TASNEEM SULTANA

Children Stories Inspirational

3  

TASNEEM SULTANA

Children Stories Inspirational

ଇକୋ ଆମ୍ବୁଲାନସ୍

ଇକୋ ଆମ୍ବୁଲାନସ୍

2 mins
280



କିଛି ପରିକଳ୍ପନା ଆମକୁ ଅଜବ ଲାଗିପାରେ କିନ୍ତୁ ସେଥିରେ ବାସ୍ତବତା ଭରି ରହିଛି । ଏଇ କିଛି ଦିନ ତଳେ ଲିଜା ତା ସାଙ୍ଗ ପୂଜାକୁ କହିଲା କି ପଶୁପକ୍ଷୀ ଓ ମଣିଷମାନଙ୍କ ସୁରକ୍ଷା ପାଇଁ ଡାକ୍ତରଖାନା ସବୁ ରହିଛି ।ବୃକ୍ଷଲତା ଗୁଡିକର ସୁରକ୍ଷା ଓ ଯତ୍ନ ପାଇଁ ଏମିତି କିଛି ମେଡିକାଲର ବ୍ୟବସ୍ଥା ହେଲେ ଏ ପୃଥିବୀ ପୁନଶ୍ଚ ହସି ଉଠନ୍ତା । ଏ ବିଷୟରେ ଅଧିକ ଜାଣିବା ପାଇଁ ସେମାନେ ଗୁଗୁଲ୍ ରେ ବହୁତ ସର୍ଚ କଲେ।ସେମାନେ ଜାଣିବାକୁ ପାଇଲେ ପରିବେଶରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପ୍ରଦୁଷଣ ଦିନକୁ ଦିନ ବଢି ଚାଲିଛି । ତେଣୁ ସେମାନେ ବ୍ୟବହୃତ ଜିନିଷଗୁଡିକର ବିକଳ୍ପ ବ୍ୟବହାର କରି ସହରର ପ୍ରଦୁଷଣକୁ କିଛିମାତ୍ରାରେ ରୋକିବାର ପ୍ରୟାସ କଲେ। ଏଥିପାଇଁ ସେମାନେ ସହରର ବିଭିନ୍ନ ହୋଟେଲରୁ ଖାଲି ପଡିଥିବା ପ୍ଲାଷ୍ଟିକ ବୋତଲ ସଂଗ୍ରହ କଲେ। ସେମାନଙ୍କ ସ୍କୁଲ ପାଚେରିର ଦୁଇମୁଣ୍ଡ ଓ ମଝିରେ ଖୁଣ୍ଟ ପୋତିଲେ ।ବିଦ୍ୟୁତ ବିଭାଗସହ ଯୋଗାଯେଗ କରି କିଛି ସେଠାରୁ ଅଦରକାରି ଆଲୁମିନିୟମ ତାର ସଂଗ୍ରହ କରି ପାଚେରିରେ ତାରବାଡ ଲଗେଇଲେ । ପ୍ରତି ପ୍ଲାଷ୍ଟିକ ବୋତଲର ତଳପଟ ସାମାନ୍ୟ କଣାକରି ଏଗୁଡିକୁ ଉପର ତଳ କରି ସିଧା ରଖି ଆଲୁମିନିୟମ ତାରରେ ବାନ୍ଧ ିଦେଲେ ।ଏହିପରି ଉପର ତଳ ଧାଡି ଧାଡି କରି ପାଖାପାଖି ପାଞ୍ଚଶହ ପ୍ଲାଷ୍ଟିକ ବୋତଲ ସଜେଇଲେ ।ପ୍ରତି ବୋତଲର ସାମନାପଟ ଅଳ୍ପ କାଟି ସେଇସବୁ ବୋତଲ ଗୁଡିକରେରେ କିଛି ମାଟି ପକେଇ ଛୋଟ ଛୋଟ ଲଟା ଜାତୀୟ ଗଛ ଲଗେଇଲେ । ସେମାନେ ବଜାରରୁ ସ୍ବଚ୍ଛ ସାଲାଇନ ପାଇପ ଆଣି ଏଥିରେ ସଂଯୋଗକରି ବୁନ୍ଦା ଜଳସେଚନର ବ୍ୟବସ୍ଥା କଲେ ।ଏହିପରି ଭାବରେ ସେମାନେ ନବେ ପ୍ରତିଶତରୁ ଅଧିକ ଜଳ ସଂରକ୍ଷଣ କରି ପାରିଲେ । ।ଗଛ ଗୁଡିକର ଯତ୍ନ ନେବା ପାଇଁ ସେମାନେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହଯୋଗରେ କିଛି ସ୍ବେଚ୍ଛାସେବି ସଂଗଠନ ଗୁଡିକ ସହ ଯୋଗାଯୋଗ କରିବା ପରେ ସଂଗଠନର ସ୍ବେଚ୍ଛାସେବୀମାନେ ସେମାନଙ୍କ ଉଦ୍ଦେଶ୍ୟର ପ୍ରସଂଶା କରିବା ସହ ସେହିସବୁ ଗଛଗୁଡିକର ଯତ୍ନ ନେବା ପାଇଁ ସେମାନଙ୍କ କଥା ଅନୁସାରେ ' ଇକୋ ଆମ୍ବୁଲାନସ'ର ବ୍ୟବସ୍ଥା କରିବା ପାଇଁ ବୈଠକ କଲେ । ସ୍ବେଚ୍ଛାସେବୀମାନେ ଏହାର ଉପକାରିତା ଜାଣିବା ପରେ ଏପରି ପ୍ରସ୍ତାବକୁ ମଞ୍ଜୁର କରିଦେଲେ । ଲିଜାର ପ୍ରସ୍ତାବ ଅନୁସାରେ ଏହି ଆମ୍ବୁଲାନସରେ ପିଲାମାନେ ବୁଲି ବୁଲି ଉକ୍ତ ଗଛ ଗୁଡିକର ଯତ୍ନ ନେବାସହ ମରି ଯାଇଥିବା ପତ୍ରଗୁଡିକୁ କାଟି ସଫା କଲେ ଓ ଉପଯୁକ୍ତ ଔଷଧର ପ୍ରୟୋଗ କରିବା ଯୋଗୁଁ ଖୁବ କମ ଦିନରେ ସ୍କୁଲ ପାଚେରିସବୁ ସହରର ସବୁଜ ବାଡରେ ପରିଣତ ହେଲା । ଏହାଦେଖି ସହରର ଅନ୍ୟ ଅଫିସ ଗୁଡିକରେ ଏହିଭଳି ହଜାର ହଜାର ସିଧା ବଗିଚା ବା ଭର୍ଟିକାଲ ଗାର୍ଡେନ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଅନୁରୋଧ କଲେ ।ଲିଜାର ଏପରି ପରିକଳ୍ପନା ବାସ୍ତବ ଋପ ନେଇଥିବାରୁ ସେମାନଙ୍କୁ ଯୁଗ୍ମ ଭାବେ ସଂଗଠନ ତରଫରୁ 'ପ୍ରକୃତି ମିତ୍ର' ପୁରସ୍କାରରେ ସମ୍ମାନୀତ କରାଗଲା ।


Rate this content
Log in