Lipsa Acharya

Others

2  

Lipsa Acharya

Others

ହଁ,ମୁଁକରିପାରିବି

ହଁ,ମୁଁକରିପାରିବି

2 mins
304


ହଁ , ମୁଁ କରିପାରିବି । ତମେ ସବୁ ଆତ୍ମୀୟ ହେଇକି ବି ମୋତେ ପଚ୍ଥରୁ ଟାଣୁଚ୍ଥ । ମୁଁ ମାନୁଚ୍ଥି , ମୋର ଭାଇଙ୍କ ପରି ଜ୍ଞାନ ନାହିଁ । ମୁଁ ତାଙ୍କ ପରି ପାଠରେ ଆଗୁଆ ନୁହେଁ । ଆଜି ଏତେ ତୁଳନା କାହିଁକି କରିବାକୁ ପଡିଲା ??ସେଥିରେ ମୋର କିଚ୍ଥି ଭୁଲ୍ ନାହିଁ । ଝିଅଟେ ବୋଲି ପିଲାଦିନ ରୁ ପାଠବହି ବଦଳରେ ହାତରେ ଚା'କପ ଥରି ଅତିଥି ମାନଙ୍କୁ ପରସିବାର ଶିଖାଇଲ । କଣ ନା ଶାଶୁଘରକୁ ଗଲେ ଆମ ନାମ ପକେଇ ଦବ । ବଡ ଆଶ୍ଚର୍ଯ୍ଯ ଲାଗେ ଭାଇ ମଧ୍ଯ ମୋ ସପକ୍ଷରେ ଠିଆ ହୁଅନ୍ତି ନାହିଁ । 

      ସମସ୍ତଙ୍କ ଅଜାଣତରେ ମୁଁ , ଆଜି ନିଜ ପାଇଁ କିଚ୍ଥି କରିବାକୁ ଯାଉଚ୍ଥି । ଜାଣିନି ସେଥିରେ ସଫଳ ହେବି କି ନାହିଁ । ତଥାପି, ତମ ସମସ୍ତଙ୍କ ଅଲଣା କଥା ଶୁଣିଶୁଣି ମୋ ଭିତରେ ଥିବା ଆତ୍ମ ବିଶ୍ବାସ ହଠାତ୍ ଜାଗି ଉଠିଲା । ଆଜି ଏମିତି କିଚ୍ଥି କରିବାକୁ ଚାହେଁ ଯାହା କେବେ ମୁଁ ସ୍ବପ୍ନ ରେ ବି କରିବି ବୋଲି ଭାବିନଥିଲି । ମୁଁ ଭାରତୀୟ ନୌସେନାର ପରିକ୍ଷା ଦେବାକୁ ଯାଉଚ୍ଥି । ଜାଣିଚ୍ଥ ବାପା, ସକାଳୁ ଟିଉସନ୍ ଯିବା ବାହାନାରେ ମୁଁ ପହଁରିବା ଆଉ ଦୌଡି ବା ପାଇଁ ଯାଏ ।

ଆଉ ଲିଖିତ ପରିକ୍ଷା ପାଇଁ ନିଜେ ନିଜେ ଘରେ ପ୍ରସ୍ତୁତ ହୁଏ । ସବୁ ଶୋଇଗଲା ପରେ । 

       ମୁଁ ମା' ଙ୍କ ପରି ଘରକାମ କରି ଜୀବନ କାଟିବାକୁ ଚାହେଁ ନାହିଁ । ସେ ଘରର ସବୁ ସଦସ୍ଯ ପାଇଁ ଏତେ କରୁଚ୍ଥି , ତଥାପି ତମେ ତାକୁ ସମ୍ମାନ ବଦଳରେ ଗାଳି କର । ମୁଁ ସେପରି ଅବସ୍ଥା ଭୋଗିବାକୁ ଚାହେଁ ନାହିଁ । ପିଉସୀ କୁଆଡେ ମୋ ପାଇଁ ବାହାଘର ପ୍ରସ୍ତାବ ଆଣିଚ୍ଥନ୍ତି । ହେଲେ, ଜାଣି ରଖ ତା ପୂର୍ବରୁ ମୁଁ ମୋ ଲକ୍ଷ୍ଯ ହାସଲ କରିନେବି । ତମେ ଯେତେବେଳେ ମୋତେ କୁହ ଝିଅଟେ କଣ କରିବାରିବୁ । ଠିକ୍ ସେତେବେଳେ ମୋ ଆତ୍ମ ବିଶ୍ବାସ ଦୁଇଗୁଣା ବଢିଯାଏ । 

        ଆଜି ବି ତମକୁ ମିଚ୍ଥ କହି ଘରୁ ବାହାରି ଯାଉଚ୍ଥି । ମୋର କୌଣସି ବାନ୍ଧବୀ ବାହା ହଉନି ବରଂ ମୁଁ ପରିକ୍ଷା ଦେବାକୁ ଯାଉଚ୍ଥି । ବାସ୍ ! ଆଜି ପର୍ଯ୍ଯନ୍ତ ଯେଉଁ ନିରବ ପ୍ରତିବାଦ କରୁଥିଲି , ମୋ ସଫଳତା ତମକୁ ଚିତ୍କାରର ଶୁଭେଚ୍ଚ୍ଥା ଶୁଣାଇବ । ସେଇ ଆତ୍ମୀୟ ମାନଙ୍କ ଠାରୁ । ଯେଉଁ ମାନେ ଦିନେ ମୋ ଗୋଡ ଟାଣୁଥିଲେ । ହଁ, ମୁଁ କରିପାରିବି । ମୋ ଆତ୍ମବିଶ୍ବାସ ସଫଳତାର ସଠିକ୍ ଠିକଣା ଦେବାକୁ ଅପେକ୍ଷା କରିଚ୍ଥି । ମୁଁ ମୁକ୍ତ ଜଳରାଶିର ନୌକା ସାଜିବି । 



Rate this content
Log in