢ଼େଇଥିବା ତାଙ୍କ ଝିଅ ର ଅସ୍ୱାଭାବିକ ପରିବର୍ତ୍ତନ।ମାଆର ବାରଣ ସତ୍ୱେ କେତେ ଜିଦ କରିଥିଲା ଚାକିରୀ କରିବାକୁ ଆଉ ଆଜି ରିଜାଇନ.... !!


 ବାବା କନ୍ୟାଦାନ କରିଛନ୍ତି ତେଣୁ ନାତିନାତୁଣୀ ମୁହଁ ନଦେଖିଲା ଯାଏ ଜଳସ୍ପର୍ଶ କରିବେନି କହୁଥାନ୍ତି। କିଛି ଟିକେ ନଖାଇ ଫେରି ଯାଉଥାନ୍ତି ବାପା।ସ୍ୱପ୍ନା ର ଜିଦ କୁ କେବେ ଭାଙ୍ଗନ୍ତିନି ବାପା କିନ୍ତୁ ସବୁ ଜାଣି ବି ସ୍ୱପ୍ନା କରି ପାରିନଥିଲା  ଜିଦ ।



Rate this content
Log in