ଜଗଦୀଶ ଚନ୍ଦ୍ର
ଜଗଦୀଶ ଚନ୍ଦ୍ର
ବଙ୍ଗଳା ଦେଶର ମୈମନସିଂ ମାଟିରେ
ଜନମିଲେ ଜଗଦୀଶ,
ଅଠରଶ ଅଠାବନ ନଭେମ୍ବର
ତାରିଖ ଥିଲା ତିରିଶ।
ମାତା ବୀମାସୁନ୍ଦରୀ ପିତା ଭଗବାନ
କରିଲେ କୋଳ ମଣ୍ଡନ,
ମାତୃଭାଷା ମାତୃଭୂମି ସ୍ନେହ ପ୍ରୀତି
ଏକମାତ୍ର ଯେ ଚିନ୍ତନ।
ମେଧାବୀ ଵୋଷ ଅଧ୍ୟୟନ କଲେ
ହାରେ ଓ ସେଣ୍ଟ ଜାଭିୟର,
ଉଜ୍ଜଳ ପ୍ରତିଭା ସୁଯୋଗ୍ୟ ଦାୟାଦ
ଅତି ପ୍ରିୟ ସଭିଙ୍କର।
ବିଶ୍ଵବିଦ୍ୟାଳୟେ ସ୍ନାତକ ପାଇ
ଲଣ୍ଡନରେ ଯେ ପଢିଲେ,
ଉଚ୍ଚକୋଟୀର ଗବେଷଣା ପାଇଁ
ଡି.ଏସ.ପି ପଦ ପାଇଲେ।
କଲିକତା ପ୍ରେସିଡେନ୍ସି କଲେଜରେ
ପଦାର୍ଥ ବିଜ୍ଞାନ ପ୍ରଫେସର,
ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଶକ୍ତି ମାପିବାକୁ
କଲେ ଯନ୍ତ୍ର ଆବିଷ୍କାର।
ପ୍ରାଣୀ ଉଦ୍ଭିଦର ଶିରାପ୍ରଶିରାର
ଉତ୍ତେଜନାର ପରୀକ୍ଷା,
କ୍ରେସ୍କୋଗ୍ରାଫ୍ ଯନ୍ତ୍ର ତାଙ୍କ ଉଦ୍ଭାବନ
ହୁଏ ପରୀକ୍ଷା ନୀରିକ୍ଷା।
ପ୍ରାଣୀ ବିଜ୍ଞାନର ବିଶେଷଜ୍ଞ ବୋଷ
ପୁଣି ପଦାର୍ଥ ବିଜ୍ଞାନୀ,
ହେଲେ ପୁରସ୍କୃତ ୧୮୯୬ ରେ
ଗୁଗ୍ଲିଏମା ମାର୍କୋଣୀ।
ପୃଥିବୀର ବଡ଼ ପତ୍ରକାର ମାନେ
ଭୂୟସୀ ପ୍ରଶଂସା କଲେ,
୧୯୩୭ ନଭେମ୍ବର୨୩ରେ
ଧରାରୁ ବିଦାୟ ନେଲେ।
