STORYMIRROR

Seetaram Dash

Others

2  

Seetaram Dash

Others

ହୋମ କଲିଂ

ହୋମ କଲିଂ

1 min
696


ସଞ୍ଜୟ ଜଣେ ବ୍ୟାଙ୍କ କର୍ମଚାରୀ। ବ୍ୟସ୍ତ ବହୁଳ ଜୀବନ। ସକାଳୁ ଘରୁ ଆସିଲେ, ଫେରୁ ଫେରୁ ରାତି ନ। କାମ ବେଳେ ଘରୁ ଫୋନ ଆସିଲେ ଭାରି ବିରକ୍ତ ହୁଏ ସେ।


ଆଜି ବୋଉଙ୍କର ନ' ଥର ଫୋନ ଆସି ସାରିଲାଣି। ବିରକ୍ତ ହେବା ବ୍ୟତୀତ କିଛି ଉପାୟ ନାହିଁ। ଫ୍ଲାଇଟ୍ ମୋଡ଼ରେ ଫୋନ ରଖିଦେଇ ନିଜ କାମରେ ଲାଗି ପଡିଲେ ସଞ୍ଜୟ। ଗ୍ରାହକ ମାନେ ଚାଲିଗଲେ, କାମ ସରିଲା। ଦୁଇ ଘଣ୍ଟା ବିତି ଗଲାଣି। ମନେ ପଡ଼ିଲା ବୋଉ କଥା। ବୋଉ ପାଖକୁ ଫୋନ ଲଗାଇ ସଞ୍ଜୟ କହିଲେ 


     - କଣ ହେଲା ବୋଉ?


ବୋଉ - ତୁ ଫୋନ ଟିକେ ଉଠଉନୁ। କେତେ ଥର ମୁଁ ଫୋନ କଲାଣି?

ସଞ୍ଜୟ -(ବିରକ୍ତ ହୋଇ) କେତେଥର କହିଛି, କାମ ବେଳେ ଫୋନ ନ କରିବା ପାଇଁ।

ବୋଉ -ତୁ ଆଜି ଟିଫିନ୍ ଛାଡି ଆସିଥିଲୁ। ମୁଁ ତୋ ଅଫିସ ଆଗରେ ବସିଛି। ଆ ନେଇ ଯା।

   

    ଏତକ ଶୁଣି ସଞ୍ଜୟ ସ୍ତବ୍ଧ। କଣ କହିବ...କିଛି ଶବ୍ଦ ନ ଥିଲା ତା ପାଖରେ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍