STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

2 mins
153


ରୋଇ ଓ ରୋହିତ ଦୁହେଁ ଗୋଟିଏ କମ୍ପାନୀରେ କାମ କରୁଥିଲେ। ଦୁହିଁଙ୍କର କାମ ମଧ୍ଯ ଏକା ଥିଲା। ପ୍ରତିଦିନ ଏକାଠି କାମ କରିବାର ସେମାନଙ୍କୁ ସୁଯୋଗ ମିଳୁଥିଲା। ଦୁହେଁ ମଧ୍ଯ ମନ ପ୍ରାଣ ଦେଇ ନିଜର କର୍ମ ନିର୍ବାହ କରୁଥିଲେ। ସେମାନଙ୍କ କର୍ମରେ ମାଲିକ ବହୁତ ଖୁସି ତ ଅଳ୍ପ କେଇଦିନ ମଧ୍ଯରେ ଆକାଶ ଛୁଆଁ ଦରମା ହାତେଇଲେ। 

     ଆଜିକାଲି ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। ବିବାହ ମଧ୍ଯ ମନ୍ଦିର ଓ କୋର୍ଟରେ କରିନେଲେ। ଘର ଲୋକଙ୍କ ଅଜ୍ଞତାରେ ଏ ସବୁ ହୋଇଗଲା ତ ଘର ପରିବାର ଠାରୁ ବନ୍ଧୁବାନ୍ଧବ ଯାଏଁ ଏ ଦୁହିଁଙ୍କ ପ୍ରତି ଖପା ହୋଇଗଲେ। ଆଜିର ଏ ଦୁନିଆଁରେ ଜାତିପ୍ରଥା ଉଠି ଯାଇଛି। ନ୍ଯାୟାଳୟ ମଧ୍ଯ ସ୍ବାଧୀନତା ଦେଇଛି କି ଜଣେ ଝିଅ ଅବା ପୁଅ ଯେ କୌଣସି ଜାତି ବା ଧର୍ମର ଲୋକଙ୍କ ସହ ବିବାହ କରିପାରିବ କେବଳ ପ୍ରାପ୍ତ ବୟସ୍କ ହୋଇଥିବା ଦରକାର। 

    ରୋଇ ଓ ରୋହିତ ଏ କଥା ଘର ପରିବାରଙ୍କୁ ଜଣେଇଲେ। ଘର ପରିବାର ସମ୍ବିଧାନର ନୀତି ଓ ନିୟମକୁ ଅବଜ୍ଞା କରି ପାରିବେ କିପରି? ସଭିଏ ଭାବିଲେ କି ଅବଜ୍ଞା ହେବ ତ ଉଭୟ ଜେଲ ଓ ଜୋରିମନା ଦେବାକୁ ପଡି଼ବ। ଘର ପରିବାର ରୋଇକୁ ଗୃହ ଲକ୍ଷ୍ମୀର ସ୍ବୀକୃତି ଦେଇଦେଲେ।

      ଆଜିକାଲି ରୋଇ ଓ ରୋହିତ ନିଜର କର୍ମ ସମ୍ପାଦନ ଘର ପରିବାରରେ ଏମିତି ମନ ଓ ପ୍ରାଣ ଦେଇ ଲାଗି ପଡି଼ଲେ ଯେ ମା ଲକ୍ଷ୍ମୀ ସତରେ ତାଙ୍କ ପ୍ରତି ସଦୟ ହେଲେ। କମ୍ପାନୀ ଛାଡି଼ ଘର ପରିବାରରେ ସେମାନେ ଦୁହେଁ ଏକ ଛୋଟ କମ୍ପାନୀ ଗଠନ କରି ପ୍ରାୟତଃ ପଚାଶ ସରିକି ଗାଁ'ଲୋକଙ୍କୁ ଜୀବନ ଓ ଜୀବିକାକୁ ସୁଦୃଢ଼ କରେଇ ନେଲେ ତ ଆଜି ସଭିଏଁ ରୋଇ ଓ ରୋହିତଙ୍କ ପାଖରେ ବଶ। ସଭିଙ୍କ ମୁଖରେ ଗୋଟିଏ କଥା ଝଙ୍କୃତ ହୁଏ କି କେବଳ ଏ ଘରକୁ ନୁହେଁ ଗାଁ'କୁ ମଧ୍ଯ ଲକ୍ଷ୍ମୀ ଆସିଗଲେ। 

     ସତରେ ! ଗୃହ ଲକ୍ଷ୍ମୀ ହେବ ତ ଏମିତି ଯାହାଙ୍କୁ ଘର ପରିବାର କାହିଁକି ଯେମିତି ଗାଁ'ଲୋକେ ମଧ୍ଯ ସର୍ବଦା ସୁଖ,ସନ୍ତୋଷ ଓ ସମୃଦ୍ଧ ହୋଇ ଆଗକୁ ବଢି଼ ସାରିଲେଣି ତ ମୁଣ୍ଡ ନୁଆଇଁ ରୋଇ ଓ ରୋହିତଙ୍କୁ ଭଗବାନ ମଣୁଛନ୍ତି।

        


Rate this content
Log in