STORYMIRROR

suchismita Panda

Children Stories Inspirational Children

4  

suchismita Panda

Children Stories Inspirational Children

ଜେଜେଙ୍କ ଉପାୟ

ଜେଜେଙ୍କ ଉପାୟ

2 mins
542

      ଏକବିଂଶ ଶତାବ୍ଦୀର ଚାକଚକ୍ୟ ଭରା ଜୀବନ । ଏଠି ପରିବର୍ତ୍ତନର ସ୍ବାଦରେ ସବୁକିଛି ବଦଳି ଯାଇଛି । ପୁରୁଣା ଆଉ ନୂଆଁ ଭିତରେ ଜୀବନର ଗତି ଭିନ୍ନ ମୋଡ ନେଇ ସାରିଛି । ଦିନେ ଯାହା ଆମ ପରି ଅନେକଙ୍କ ପାଇଁ ଥିଲା ଏକ ସ୍ବପ୍ନ ଆଜି ସେ ସବୁ କୁନି କୁନି ଆଗାମୀ ପିଢି ପାଇଁ ହେଉଛି ସତ । ଏସବୁ କଥା ମନେ ମନେ ଭାବୁଥାନ୍ତି ବିପିନଚନ୍ଦ୍ର ବାବୁ । 

      ବିପିନଚନ୍ଦ୍ର ବାବୁ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ଅଙ୍କୁର ର ଜେଜେବାପା । ଅଙ୍କୁର ତାଙ୍କ ଏକୋଇକଳନ ବିଶିକେଶନ। ସ୍ନେହ, ଆଧରରେ ଭାରି ଲାଡ ଗେଲରେ ସେ ବଢୁଛି ଦିନକୁ ଦିନ । ହେଲେ ଜେଜେବାପା ଅଙ୍କୁରର ବଢିବା ପଣ ଭିତରେ ତାଙ୍କ ବାଲ୍ୟକାଳକୁ ଖୋଜିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆଜି ସେ ଦିନ ପରିକା ନାହିଁ କିଛି ତେଣୁ ସବୁ ବଦଳି ବଦଳି ଯାଇଛି।

     ଅଙ୍କୁର କିନ୍ତୁ ଜେଜେଙ୍କୁ ଭାରି ଭଲ ପାଏ । ସେ ସବୁଦିନ ଗୋଟିଏ କାହାଣୀ ନ ଶୁଣି ଶୋଇବାକୁ ଯାଏନି ଜେଜେ ମଧ୍ୟ କାହାଣୀ ସବୁ ବାଛି ବାଛି ମନରେ ରଖନ୍ତି । କେବେ ତାଙ୍କ ପିଲା ଦିନର କଥାକୁ କାହାଣୀ କରିଦିଅନ୍ତି ତ ଆଉ କେବେ ତାଙ୍କ ମା, ଜେଜେମା ଶୁଣେଇଥିବା କାହାଣୀକୁ ଶୁଣେଇ ଦିଅନ୍ତି । 

      ଦିନକର କଥା । ଦିନ ସାରା ବର୍ଷା ଲାଗିରହିଛି । ବର୍ଷା ଏମିତି ପ୍ରବଳରୁ ପ୍ରବଳତର ହୋଇଛି ଯେ ବନ୍ୟା ମଧ୍ୟ ଆସିଯାଇଛି । ଅଙ୍କୁର କିନ୍ତୁ କିଛି ଉପଭୋଗ କରିବାକୁ ମନ ନ ଦେଇ ମୋବାଇଲର ଖେଳ ଭିତରେ ସମୟ କାଟୁଛି । ଜେଜେଙ୍କୁ ଲାଗେ ସବୁବେଳେ ମୋବାଇଲ ଖେଳିବା ତ ଠିକ୍ ନୁହେଁ । ପ୍ରକୃତର ପ୍ରାକୃତିକ ରୂପକୁ ବୁଝି କିଛି ସୌନ୍ଦର୍ଯ୍ୟ ଉପଭୋଗ ଯଦି ନ କରାଯାଏ ତେବେ ଜୀବନର ମଜା କେମିତି ଆସିବ । ତେଣୁ ସେ ଅଙ୍କୁର ର ପାଖ ଚୌକିରେ ବସି ପୁରୁଣା କାଗଜ କିଛି ପାଖରେ ରଖି କାଗଜଡଙ୍ଗା ତିଆରି କରିବା ଆରମ୍ଭ କରିଦିଅନ୍ତି ।

       ପ୍ରଥମେ ପ୍ରଥମେ ଅଙ୍କୁର ତଥାପି ମଧ୍ୟ ଧ୍ୟାନ ଦେଇନଥାଏ । କିନ୍ତୁ ଜେଜେ ହାର ମାନିବାକୁ ନାରାଜ । ଗୋଟେ ପରେ ଆଉ ଗୋଟେ କରି ସେ ଯେମିତି ପାଞ୍ଚ ସାତଟି ଡଙ୍ଗା ତିଆରି କରି ଧାଡି ବାନ୍ଧି ସଜାଇ ରଖନ୍ତି ଅଙ୍କୁର ମୋବାଇଲ ଛାଡି ଦେଇ ଜେଜେଙ୍କୁ ଦେଖେ । ପଚାରେ ଏ କଣ ଜେଜେ । ଏସବୁ କଣ କରିବ । ଜେଜେ ଚାଲ ଦେଖେଇ ଦେବି କହି ସବୁତକ ଡଙ୍ଗା ଭସାଇବାକୁ ଆରମ୍ଭ କରନ୍ତି । ଢେଉ ଢେଉ ହେଇ ହେଇ ଡଙ୍ଗା ଆଗକୁ ଆଗକୁ ବଢିବା ଦେଖି ଅଙ୍କୁର ଖୁସିରେ ଡିଏଁ । ସବୂତକ ଡଙ୍ଗା ଭାସିଯିବା ପରେ ଅଙ୍କୁର ପୁନର୍ବାର ଆଉ ସେମିତି ତିଆରି କରିବାକୁ କହେ । ହେଲେ ଜେଜେ କହନ୍ତି ଥକି ଗଲେଣି । ସେ ଜେଜେଙ୍କୁ କହେ ମୁଁ ସାହାଯ୍ୟ କରିବି ମୋତେ ବତେଇ ଦିଏ । 

     ଦୁହେଁ ମିଶି କାଗଜଡଙ୍ଗା ତିଆରି କରନ୍ତି । ସେ ଭିତରେ ଅଙ୍କୁର ଡଙ୍ଗାରେ କେମିତି ଆଗକାଳରେ ଲୋକେ ବେପାର କରି ଯାଉଥିଲେ ସେଏ କାହାଣୀ ମଧ୍ୟ ଜାଣିଯାଏ । ଏମିତି ରେ ଅଙ୍କୁର କିଛି ଶିକ୍ଷା ପାଇଯାଏ ତଥା ମୋବାଇଲ ଠୁ ଦୂରେଇ ରହେ ତଥା ତାର ଓ ଜେଜେଙ୍କ ସମୟ ମଧ୍ୟ ଖୁସିଭରା ହୋଇଉଠେ । 


Rate this content
Log in