ବଳରାମ ବାରିକ

Children Stories

2  

ବଳରାମ ବାରିକ

Children Stories

ଇଲାକା।

ଇଲାକା।

3 mins
505



ସେଦିନ ସର୍ବାହଲ ଛକଠାରେ ହଠାତ୍ ରାମୁ ,ସତିଆ ଉପରେ ଗର ଗର ହେଉଥାଏ। ଭୟାନକ ଗାଳି କରୁଥାଏ। କହୁଥାଏ ,ତୁ ଗୋଟେ ବେକାରିଆଟା । କିଛି ତୋର କାମ ଧନ୍ଦା ନାହିଁ।

ସବୁବେଳେ ଖାଲି ତୋର ଅଭିଯୋଗ । ନିଜ ଇଲାକାଟା ସମ୍ଭାଳି ପାରୁନୁ । ୟାର୍ ତାର ଇଲାକାରେ ପଶିଯାଉଛୁ। ତୋତେ ତ ଗୌଡ଼ପଡା ଦିଆ ଯାଇଥିଲା ତୁ କାହିଁକି ପର୍ଶୁରାମ ଛକକୁ ଆସିଲୁ। ତୋତେ କଣ ନିଅଣ୍ଟ ହେଲା ଏତେ ବଡ଼ ଏରିଆ ତା ସାଙ୍ଗକୁ ଜଗନ୍ନାଥ ହୋଟେଲ ବି ଖୋଲି ଯାଇଛି ସବୁ ହାଡ଼ ତ ତୋର । ହେଲେ ତୁ ଆଡେ କାହିଁକି ଆସିଲୁ ।

ରବିବାରଟା ପିଣ୍ଟୁ ଆଉ ମୁଁ ବଡି ଭୋର୍ ରୁ ଜଗି ବସିଛୁ କେତେବେଳେ ବୁଢୀ ଆସିବ ଚିଲିକା ମାଛ କାଟିବ ଆଉ ତାର ଅନ୍ତବୁଜୁଳି ଗୁଡା ଆମ ଭାଗରେ ପଡିବ ଆଉ ଆମେ ଖାଇବୁ ।

ହେଲେ ତୁ କିଏ ବୋଧେ ବାଉଁଶ ଫାଳିଆ ରେ ତୋତେ ଦୁଇ ପାହାର ପକାଇଛି କାଉଁ କାଉଁ ହୋଇ ଦୌଡି ଆସିଲୁ ଆଉ ଆମ ପାଖରେ ବି ଭାଉଁ ଭାଉଁ ହେଲୁ। ବୁଢ଼ା ପୁଣି ତୋତେ କାତି ରମ୍ପା କାଠରେ ଦୁଇ ପାହାର ଦେଲା । ତୁ ତ ଧାଇଁଲୁ ଧାଇଁଲୁ ଆମ ଭାଗଟା ବି ବୁଡ଼ିଲା।

ବୁଝିଲୁ ସତିଆ ତୋତେ ଆଉ କଣ କହିବି କିଛି ବୁଝି ପାରୁନି।

ସାନ ଭାଇଟା ହେଇ ଯାଉଛୁ ତୁ ଦୁଇ ପଦ ଭାଷାରେ ଗାଳି ଦେଇ ପାରୁନି । ମାଉସୀ କୋଇଲା ଟ୍ରକ ତଳେ ଚାପି ହୋଇ ପ୍ରାଣ ଛାଡିବା ବେଳେ ଭୋ ଭୋ ହୋଇ କାନ୍ଦି ତା ମୁଣ୍ଡରେ ମୋ ଆଗ ଗୋଡ଼ରୁ ଗୋଟେ ଥୋଇ ଶପଥ କରାଇଥିଲା।

ଆଉ କହିଥିଲା ଦେଖ ରାମୁ , ସତିଆ ତୋତେ ଲାଗିଲା। ତାକୁ ନିଜ ଭାଇ ନଖିଆ ପରି ସ୍ନେହରେ ରଖିବୁ।

ତୁ ନିଜେ କହ ମୁଁ ତୋତେ ସାନ ଭାଇ ପରି ଥଇଥାନ କରିଛି କି ନାହିଁ ତୁ ଆମ ମହାସଙ୍ଗ ର ନୀତିନିୟମ କିଛି ମାନୁ ନାହୁଁରେ ଛବିଲା କୁ ନବ ଦାସ ଗଳି ଦିଆ ଯାଇଛି। ସେ ତ ସେଠି କୁକଡ଼ା ପୁଣ୍ଟି ଆଉ ପିତ ଗୁଡା ଖାଏ। ମଝିରେ ମଝିରେ ଶୁଖିଲା ବରା ,ଇଟିଲି ଗୁଡା ଖାଇ ବଡ଼ ଗୁଲୁ ଗାଲିଆ ହେଉଛି। ସତେ ଯେମିତି ବିଉଟି କମ୍ପିଟିସନ ରେ ଭାଗ ନେବ।


ଛବିଲା କାଲି ମୋ ପାଖକୁ ତୋ ନାଁରେ ଫେରାଦ ହେବାକୁ ଆସିଥିଲ। ତୁ କୁଆଡେ ତା ଇଲାକାରେ ପଶି ଗୁଲୁ ଗୁଲା ଖାଇ ଦେଉଛୁ ହଇରେ ସତିଆ କଣ କରୁଛୁ ତୁ କାହିଁକି ମଣିଷ ମାନଙ୍କ ପରି ନିୟମ କାନୁନ୍ ଭାଙ୍ଗୁଛୁ ।

ତୁ ମୋତେ ଯେମିତି ରଗାଉଛୁ ଇଚ୍ଛା ହେଉଛି ଚିଙ୍ଗୁଡ଼ି ମୁଣ୍ଡର ଖୋଳପା ଚୋବେଇଲା ପରି ତୋ କାନକୁ ଚୋବେଇ ଦେବି। ଜଲ୍ଦି ତୋର ଏ ଜମି ମାଫିଆଙ୍କ ପରି ଜବର ଦଖଲ କରିବା ଅଭ୍ୟାସ ଛାଡ୍ । ନହେଲା ତୋତେ ଆମ ସଂଘରୁ ବାହାର କରିଦେବୁ ଆଉ ବାଇପାସ୍ ଆଡେ ଖେଦିଦେବୁ। ତା ପରେ ବୁଝିବୁ ସେଠି ତୋର ଅବସ୍ଥା କଣ ହେବ।

ନାଇଁ ଭାଇ ସେମିତି କରନି। ମୁଁ ଅଖିଆ ଅପିଆ ମରିଯିବି। କିଛି ନାହିଁ ସୁଖା ଜାଗାଟା।

ତୁ ଯେମିତି ଗର୍ଵ ଅହଙ୍କାର ଦେଖାଉଛୁ ତୋର ସେମିତି ଦଶା ନିଶ୍ଚିୟ ହେବ।

ଭାଇ ତୁମେ ମାନେ ତ ଭଲସେ ଜାଣ ସ୍ୱଚ୍ଛ ଭାରତ ଅଭିଯାନ ସ୍କିମରେ ଘରେ ଘରେ ପାଇଖାନା। ଆଉ ଆଗକୁ କଣ କହିବି ତୁମେ ବୁଝିପାରୁଥିବ।

ତୁ ଯେମିତି ଖାଲି ସେଇତକ ଖାଇ ବଞ୍ଚୁଥିଲୁ

ସେ କାଠ ଗୋଦାମ ପାଖରେ ପରା ହୁସେନ ଚାଚା ଛେଳି କାଟୁଛି । ବୁଧୁ ବାରିଆ ଆଉ ରବି ବାରିଆ ତ ମଟନ ଖାଉଥିବୁ। ଆମକୁ କେବେ ନିମନ୍ତ୍ରଣ ଦେଇଛୁ

ମଟନ୍ ନା ଫଟନ୍ ଛେଳି ନେଣ୍ଡିକୁ ଛାଡି ମଣିଷ ସବୁ ଚରି ଯାଉଛି। ଦୁଇ ଘଣ୍ଟା ଅପେକ୍ଷା କଲା ପରେ କାଠ ମୁଣ୍ଡିଆରେ ଲାଗିଥିବା ଧାପେ ମାଉଁସ୍ ମିଶା ଚର୍ବି ଫିଙ୍ଗୁଛି । ତାକୁ ଖାଇ ବଞ୍ଚିବି ତୁମେ କୁହ ?

-ଆଉ ଜଗନ୍ନାଥ ହୋଟେଲ ?

-ହେ ଭାଇ ତୁମେ ପାଗଳ ହେଲା ଲୋକ କୁକୁଡ଼ା ହାଡ଼କୁ କାଡୁ କାଡୁ କରି ଚୋବେଇ ଗିଳି ହଜମ୍ କରିଦେଉଛନ୍ତି। ଆଉ ମୋତେ କେଉଁଠୁ ମିଳିବ

ଏତେ ମାପି ଚୁପି ରାନ୍ଧୁଛି ଯେ ଭାତ ଗଣ୍ଡେ ବଳୁନାହିଁ । ତୁମେ କାହିଁ ବୁଝିବ ମୋ ଦୁଃଖ

-ତୁ ବାହାନା କରିବାରେ ଏକ ନମ୍ବର। ତୁ ଭାବୁଛୁ ବିନା ପରିଶ୍ରମରେ ତୋତେ ଖାଇବା ମିଳିଯିବ

ତୁ କଣ ଭାବୁଛୁ ନିଜକୁ କିରେ ଆମେ ପରା ଦେଶୀ କୁକୁର । ଆମ ପାଇଁ କାହାରି ମନରେ ଦରଦ ନାହିଁ। ନା ଆମକୁ କିଏ ଘରେ ଜାଗା ଦିଏ ନା ବିଦେଶୀ କୁକୁରଙ୍କ ପରି ଆମକୁ ସୋଫାରେ ବସାଏ ନା ଆମ ପାଇଁ ମନମୋହନ ସ୍କୁଲ ପଡିଆରେ ପଦର୍ଶନୀ ହୁଏ।

ଆମକୁ ବୁଲା ଗାଈ ଷଣ୍ଢଙ୍କ ପରି ରାସ୍ତାରେ ଗଡ଼ିବାକୁ ପଡେ।

-ଠିକ୍ କହିଲ ଭାଇ।

-ହଁ ମୁଁ ବୁଝୁଛି ତୋ କଷ୍ଟ ଆଉ ଦୁଃଖ । ଆଉ ସେ ବେଳେ ନାହିଁରେ। ସେତେବେଳେ ତ ଲୋକଟିଏ ଅଇଁଠା ଥାଳିରେ ମୁଠାଏ କୁକୁର ଖାଇବ ବୋଲି ଛାଡି ଦେଇ ନିଜେ ହାତ ଧୋଇବା ଆଗରୁ ତୁ ତୁ ଚୁ ଚୁ କରି ଡାକି ଆମ ମାନଙ୍କୁ ଖୁଆଉ ଥିଲା।

-ହଁ ପୁଣ୍ୟ ବି ପାଉଥିଲା।

-ଏବେ ମଣିଷକୁ ଅଣ୍ଟିଲେ ସିନା ଆମକୁ ଦେବ। ମାପି ଚୁପି ଚାରୋଟି ରୁଟି କରୁଛନ୍ତି।

-ହଁ ଭାଇ ଦରଦାମ୍ ବଢ଼ିଗଲାଣି ସବୁ ଜିନିଷର


-ଠିକ୍ ଅଛି ଆଉ ନେତାଙ୍କ ପରି ଭାଷଣ ଦେଏନା

ତୋତେ ଆଜିଠୁ ମିଶ୍ର ଗଳି ଦିଆଗଲା। ତୁ ଆଜିଠୁ ସେଇ ଇଲାକାରେ ରହିବୁ। ଟିକେ କଷ୍ଟ କରିବାକୁ ପଡିବ। କାନ୍ଦି କୁନ୍ଥେଇ ଭୁକିବାକୁ ପଡ଼ିବ। ତାହାଲେ କିଛି ଅଇଁଠା ମିଳିବ । ଏଇତ ଜୀବନ। ସଂଘର୍ଷ କରି ଆଗକୁ ବଢିବାକୁ ପଡିବ। ଆଗକୁ ଦୁର୍ଗା ପୂଜା ଆସୁଛି। ଗରମ ଗରମ ଖେଚୁଡ଼ି ଖାଇବୁ।

-ଠିକ ଅଛି ଭାଇ। ତୁମ କଥା ମାନିବି ଭୋ ଭୋ ଭିହୋ ଓଃ ଓ ଓ । (ଜଲ୍ଦି ଯା )

-ଆଉଉ ଉ ଉ ଉ ଉ । (ହଉ ଯାଉଛି)



Rate this content
Log in