SACHALA GURU

Children Stories Inspirational

4.0  

SACHALA GURU

Children Stories Inspirational

ଗର୍ବ

ଗର୍ବ

1 min
203


  ଗର୍ବ ହେଲା ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି l ଏହା ବଂଶ ପରମ୍ପରା ଗତ ହୋଇପାରେ କିମ୍ବା ଉଚ୍ଚ ପଦ ପଦବୀରେ ଥିଲେ ହୋଇଥାଏ l ଯେପରି ଜଣେ ଦରିଦ୍ରର କଷାଘାତରେ ରହି ଅଜସ୍ର ପରିଶ୍ରମରେ ନିଜର ଜୀବନ କୁ ସାର୍ଥକ କରି ଵଂଶର ପରିବାରର ଗ୍ରାମର ସମାଜ ଉର୍ଣ୍ଣତୀର ଚରମସୀମାରେ ପହଂଚିଥାଏ l ତାହା ହେଉଛି ତାହାର ଗର୍ବ ଓ ଗୌରବ l

      ସେହିପରି ପାହାଡ ପର୍ବତଘେରା ଘଞ୍ଚ ଅରଣ୍ୟାନିର ନିକଟବତ୍ତୀରେ ଏକ ପଲ୍ଲୀ ଗ୍ରାମ ଟିଏ ଅବସ୍ଥିତ ଥିଲା ସେହିଗ୍ରାମରେ କୌଣସି ପ୍ରକାର ସୁବିଧା ନଥିଲା ଯଥା -ଶିକ୍ଷା, ପାନୀୟ, ରାସ୍ତା ଘାଟ ଓ ସ୍ୱାସ୍ଥ ସେହି ଗ୍ରାମର ନାମ ଥିଲା ମୁକୁତlପୁର ସେହିଗ୍ରାମରେ ସୁଦାମ ଓଝା ନାମକ ଜଣେ ବ୍ୟକ୍ତି ବାସ କରୁଥିଲେ l ତାଙ୍କର ଏକ ମାତ୍ର କନ୍ୟା ଥିଲା ଲାବଣ୍ୟ ଓଝା l


       ଦିନକର କଥା ସେହିଗ୍ରାମ ଦେଇ ଥରେ ଜଣେ ନର୍ସ (ସେବିକା )ସମସ୍ତଙ୍କୁ ମେଲେରିଆ ଔଷଧ ବାଣ୍ଟୁଥିଲl l ଏହି ସେବିକାକୁ ଦେଖି ଲାବଣ୍ୟ ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା l ସେହି ଦିନଠାରୁ ଲାବଣ୍ୟ ର ପାଠପଢା ପ୍ରତି ଆଗ୍ରହ ଜାତ ହେଲା ଯାହା ଫଳରେ ଦଶ କିଲୋମିଟର ରାସ୍ତା ଚାଲି ଚାଲି ପଢିବାକୁ ଯାଉଥିଲା l ତାହାପରେ ଲାବଣ୍ୟ ର ପିତାମାତା କନ୍ୟାକୁ ପାଠ ପଢ଼ାରେ ସୁଯୋଗ ଦେଇଥିବାରୁ, ଲାବଣ୍ୟ ର ପାଠ ପଢାପ୍ରତି ଆଗ୍ରହ ବଢିଲା l ଲାବଣ୍ୟ ର ଶିକ୍ଷା ଗତ ଯୋଗ୍ୟତା ତାକୁ ଦିନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷିୟତ୍ରୀ ହେବାରେ ସାହାଯ୍ୟ କଲା l ତାହାରି ଉଦ୍ୟମରେ ସେ ଗ୍ରାମର ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇଲେ lଯାହା ଫଳରେ ଲାବଣ୍ୟ ଶିକ୍ଷିତ ହେବାରୁ ଅନ୍ୟ ଶିକ୍ଷିତ ପିଲା ମାନଙ୍କୁ ଏକଜୁଟ କରି ଗ୍ରାମରେ ବିଦ୍ୟାଳୟ, ଡାକ୍ତରଖାନା, ନଳକୂପ ଓ ଗମନା ଗମନ ର ସୁବିଧା କରିଥିଲେ l ଏଥିପାଇଁ ଲୋକେ ଉପକୃତ ହୋଇଥିଲେ l 

ଆଜି ଲାବଣ୍ୟ ଲାଗି ଗ୍ରାମବାସୀ ସଫଳ ହୋଇପାରିଲେ l ସେଥିପାଇଁ ଗ୍ରାମବାସୀ ଖୁସିରେ କହି ଉଠିଲେ ଏହି ଲାବଣ୍ୟ ଆମ ଗ୍ରାମର ଗର୍ବ ଓ ଗୌରବ l                                     


Rate this content
Log in