Satyabati Swain

Others

3  

Satyabati Swain

Others

ଗୋଟିଏ କଅଁଳ ଯୁବପ୍ରାଣ

ଗୋଟିଏ କଅଁଳ ଯୁବପ୍ରାଣ

5 mins
500


 ବିକାଶ ତୁ ଘରକୁ ଯିବୁନି କାଲି ବା ରାକ୍ଷୀ, ପୁଣି ଅଗଷ୍ଟ ପନ୍ଦର,କ୍ଲାସ ସସପେଣ୍ଡ????ସାଙ୍ଗ ଶକ୍ତିର  ପ୍ରଶ୍ନ ବିଚଳିତ କରୁ ନଥିଲା ତାକୁ----।ଶକ୍ତି ସମେରେନ୍ଦ୍ର ଚୌଧୁରୀଙ୍କ ପୁଅ।ତା ଘର ଏଇ ସି ଡ଼ି ଏ ରେ।ବାପା ତାର ମେୟର। ସେ ଓ ବିକାଶ ଇଷ୍ଟ ହଷ୍ଟେଲ ର୍ ଗୋଟିଏ ରୁମରେ ରୁହନ୍ତି।ଶକ୍ତି ସବୁବେଳେ ଲାଗିଥିବ ବିକାଶ ସଂଗେ।ଓହୋ ତୁ ଏନ ସି ସି ଛାତ୍ର ପରା।କେମିତି ଯିବୁ ଘରକୁ।ଦେଖୁନୁ ମୋ ଘର ଏଇ କଟକରେ ବଦମାସୀ କଲି ବୋଲି ବାବା ହଷ୍ଟେଲ ରେ ରଖିଦେଇଛନ୍ତି।ଆମ ହଷ୍ଟେଲ ସୁପରିଟେଣ୍ଡ ବାବାଙ୍କ ସାଙ୍ଗ ମୋତେ ଗୋଡେ ଗୋଟେ ଜଗିଛି।ଟିକିଏ କୁଆଡେ ଗଲେ ଚୁପ୍ କି ଫୋନ୍ କରି ଦେଉଛି ବାବାଙ୍କୁ।ସାଙ୍ଗ ତୋ ଘର ଦୂର ବୋଲି ସିନା ଯାଇ ପାରୁନୁ;ମୋ ଘର ଏଇଠି ହୋଇ ବି ମୁଁ ଯାଇ ପାରୁନି।ମୋ ଭଉଣୀ ଆସିବ ମୋତେ ରାକ୍ଷୀ ବାନ୍ଧିବାକୁ।

   ବିକାଶ ଟା ଭାରି ଚୁପ୍ ଚାପ୍।।କାହା ସଙ୍ଗେ ଏତେ ମିଶେନି।।ଏକା ଏକା ରହିବାକୁ ଭଲ ପାଏ।।କିନ୍ତୁ ବିଚକ୍ଷଣ ମେଧା ଶକ୍ତି।।ପାଠ ସହ ଶାଠରେ ବି ଧୁରନ୍ଧର।।ଏଣୁ ପ୍ରେତ୍ୟେକ ପିଲା ତାକୁ ଭଲ ପାଆନ୍ତି,ତା ସହ ସାଙ୍ଗ ହେବାକୁ ଚାହାନ୍ତି।।ଅଧ୍ୟାପକ ମାନଙ୍କର ଅତି ଆଦରର ଆଜ୍ଞାବହ ଛାତ୍ର।।

   ଏକ୍ସ ମାସ ଛୁଟିରେ ବି ବିକାଶ ଘରକୁ ଯାଏନା।।ଏକା ଏକା ହଷ୍ଟେଲରେ ରହି ଯାଏ।।ଯିଏ ଯେତେ ପଚାରିଲେ ବି କିଛି ଉତ୍ତର ଦିଏନି।।କେବଳ କୁହେ ଘରକୁ ଗଲେ ପଢାରେ ବାଧା ସୃଷ୍ଟି ହେବ।

     କିନ୍ତୁ ସେ ବାଧାଟି କଣ କେହି ଏଯାଏ ଜାଣିନି।।ଘର ପ୍ରତି ତାର ଆସକ୍ତି ସମ୍ପୂର୍ଣ୍ଣ କମ୍।।ବିକାଶ ମନେ ମନେ ହସେ।।ତାର କଣ ଘର ଅଛି ସତରେ?,ଅଛନ୍ତି ତାର କେହି?ବାବା ମା, ଭାଇ ଭଉଣୀ ଆତ୍ମୀୟ!!କେହି ଅଛନ୍ତି କି!!କେଉଁଠିକୁ ଯିବ ସେ!!!କାହିଁକି ଯିବ???ତା ଯିବାକୁ ଘରେ କେହି ଜଣେ ଅପେକ୍ଷା କରେ କି?ନ ଗଲେ କେହି କଣ ଅଛି,ପଚାରିବ,ଫୋନ୍ ପରେ ଫୋନ୍ କରିବ?ସେ ତ ସମସ୍ତେ ଥାଇ ବି ଜଣେ ଅନାଥ।।ପାଠ ଛଡା ତାର ଆଉ ବା ଏତେ ନିଜର କିଏ?

ମା!!!!!!!

ଝାପ୍ସା ଦିଶିଲାଣି ତା ମୁହଁ।।ଯାହା ମୁହଁ ମନେ ଅଛି ସେ ମା ନୁହେଁ।।

ବାବା!!!!!

କେବଳ ଯିଏ ପଇସା ପଠାନ୍ତି ମାସ ଶେଷରେ।।

ଭାଇ ଭଉଣୀ!!!!

ଈର୍ଷା କରନ୍ତି।

ଘୃଣା କରନ୍ତି ତାକୁ।।

ତେବେ ସେ ଯିବ କେଉଁଠିକୁ,କାହା ପାଖକୁ???

     ଷୋହଳ ବର୍ଷର ବିକାଶ ଆଖି କଣେ ଜକେଇ ଆସିଲା ଲୁହ।।ସାତ ବର୍ଷରୁ ତ ହଷ୍ଟେଲ ତା ଘର।।କେବଳ ଗ୍ରୀଷ୍ମ ଛୁଟିରେ ମାମୁଁ ମାଇଁ ଆସି ନେଇ ଯାଆନ୍ତି ତାଙ୍କ ପାଖକୁ।।ବର୍ଷକେ ଥରେ ବିକାଶ ଘର ସୁଖ ପାଏ।।ମାମୁଁ ମାଇଁ ସିଙ୍ଗାପୁରରେ ଚାକିରୀ କରିଛନ୍ତି।।ଖାସ୍ ବିକାଶ ପାଇଁ ପ୍ରତି ବର୍ଷ ସେ ଓଡିଶା ଆସନ୍ତି ଓ ଗାଁରେ ରୁହନ୍ତି ଦେଢ଼ ମାସ।।

      ଇଲୁ,ମିଷ୍ଟି ମାମୁଁ ମାଇଁଙ୍କ ପୁଅ ଝିଅ ଯେତେବେଳେ ଗେଲ୍ହା ହୁଅନ୍ତି,ବିକାଶ ବେଶୀ ଚୁପ୍ ହୋଇଯାଏ।।ଭାବେ ତା ବାବା ମା ଏମିତି ତାକୁ ଗେଲ କରନ୍ତେ ନାହିଁ!!କିନ୍ତୁ ତା ବାବା ମା ତ ସବୁବେଳେ ଝଗଡା କରିବାରେ ବ୍ୟସ୍ତ!!

       ବାବାମାଙ୍କ ସବୁବେଳେ ଝଗଡା ଲାଗିଲେ ସେମାନଙ୍କ ପିଲା ଉପରେ କି ପ୍ରଭାବ ପଡେ ସେ କଥା ବୁଝିବାକୁ କାହାର ତର ନଥାଏ।।ହେଲେ ପିଲା ମାନେ??ସେମାନଙ୍କ କଥା କଣ!!କାହାର ଶୈଶବ ନଷ୍ଟ ହୋଇ ହତାଶ ଭରିଦିଏ।।କିଏ ସମ୍ପର୍କ ମାନେ ବୁଝି ପାରେନା।।କିଏ ବା ଜୀବନ,ସଂସାର ପ୍ରତି ବୀତସ୍ପୃହ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହେ।।କିଏ ପୁଣି ନିଶା,ବେଶ୍ୟା,କୁସଙ୍ଗରେ ପଡି ନିଜ ଜୀବନକୁ ବିପଥଗାମୀ କରିବା ସହ,ସମାଜର ଗୋଟିଏ ଗୋଟିଏ କଳଙ୍କ ହୋଇ ଯାଆନ୍ତି।।

       ଲେଡିଗୁଡ଼ କହୁଣୀ କୁ ବୋହି ଗଲା ପରେ ବାବମାଙ୍କ ଚେତନା ଜାଗ୍ରତ ହୁଏ।କୁହନ୍ତି ହେ.. ପିଲାଟା ସମ୍ପୂର୍ଣ୍ଣ ବିଗିଡି ଗଲା।।କୁଳଙ୍ଗାର।।ନାଁ ଗାଁ ପକାଇଲା।।ଜୀବନରେ କିଛି କରି ପାରିବନି।।ସେ ଅମୁକ ପୁଅ ଆ ଇ ଏ ସ୍ ହେଲା,ସେ ସମୁକ ଝିଅ ଡାକ୍ତର ହେଲା।।ଆମ ତଳ ସାହି ଯୋଗିଆ ପୁଅଟା ହୋ ବାପା ମୂଲ ଲାଗେ--- ଦେଖିବ ଯା ପୁଅ ତାର ବଡ଼ ଅଫିସରଟିଏ ହୋଇଛି।।

     ସେମାନେ ସବୁ ଭାତ ଖାଉଥିଲେ.....ଆମ ବାବୁ ପରା ଖାଲି ପେଜ ପିଉଥିଲେ।।ଛି ମୁହଁକୁ ଲାଜ ନାହିଁ ଯାହା।।କଣ ଅଭାବ ରଖିଥିଲୁ?ଯେତେବେଳେ ଯାହା ଦରକାର ଦିଆ ହୋଇଛି କି ନାହିଁ।।କେତେ ଟିଉସନ,କେତେ କୋଚିଂ।।ସବୁ ବୃଥା।।ନିକମା।।

    କିନ୍ତୁ ବାବା ମା କେମିତି ବୁଝି ପାରନ୍ତି ନାହିଁ କେବଳ ପଇସା ଅପର୍ଯ୍ୟାପ୍ତ ଖର୍ଚ୍ଚ କରିଦେଲେ,ଆୟା ରଖିଦେଲେ ଯଦି ମା କୋଳ, ସେହ୍ନ ମିଳି ଯାଉ ଥାନ୍ତା;ଟିଉସନ ମାଷ୍ଟର ରଖିଦେଲେ ପାଠ ଯଦି ପିଇ ହୁଅନ୍ତା;ଘର କାମଧନ୍ଦା ବୁଝୁ ଥିବା ମାଗା ଦାଦାଙ୍କ କାନ୍ଧ ଯଦି ବାବାଙ୍କ କାନ୍ଧ ସୁଖ ଦିଅନ୍ତା, ତେବେ ପିଲା ମାନେ ଅବାଟକୁ ଯାଆନ୍ତେ କି!!,ମୂର୍ଖ ହୁଅନ୍ତେକି!!ନା ବାବା ମା ସେହ୍ନ ଆଦରକୁ ଖୋଜନ୍ତେ!!ଝୁରନ୍ତେ!!ସବୁ ତ ଭଡାରେ ପଇସା ଦେଇ ହୋଇଯାଅନ୍ତା.......

ବେଳେବେଳେ ଆତ୍ମହତ୍ୟା ବି ପିଲାମାନେ କରିବାକୁ ପଛାନ୍ତିନି ବାବାମାଙ୍କ ଏମିତି ଆଚରଣ ଓ ଖିଆଲ ନେଇ।।

      ଅନ୍ତତଃ ବାବା ମା ଏତିକି ବୁଝିବା ନିହାତି ଆବଶ୍ୟକ ଗୋଟିଏ ପିଲା ପାଇଁ ପଇସା ଅପେକ୍ଷା ସମୟ,ସେହ୍ନ,ଆଦର,ଯତ୍ନ,ସର୍ବପରେ ସୁସ୍ଥ ପରିବେଶ ଆବଶ୍ୟକ ବୋଲି!!ପ୍ରତ୍ୟେକ ବାବା ମା ସବୁ କଥା ପଛ କରି ଆଗ ପିଲାଙ୍କୁ ବୁଝନ୍ତୁ, ପଢନ୍ତୁ ସେମାନଙ୍କ ମନ।।ପ୍ରାଧାନ୍ୟ ଦିଅନ୍ତୁ ପିଲାର ଇଚ୍ଛା, ଅନିଚ୍ଛା, ପସନ୍ଦ ନାପସନ୍ଦ ଉପରେ।।ଯେଉଁ ଦିନ ପ୍ରତ୍ୟେକ ବାବାମା ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଚେତନ ହେବେ,ପିଲାକୁ ଗୁରୁତ୍ୱ ଦେବେ,ପିଲାମାନେ ଜୀବନର ଶ୍ରେଷ୍ଠ ସମ୍ପଦ ବୋଲି ବୁଝିବେ ବୋଧେ ସେଇ ଦିନ ପିଲାମାନେ ଅସାମାଜିକ କାର୍ଯ୍ୟ କରିବାରୁ ନିବୃତ୍ତ ହେବେ।।

     ହୁଏତ ସେଦିନ 'ବିକାଶ' ମାନେ ଇଛା କରିବେ ଘରକୁ ଯିବାକୁ।।ବାହାର ଅପେକ୍ଷା ଘର ଆସକ୍ତି ସେମାନଙ୍କୁ ଟାଣିବ।।ବିକାଶ କଣ ଏ ସବୁ ଚାହେଁନି କି!!କିନ୍ତୁ ସମସ୍ତଙ୍କର ସବୁ ଚାହିଁବା ସବୁବେଳେ ପୁରଣ କଣ ହୁଏ!!

     ବିକାଶ ଆଖି କ୍ୟାମେରାରେ ଦିଶିଗଲା ଝାପ୍ସା କାନ୍ଦୁରା ମା ମୁହଁ।।ମା ବାବାଙ୍କ ଯୁକ୍ତିତର୍କ।।ବାବା ଆଠ, ପନ୍ଦର ଦିନ ଚାଲି ଯାଆନ୍ତି କୁଆଡେ।।ଆସିଲେ ମା କଥା ହୁଏନି।ଚିଡ଼୍ ଚିଡ଼୍ ବିର୍ ବିର୍ ହୁଏ।।ଏମିତି ଦିନେ ଦିନେ ହୁଏ ଯେ ବାବମାଙ୍କୁ ହାତ ଉଠାନ୍ତି।।ମୋର ଯାହା ଇଚ୍ଛା ତା କରିବି କୁହନ୍ତି।।ତୁମକୁ କେଉଁଥିରେ ଅଭାବରେ ରଖିଛି କି??ଓଲଟି ପ୍ରଶ୍ନ କରନ୍ତି ବାବା।

   ମା ଆଖିରେ ବନ୍ୟା।ହୃଦୟରେ ଘଡ଼ ଘଡି ମାରିଲା ପରି କୋହ।।ଯଦିଓ ସେତେବେଳେ ସେ ବୁଝିପାରୁନଥିଲା ଏବେ କିନ୍ତୁ ହେତୁ ହେଲା ଦିନୁ ସେ ବୁଝିପାରିଛି ତା ମା ତା ପରି ନାଇଁବା, ଖାଇବା ରାଣୀ ସୁଖ ଅପେକ୍ଷା ଟିକେ ସେହ୍ନ ଖୋଜୁଥିଲା।।ଖୋଜୁଥିଲା ତା ଅସ୍ତିତ୍ୱ ବାବାଙ୍କ ଜୀବନରେ।।ଯାହା କେବେ ବି ସେ ପାଇ ନଥିଲା।।ସେଇଥି ପାଇଁ ତ ସ୍ଲିପିଂ ଟାବେଲ୍ଟ ଖାଇ ମା ତାର ସବୁଦିନ ଝଗଡ଼ାରୁ ମୁକ୍ତ ହୋଇଗଲା....।।ମା ବି ଭାରି ସ୍ୱାର୍ଥ ପର---।।ଟିକେ ଭାବିଲା ନାହିଁ ତା କଥା।।ବାବା ସୁଖ ନ ହେଉ ପଛେ ମା କୋଳ, ଆଦର ତ ସେ ପାଉଥିଲା!!!କିନ୍ତୁ ସେତକ ବି ନିଷ୍ଟୁର ହୋଇ ତା ଭାଗ୍ୟରୁ ଛଡାଇ ନେଲା କେହି।।

     ତାପରେ ମାତ୍ର କେଇଟା ଦିନ ଯାଇନି ବାବା ବିକାଶ ହାତ ଧରି ଆଉ ଗୋଟେ ଘରକୁ ନେଇ ଗଲେ।।ସେଠି ଲୁଲୁ,ପିକୁ ଥିଲେ।।ତାକୁ ଦେଖି ସେ ଘର ସ୍ତ୍ରୀ ଲୋକଟି ଗର୍ଜିଲା;ଯାହାକୁ ମା ଡାକିବ ବୋଲି ବାଟ ସାରା ବାବା ତାକୁ ଶିଖାଇ ଶିଖାଇ ଆଣିଥିଲେ।।

      ସେତେବେଳେ ବିକାଶ ବୟସ ସାତରୁ ହଠାତ୍ ଯେମିତି ସତର ହୋଇଗଲା।।ସେ ସବୁ ନ ହେଲେ ବି କିଛି ବୁଝିଗଲା ତା ମାର ଦୁଃଖ,ଓ ମରିବା କାରଣ।।ସେ ସ୍ପଷ୍ଟ କହିଲା ଏ ଘରେ ନା ସେ ରହିବ ନା ସେ ସ୍ତ୍ରୀ ଲୋକକୁ ମା ଡାକିବ।।

     ସେବେଠୁ ହଷ୍ଟେଲ ତାର ଘର।।ଛୁଟିରେ ସେ କେଉଁ ଘରକୁ ଯିବ!!ଏ କଥା ଭାବୁ ଭାବୁ ବିକାଶ ଗାଲରୁ ଆସି କିଛି ଗୋଟେ ଲୁଣିଆ ସ୍ୱାଦ ତା ପାଟିରେ ବାଜିଲା।।ଷୋହଳ ବର୍ଷର କଅଁଳ ଯୁବ ପ୍ରାଣଟି ଭାରି ହୋଇଗଲା।।ପାଟିରୁ ବାହାରି ପଡ଼ିଲା ମା!

      ତା ଆଖି ଲୁହ ପୋଛି 'ଖୁସି' ବିକାଶ ସାଙ୍ଗ ଶକ୍ତି ଭଉଣୀ କହିଲା କାନ୍ଦେ ନା ମୁଁ ଅଛି ! ସେ ହଷ୍ଟେଲକୁ ଆସିଥିଲା ତା ଭାଇ ପାଇଁ ରାକ୍ଷୀ ଆଣି ରାକ୍ଷୀ ପୂର୍ବ ଦିନ। କାରଣ ଷ୍ଟାଡିୟମରେ ପ୍ୟାରେଡ଼ରେ ଭାଗ ନେବା ପାଇଁ ସେ ବଛା ଯାଇଛି ପ୍ୟାରେଡ଼ ସାରି ଆସିବା ଡେରି ହେବ।ଖୁସି କି ସମ୍ଭାଳିବି!।ତା ଭାଇ ସବୁଠାରୁ ଆଗ ରାକ୍ଷୀ ।ବିକାଶ ଏନ ସି ସି କମାଣ୍ଡର।ନଅ ବର୍ଷର ଛୁଆ ଭଉଣୀ ଟି ଶକ୍ତିର।ମୋଲ ଦିଟା ଭାଇ।ଖୁସିର ଟିକେ ପାଟି ଲାଗେ।ଭାରି ଗେହ୍ଲେଇ କଥା ତାର। କହିଲା ସକାଲୁ ଉଠି ଆଗ ମି ଲାକ୍ଷୀ ନାଇବ ।ତାପଲେ ପ୍ୟାରେଡ଼ କଲିବାକୁ ଯିବ।ଶକ୍ତି କହିଲା କଣ ଭାବୁଛୁ ତୁ ମୋ ସାଙ୍ଗ ନୁହଁ ଆଜିଠୁ ଆମେ ଭାଇ ଭାଇ। ଭାରି ଭଲ ଲାଗିଲା ସେ।ଏମିତି ଭଉଣୀଟିଏ ସେ ଖୋଜୁଥିଲା

।ଖୁସି କହିଲା ଶୁନୁ ବିକି ଭାଇ ତୁ ହେଲୁ ମୋଲ ଗେହ୍ଲା ଭାଇ ହେଲା।ଖୁସିରେ ଗଦ ଗଦ ହୋଇ ମୁଣ୍ଡ ଟୁଙ୍ଗାରିଲା ବିକାଶ।ବିକାଶ ଖୁସି ମୁଣ୍ଡ ସାଉଁଲେଇ କହିଲା ଖୁସି ଟା ମୋ ଛୁନା ଭଉଣୀ।

     ଆଜି ଅଗଷ୍ଟ ପନ୍ଦର।ବାରବାଟୀ ଷ୍ଟାଡିୟମରେ ମାର୍ଚ୍ଚ ଫାଷ୍ଟ କରୁଥିଲେ ବିକାଶ ଓ ଶକ୍ତି ଜାତୀୟ ପତାକାକୁ ସାଲୁଟ୍ ମାରି। ହାତରେ ବାନ୍ଧି ଥିଲେ ଖୁସିର ରାକ୍ଷୀ।ଖୁସି ପ୍ୟାରେଡ଼ ଦେଖୁଥିଲା ତା ବାବା କଟକ ମେୟର ସମରେନ୍ଦ୍ର ଚୌଧୁରୀଙ୍କ ସହ ଗ୍ୟାଲେରିରେ ବସି।ବିକାଶକୁ ଚାହିଁ ଟିକେ ହସୁଥିଲା ମୂର୍କି ମୂର୍କି। କହୁଥିଲା ଭାଇ... ଭାଇ।ଜାତୀୟ ପତାକା ହସୁଥିଲା ଭାଇ ଭଉଣୀଙ୍କ ଖୁସିରେ ଖୁସି ହୋଇ।



Rate this content
Log in