STORYMIRROR

Sneha Mishra

Others

3  

Sneha Mishra

Others

ଜେଜେମା

ଜେଜେମା

2 mins
249

ସମସ୍ତେ ହଲ୍‍ ରେ ଏକାଠି ହୋଇଛନ୍ତି|ସମସ୍ତେ ସମସ୍ତଙ୍କ ମୁହଁ କୁ ଚାହିଁଛନ୍ତି ପ୍ରଶ୍ନ ବାଚକ ଚିହ୍ନରେ |କାହିଁକି ? କାହିଁକି ଜେଜେମା ସମସ୍ତଙ୍କୁ ଏକଠି ହେବାକୁ ଖବର କରିଛନ୍ତି ?ଉଦ୍‍ବିଗ୍ନତା ର ରେଖା ମସ୍ତକରେ ସମସ୍ତଙ୍କର| ବଡ଼ବୋହୁ ରୀମାର ମସ୍ତକରେ ଚିନ୍ତାର ଗନ୍ତାଘର ଯେମିତି ସୃଷ୍ଟି ହୋଇଯାଇଛି |ମା’ଙ୍କ କିଛି ଅସୁବିଧା ହୋଇନି ତ ?ଦେହ ଭଲ ଅଛି ତ? ମୋ ଉପରେ ରାଗି ନାହାନ୍ତି ତ ? କାରଣ ଯେବେଠୁ ଏଇ ଘରକୁ ବୋହୁ ହୋଇ ଆସିଲେଣି ସେ ,ଏଇ ପରିବାର ହିଁ ତାର ସର୍ବସ୍ୱ |ପିଲାଦିନରୁ ପାଇନଥିବା ବୋଉ ର ସ୍ନେହ କୁ ବହୁତ ଆଦରରେ ବାନ୍ଧି ରଖିଥିଲା ଜେଜେମାଙ୍କ ସ୍ନେହ |କେବେ ନିଜକୁ ଘରର ବୋହୁ ବୋଲି ଭାବିପାରିନି |ଝିଅ ପରି ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇ ରହିଚି |ତାହେଲେ ଆଜି ???ନା,ନା ରୀନା ଆଉ ନିଜକୁ ସମ୍ଭାଳି ରହିପାରିଲାନି |ଭାବି ଭାବି ମୁଣ୍ଡ କ’ଣ ହେ ଇଯାଉଚି |ଜେଜେମା,ଜେଜେମା , ଜଲଦି କୁହନ୍ତୁ ,ଆମମାନଙ୍କର କ’ଣ ଦଣ୍ଡ ,ଆମେ ସମସ୍ତେ ତୁମ ଆଗରେ ଦୋଷୀ,ଆଉ କେବେ ଏପରି ଭୂଲ ହବନି |ଆପଣଙ୍କର ତ ଅଧିକାର ଅଛି, ଆପଣ କାନଧରି ଆମକୁ ପଚାରିପାରିଥାନ୍ତେ |ମନୀଷ ଦଉଡି ଦଉଡି ଆସି ପାଦତଳେ ବସିଲା| ଜେଜେମା,ଜେଜେମା, କ୍ଷମା କରିଦିଅ | କାଲି ରାତିରେ ଧାରାବାହିକ ଟା ଦେଖୁ ଦେଖୁ ବହୁତ ଡେରି ହେଇଗଲା ତ ସକାଳୁ ଉଠିପାରିଲିନି |ରମଣୀ ଛୋଟ ବୋହୁ ବି ଆଜି ସକାଳ ଆରତୀକୁ ଡେରିରେ ଆସିଲା |ଚୁପ ଚାପ ମୂକ ପରି ଠିଆ ହେଇଚି | କଲ୍ୟାଣୀ ନାତୁଣୀ ବୋହୁ,ମନୋଜ ନାତି, ସମସ୍ତେ ସ୍ତବ୍ଧ ହେଇଯାଇଛନ୍ତି |ଶେଷରେ କାହାକୁ କିଛି ନକହି ସମସ୍ତଙ୍କ ଆଗରେ ଡ୍ରାଇଭର ରାମୁ କୁ ଡାକି କହିଲେ ,- ଶୀଘ୍ର ଗାଡି କାଢେ ,ଏଇ ଘରେ ଆଉ ରହି ହବନି | ଏଇ ଘରେ ସମସ୍ତେ ଧର୍ମ, ସଂସ୍କାର ଭୁଲିଗଲେଣି | ପରିବାରରେ କାହାର କାହା ପ୍ରତି ଶ୍ରଦ୍ଧା ,ଭକ୍ତି ନାହିଁ | କେତେ କଷ୍ଟରେ ମାଳାଟିଏ ଗୁନ୍ଥିଥିଲି |ମୋ ମାଳା ଟି ଛିଣ୍ଡିଯାଉଚି |ମୁଁ ସମ୍ଭାଳିପାରିବିନି ,ମୋ ଆଖି ସାମ୍ନାରେ ମୋ ପରିବାରର ସଦସ୍ୟମାନଙ୍କ ଭିତରେ ଏଇ ଦୂରତା ମୁଁ ଦେଖିପାରିବିନି|ଏଇଠି ଶ୍ଵାସ ନେବାକୁ ବି ମତେ କଷ୍ଟ ହେଲାଣି | ଆଜିଠାରୁ ଯାଇ ହରିଦ୍ଵାରରେ ରହିବି ,କହି ଗାଡିରେ ବସିପଡିଲେ | କେହି କିଚ୍ଛି ବୁଝିପାରିଲେନି, ଅଚାନକ ଜେଜେମା’ଙ୍କର କଥା ଶୁଣି | ଆଜି ସମସ୍ତେ ଏକାଠି ବସି ଯେଉଁ ଜେଜେମା’ ଧାରାବାହିକ ଦେଖୁଛନ୍ତି,ସେଇ ଧାରାବାହିକ ଆଜି ଘରେ ଘରେ ପସନ୍ଦର ଧାରାବାହିକ ହେଇଯାଇଚି |କିନ୍ତୁ ଘରେ ସମସ୍ତଙ୍କୁ ଏକାଠି ବସି ଧାରାବାହିକ ଦେଖିବା ଲାଗି ଏହି ଜେଜେମା କେତେ ପ୍ରୟାସ କରିଛନ୍ତି |କିନ୍ତୁ ତାଙ୍କ ଯିବାପରେ ସମସ୍ତଙ୍କର ମନରେ ପରିବର୍ତ୍ତନ ଆସିଚି | ଧାରାବାହିକ ସମସ୍ତଙ୍କୁ ଦୂରେଇ ବି ଦେଇପାରେ, ସମସ୍ତଙ୍କୁ ଅନ୍ତରଙ୍ଗ ବି କରାଇପାରେ | ଧାରାବାହିକ ମାଧ୍ୟମରେ ଘରେ ଘରେ ନୀତିଶିକ୍ଷା ବହୁତ ସୁବିଧାରେ ପହୁଞ୍ଚେଇ ହୁଏ |  ପତ୍ନୀଙ୍କର ନିଜ ପରିବାରକୁ ଜୋଡିବାର ପଦକ୍ଷେପ କୁ ମନେପକେଇ ଆଜି ଭାବୁଚନ୍ତି ସତୀଶବାବୁ |


Rate this content
Log in