ଇଶ୍ବର ଏକ ନା ଅନେକ
ଇଶ୍ବର ଏକ ନା ଅନେକ
ସହରର ମୁଖ୍ୟ କେନ୍ଦ୍ରସ୍ଥଳରେ ଗୋଟିଏ ମନ୍ଦିର ଓ ଗୋଟିଏ ମସଜିଦ ଥିଲା।
ମୁଁ ପ୍ରତିଦିନ ସେଇ ରାସ୍ତାରେ ଗଲାବେଳେ ଲୋକମାନଙ୍କ ମନ୍ଦିର ଓ ମସଜିଦ ଯିବାର ଉତ୍କଣ୍ଠାର ସହିତ ଚାହିଁ ରହୁଥିଲି।
ଦିନେ ଗୋଟିଏ ଚମତ୍କାର ଘଟଣା ଘଟିଲା। କିଛି ମୁସଲମାନ ସଂପ୍ରଦାୟର ଲୋକମାନେ ମନ୍ଦିର ଭିତରକୁ ପ୍ରବେଶ କଲେ।
ସେମାନେ ମନ୍ଦିର ଭିତରେ ଯାଇ କଣ କରୁଛନ୍ତି ଜାଣିବା ପାଇଁ ଆଗ୍ରହ ହେଲା।
ଆଶ୍ଚର୍ଯ୍ୟର ଘଟଣା,ପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତି ସାମ୍ନାରେ ଆଲ୍ଲାଙ୍କୁ ପୂଜା କରୁଛନ୍ତି। ପାଖରେ ଥିବା ହିନ୍ଦୁ ଲୋକମାନଙ୍କ କୈାଣସି ପ୍ରତିକ୍ରିୟା ସୃଷ୍ଟି ହେଉନଥାଏ।
ତା ପରଦିନ କିଛି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମସଜିଦ ଯିବାର ଦେଖିଲି।
ମସଜିଦ ଭିତରେ ଯାଇ ଦେଖେ ତ ଆଲ୍ଲାଙ୍କ ପ୍ରତିମୂର୍ତ୍ତି ନିକଟରେ ହିନ୍ଦୁ ଲୋକେ ହରେ କୃଷ୍ଣ ହରେ ରାମ ଧ୍ବନିରେ ପ୍ରକମ୍ପିତ ହେଉଛି। ଅନ୍ୟମାନଙ୍କ ମଧ୍ୟରେ କୌଣସି ପ୍ରତିକ୍ରିୟା ଦେଖି ପାରିଲି ନାହିଁ।
କିଛି ଦିନ ପରେ ଜଣେ ମୁସଲମାନ ଲୋକଙ୍କୁ ପଚାରିଲି-ଆଛା, ତମେ ମୁସଲିମ ହୋଇ କାହିଁକି ହିନ୍ଦୁ ମନ୍ଦିରକୁ ଯାଉଛ।
ବ୍ୟକ୍ତି ଜଣକ ସ୍ମିତି ହାସ୍ୟ ଦେଇ କହିଲେ - ଭାଇ, ଏ ଦୁନିଆରେ ସବୁ ମଣିଷର ରକ୍ତ ନାଲି ନା ଆଉ କଣ ଅଛି।
ନାଲି ଛଡା ଆଉ ଅନ୍ୟ କୌଣସି ରଙ୍ଗ ନାହିଁ ମୁଁ କହିଲି।
ପୁଣି ସେ କହିଲେ - ତାହାଲେ ଦୁନିଆରେ ଇଶ୍ବର ଏକ ନା ଅନେକ।
ମୁଁ କହିଲି - ଇଶ୍ବର ଗୋଟିଏ କେବଳ ଆମ ଭିତରେ ଥିବା ଧର୍ମ ଅଲଗା କରି ଇଶ୍ବରକୁ କିଏ କୋଉ ଭଳି ପୂଜା କରୁଛେ।ମାତ୍ର ଆମେ ଈଶ୍ବରଙ୍କୁ ବିଭିନ୍ନ ରୂପରେ ଦର୍ଶନ କରୁଛେ।
ଠିକ୍ କହିଛ, ତାହେଲେ ମୁଁ କାହିଁକି ମନ୍ଦିର ଯାଇ ପାରିବି ନାହିଁ ସେ ଚଢା ସ୍ବରରେ କହିଲେ।
କିଛି ଦିନ ତଳେ ଏ ସହରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିରାଟ ଦଙ୍ଗା ହୋଇଥିଲା। ଅନେକ ସଂଖ୍ୟାରେ ଲୋକ ମରିଗଲେ। ଗାଁ ର ଜଟିଳ ସମସ୍ୟା ଦେଖାଦେଲା। ଲୋକେ ଭଗବାନଙ୍କୁ ଡାକିଲେ ଆଲ୍ଲାଙ୍କୁ ଡାକିଲେ।
ଶେଷରେ ଜଣକୁ ସ୍ୱପ୍ନାଦେଶ ହେଲା। ଇଶ୍ବର କହିଲେ -ଯଦି ତୁମେ ଶାନ୍ତି ଚାହୁଁଛ ତେବେ ଗୋଟିଏ ମନ୍ଦିର ଓ ଗୋଟିଏ ମସଜିଦ ନିର୍ମାଣ କର। ମନ୍ଦିରରେ ମୁସଲମାନ ମାନେ ଓ ମସଜିଦ ରେ ହିନ୍ଦୁମାନେ ମୋତେ ପୂଜା କରିବେ। ତା ପରଠାରୁ ରୀତି ନୀତି ପ୍ରଣୟନ କରି ପୂଜାର୍ଚ୍ଚନା ଚାଲିଛି।
ବ୍ୟକ୍ତି ଜଣକର କଥା ଶୁଣି ଖୁବ୍ ଆଚମ୍ବିତ ଲାଗିଲା। ସତରେ ଯଦି ଏମିତି ହୁଅନ୍ତା ଭାରତ ବର୍ଷ ସୁନା ହୋଇଯିବ। ମନେ ପଡିଯାଉଥିଲା ବାବ୍ରୀ ମସଜିଦର ଓ ଅଯୋଧ୍ୟାର ଇତିହାସ। ଏ ଦୁଇଟି ସ୍ଥାନ ପାଇଁ ଭାରତ ବର୍ଷରେ ଆଜି ଯାଏଁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ନାନା ରକ୍ତପାତ ସୃଷ୍ଟି ହୋଇଛି। ଏହାର ସମାଧାନ କଣ ଇଶ୍ବର କରିପାରିବେ ନାହିଁ। ତେବେ କାହିଁକି ଏମିତି ଦୁଇ ସଂମ୍ପ୍ରଦାୟ ଭିତରେ ପରସ୍ପର ଇଶ୍ବରକୁ ନେଇ ବାଦବିବାଦ ଲାଗି ରହୁଛି।
ଶେଷରେ ମୋ ମନକୁ ବାରମ୍ବାର ପ୍ରତିଧ୍ୱନିତ୍ୱ ହେଉଥିଲା ସତରେ ଇଶ୍ବର ଏକ ନା ଅନେକ....
ତ୍ରିଲୋଚନ କାର୍ଯୀ