Arati Sahoo

Others

2  

Arati Sahoo

Others

ଗୋଟିପୁଅ

ଗୋଟିପୁଅ

2 mins
5.6K


- ହେଲୋ....ହେଲୋ..ହଁ,କଣ ହେଲା କି?

-ଆଚ୍ଛା ଠିକ ଅଛି, ତୁମ ମୋବାଇଲରେ ତିନି ଶହ ଟଙ୍କା ରିଚାର୍ଜ କରିଦେବି।

-ହଁ ବାବା,ତୁମ ଆକାଉଣ୍ଟରେ ଅଲରେଡି ପଇସା ପଠେଇ ଦେଇଛି।

-କଣ ହେଲା? ବେଶି ଦରକାର?ହେଉ ,ଠିକ ଅଛି।

-ବାବୁର ଝିଅ କେମିତି ଦେଖା ଯାଉଛି ଯେ?ସେ ତ ମୋତେ କେତେବେଳେ ହେଲେ ଭିଡିଓ କଲ କରୁନାହିଁ କି ସିମ୍ପ୍ଲ ଫୋନ ବି କରୁନାହିଁ।ଛୁଆବେଳର ଡରଟା ରହି ଯାଇଛି।ତାକୁ ଟିକେ କହିବ ମୋତେ ଭିଡିଓ କଲ କରିବ।ମୁଁ କଲେ ,ସେ ବେସ୍ତ ରହୁଛି ନା କଣ, ଉଠାଉ ନାହିଁ।

-ନା ମ,ଏଇ ଭାତ ବସେଇଛି,ରୁଟି କରିବାକୁ ଇଚ୍ଛା ହେଉନାହିଁ।

-କଣ,ସତରେ ପପି ଛୁଆ ଦେଇଛି?ଛଅଟା?ତାଙ୍କୁ ଭଲକରି ଘୋଡ଼ାଇ ରଖିବ।ଶୀତ ଦିନ।ଆଉ ଶୁଆଟା କଥା କହୁଛି ନା ନାହିଁ?

-ହଁ ଯେ, ମୋତେ କିନ୍ତୁ ଲାଗୁଛି, ପାଞ୍ଚ ଛଅ ମାସ ହେଲା, କଟକରୁ ଆସିଲିଣି।ଏ ହରିଆଣାରେ ଭାରି ଶୀତ।ଖରା ଟିକେ ବି ହେଉନାହିଁ।ସକାଳୁ ଗାଧେଇ ଅଫିସ ଯିବା ଯୋଉ କଷ୍ଟ।

-ତଥାପି ତ ଆହୁରି ତିନି ବର୍ଷ ରହିଲାଣି ରିଟାୟରମେଣ୍ଟକୁ।ଏଇ,ସାମନ୍ତ ରାୟ ବାବୁ ଭି ଆର୍ ଏସ୍ ନେଇ ଗଲେଣି।ତାଙ୍କ ରୁମକୁ ଆଉ କିଏ ଜଣେ ଆସିବ।ଭାଉଜ କୁଆଡ଼େ ମନା କରୁଥିଲେ ଭି ଆର୍ ଏସ୍ ନେବାକୁ।ପାଞ୍ଚବର୍ଷ ରହିଲାଣି ତାଙ୍କ ଚାକିରୀ।କିନ୍ତୁ ସାମନ୍ତ ରାୟ ବାବୁଙ୍କ ଦେହ ଭଲ ରହୁନାହିଁ।ସବୁବେଳେ ହୋଟେଲ କ୍ୟାଣ୍ଟିନରେ ଖିଆପିଆ।ପୁଣି ସିହ୍ନାର ଅଚାନକ ହାର୍ଟ ଫେଲ୍ୟୋର୍ ପରେ ସେ ଡରି ଯାଇଛନ୍ତି ଭୀଷଣ।

-ନା ମ,ମୁଁ ନେବିନି ଭି ଆର୍ ଏସ୍।ଠିକ କହୁଛ ,ଆଉ ତିନୋଟି ବର୍ଷ ଛାଏଁ କଟିଯିବ।ତା ଛଡ଼ା, ମୁଁ ତ ରୋଷେଇ କରି ପାରୁଛି।ହଁ ତ,ଚାକିରୀ ଟା ଅଛି ବୋଲି ସିନା କଟକରେ କ୍ୱାର୍ଟର ହୋଲ୍ଡ କରାଯାଇଛି।ପେନସନ ମଧ୍ୟ କିଛି ଅଧିକା ହେବ ପଛକୁ।

-ହଁ, ହଁ, ଏଇ ବର୍ତ୍ତମାନ ରିଚାର୍ଜ କରୁଛି।ଶୁଣ,ତୁମେ ନିଜର ଯତ୍ନ ନେବ।ସକାଳେ ସନ୍ଧ୍ୟାରେ ୱକ୍ କରି ଯିବ।ଥେଙ୍କ ଗଡ ,ତୁମର ବି ପି ,ସୁଗାର କିଛି ନାହିଁ।

-ଆଚ୍ଛା,,ତୁମ ଭଉଣି ମାନେ ମଝିରେ ମଝିରେ ଆସୁଛନ୍ତି ତେବେ।ଭଲ କଲ,ଭାଇ ଭାଉଜ ସାଥିରେ ପୂରୀ ବୁଲି ଆସିଲ।

-ନା,ବୋହୂ ମଧ୍ୟ ଡରୁଛି ବୋଧେ।ମୋତେ ବାବୁର ଝିଅକୁ ଦେଖିବାପାଇଁ ବହୁତ ଇଚ୍ଛା ହେଉଛି।ବାବୁକୁ ମଧ୍ୟ।

-ଆଚ୍ଛା, ସେମାନେ ତେବେ ମାର୍ଚ୍ଚ ମାସରେ ଆସୁଛନ୍ତି?ମୁଁ ସେତେବେଳେ ତାହେଲେ ଲମ୍ବା ଛୁଟି ନେଇ ଯିବି।ନାତୁଣୀ ସହିତ ଦୁହେଁ ମଜା କରିବା।ମକର ସଂକ୍ରାନ୍ତି ବେଳକୁ ଯିବାକୁ ଇଚ୍ଛା ହେଉଥିଲା ଯେ......,ଠିକ ଅଛି ମାର୍ଚ୍ଚ କୁ ଏକାଥରେ ଯିବି।ନା କଣ?

-ଯାଏ ତେବେ, ଭାତଟା ଗାଳେ,ଆଳୁ ଦିଟା ସିଝା ଫ୍ରିଜରେ ଥୁଆ ହୋଇଛି।ଛାତିଟା ଟିକେ କଣ ପାଇଁ ପେନ୍ ହେଉଛି।ଶୀଘ୍ର ଟିକେ ଶୋଇ ପଡେ଼, ସକାଳୁ ପୁଣି ଅଫିସ।

-ହଁ,ଗେଷ୍ଟ୍ରିକ୍ ହିଁ ହେଇଥିବ।।ବି ପି ମେଡିସିନଟା ଭୁଲି ଯାଇଥିଲି ଗତକାଲି।ସୁଗାରଟା କାଲି ଟେଷ୍ଟ କରିବି ବୋଲି ଭାବୁଛି।ହେଉ ତା ହେଲେ।ପୋଡ଼ା ଗନ୍ଧ ହେଲାଣି।ରଖୁଛି, ଗୁଡ ନାଇଟ୍ ।

**********

ଗୁଜବ ଉଠୁଛି ଯେ କଟକର ସ୍ତ୍ରୀ ମାନେ କାଳେ ହରିଆଣାର ସ୍ୱାମୀମାନଙ୍କୁ ମାରି ଦେଉଛନ୍ତି ଏକୁଟିଆ ରଖି।ରାଣ, ମୁଁ କିନ୍ତୁ ଶୁଣିନି।


Rate this content
Log in