kalpana sahoo

Others

4.0  

kalpana sahoo

Others

ଇର୍ଷା

ଇର୍ଷା

2 mins
165


  ମେଣୀ ଆଉ କାଳିଆ ମାଉସୀ ପୁଅ-ଝିଅ, ଭାଇ-ଭଉଣୀ । ଏକା ସାଙ୍ଗରେ ଗୋଟିଏ କ୍ଲାସରେ ପଢନ୍ତି । ମେଣୀ ମାଆ ଅଙ୍ଗନବାଡି ମାଷ୍ଟରାଣୀକୁ କାଳିଆ ମାଆ ବି ଅଙ୍ଗନବାଡି ମାଷ୍ଟରାଣୀ । ଭଉଣୀ ଭଉଣୀ ଭିତରେ ଭାରି ଭଲ ସମ୍ପର୍କ । ମେଣୀ ଘର ଗାଆଁରୁ ସ୍କୁଲ୍ ବହୁତ ଦୂର । ସେଥିପାଇଁ ମେଣୀକୁ ତା' ମାଆ ମାଉସୀ ଘରେ ପାଠ ପଢିବାପାଇଁ ଛାଡିଛନ୍ତି । 


  ମେଣୀ ବହୁତ ସାଧାରଣ ଝିଅ । କାହାକୁ କିଛି କହେନି । ସମସ୍ତଙ୍କ ସହ ତା'ର ଭଲ ସମ୍ପର୍କ । ସେ ତା' ମାଉସୀକୁ ବହୁତ୍ ଭୟ କରେ । ମାଡ ଗାଳି ନୁହେଁ, ବାସ୍ ଛୋଟ ବେଳୁ ଡର ରହିଯାଇଛି । 



   କାଳିଆ ଆଉ ମେଣୀ ଦୁହେଁ ଏକା ସାଥିରେ ସପ୍ତମ ଶ୍ରେଣୀରେ ପରୀକ୍ଷା ଦେଲେ । 2008 ମସିହା, ସେତେବେଳକୁ ସପ୍ତମ କ୍ଲାସରେ ବୋର୍ଡ ପରୀକ୍ଷା ହୁଏ । ଆଉ ସେବେ ଠାରୁ ଜଣା ପଡିଯାଏ କିଏ କେମିତି ପାଠ ପଢୁଛି । 




   ପରୀକ୍ଷା ସରିଲା । ପରୀକ୍ଷାର ଫଳ ବାହାବା ଅପେକ୍ଷାରେ ସମସ୍ତେ ଥାଆନ୍ତି । ରଜ ପୂର୍ବରୁ ଖରାଛୁଟି ଦିଆଯାଏ । ତା' ଆଗରୁ ଫଳ ବାହାରିଲା । କାଳିଆ ଅପେକ୍ଷା ମେଣୀ ଅଧିକା ନମ୍ବରରେ ପାସ୍ ହେଲା । ଛୁଟି ପରେ ଅନ୍ୟ ସ୍କୁଲ୍ (ହାଇସ୍କୁଲ୍)ରେ ନାମ ଲେଖାଯିବ । ସ୍କୁଲରେ ଅନ୍ୟ ଶ୍ରେଣୀ ପିଲାମାନଙ୍କର ପରୀକ୍ଷା ସରିଲା ପରେ ସ୍କୁଲ୍ ଛୁଟି ଦିଆଗଲା।



  କିଛି ଦିନ (ଖରାଛୁଟି) ପରେ ସ୍କୁଲ୍ ଖୋଲିଲା । କାଳିଆର ନାମ ସ୍କୁଲରେ ତା' ବାପା କରିଦେଲେ । ମେଣୀ ଯେହେତୁ ଅଧିକା ନମ୍ବର ରଖିଥିଲା ତେଣୁ ତା' ମାଆ ତାର ନାମ ଆଉ ଗୋଟିଏ ସ୍କୁଲରେ ଲେଖେଇଦେଲେ । ସ୍କୁଲ୍ ମେଣୀର ଘରଠୁ ବହୁତ୍ ଦୂର, ସେଥିପାଇଁ ମେଣୀକୁ ହଷ୍ଟେଲରେ ରହିବାକୁ ପଡିଲା । 



   ନାମ ଲେଖା ସରିବାପରେ ସ୍କୁଲରେ ପାଠପଢା ଚାଲିଲା । ତା'ସାଙ୍ଗରେ ପଢୁଥିବା ପିଲାମାନଙ୍କ ସହ ଆସ୍ତେଆସ୍ତେ ଚିହ୍ନା ପରିଚିତ ହେଲା । ମେଣୀ ଯୋଉ ସ୍କୁଲରୁ ପାସ୍ କରି ଯାଇଛି ସେ ସ୍କୁଲର ସବୁପିଲାଙ୍କଠାରୁ ସେ ଅଧିକା ନମ୍ବର ରଖିଥିଲା । ସେଥିପାଇଁ ହଷ୍ଟେଲରେ, କ୍ଲାସରେ ତାର କୋଟି ଆଦର।



   ଏମିତି ଏମିତି ତିନି ବର୍ଷର ପାଠ ପଢା ସରିଗଲା କାଳିଆ ଆଉ ମେଣୀର । ଦୁହେଁ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କଲେ । ତା'ପରେ ସେମାନେ କଲେଜରେ ପାଠ ପଢିଲେ । କାଳିଆ ଆର୍ଟସ ରେ ନାମ ଲେଖାଇଲା ଆଉ ମେଣୀ ସାଇନ୍ସରେ । 



  +2 ସରିବା ପରେ କାଳିଆ ଗୋଟିଏ ବେସରକାରୀ ଚାକିରି କଲା । ମେଣୀ ଆହୁରି ପଢିଲା । ସେ ମେଡିକାଲରେ ଫାର୍ମାସୀ କରି ଗୋଟିଏ ସରକାରୀ ଡାକ୍ତରଖାନାରେ ଫାର୍ମାସୀ ଭାବେ ନିଯୁକ୍ତି ପାଇଲା । ମେଣୀର ସଫଳତା ଦେଖି କାଳିଆର ମା ସହିପାରନ୍ତିନି । ଯେବେ ବି ମେଣୀ ତାଙ୍କ ଘରକୁଯାଏ ସେମାନଙ୍କ ଭିତରେ ଝଗଡାହୁଏ, ଛୋଟ ଛୋଟ କଥାରେ । ଏବେ ମେଣୀ କାଳିଆ ଘର ଘରକୁ ଆସିବା ବନ୍ଦ କରିଦେଇଛି।



   କେବଳ ଟିକିଏ ଈର୍ଷା ପାଇଁ ମାଉସୀ ଝିଆରୀର ସମ୍ପର୍କରେ କଳଙ୍କ ଲାଗିଯାଇଛି । ଜଣକର ଛାଇ ପଡିଲେ ଆଉ ଜଣକର ନାହି ଡେଉଁଛି।






Rate this content
Log in