ଗଣେଶ ଙ୍କ ଲଡ଼ୁ
ଗଣେଶ ଙ୍କ ଲଡ଼ୁ
ରାତି ପାହିଲେ ଗଣେଶ ପୂଜା, ଡୁଲୁ ର ଏକା ଜିଦ ମୁଁ କାଲି ଉପବାସ କରିବି l ମୋର ସବୁ ସାଙ୍ଗ ଉପବାସ କରିବେ ମୁଁ ଯଦି ନ କରେ ମୋ ଉପରେ ହସିବେନି l ମା କିନ୍ତୁ ବାରଣ କରୁଥାନ୍ତି କାରଣ ସେ ଜାଣନ୍ତି ଡୁଲୁ ର ଭୋକ କୁ l ସେ ଜମା ଭୋକ ରେ ରହିପାରେନି l ଭାରି ଖାଦ୍ୟ ପ୍ରେମୀ ତାଙ୍କ ଡୁଲୁ l
ଡୁଲୁ କି ଶୁଣେ, ମା ମୋତେ ଆଜି ଥାଳିଏ ଭାତ ତରକାରୀ ଦେଇ ଦିଅ l କାଲି ଜମା କହିବିନି ଭୋକ ଲାଗୁଛି ବୋଲି l
ସବୁଦିନ ଠାରୁ ଢେର ଅଧିକ ଭାତ ଖାଏ l ରାତି ଅଧ ମା ଉଠ ଉଠ ମୋ ପେଟ ମୋଡି ହେଉଛି l ଶୁଣୁନୁ ମୋ ପେଟ ଖାଲି ରଭ ରାଭ କରି ରଡି ଛାଡ଼ୁଛି l କଣ କରିଵିଲୋ ମା
ପେଟ କୁ ଧରି ଖାଲି ଗଡିଲା l ତୋତେ ବାରମ୍ବାର କହୁଛି ଏତେ ଖାଅନି କିନ୍ତୁ ମୋ କଥା କୁ ପରତେ ଗଲୁନି l ଚାରି ଗିନା ତରକାରୀ ଭିଡି ନେଲୁ l ମା କଥା କଣ ଶୁଣିବ ଦୌଡ଼ି ଲା ଲାଟିନ l ରାତି ଭିତରେ ଆଠ ଥର ଝାଡା l ଭାରି ଦୁର୍ବଳ ଲାଗୁଚି ତାକୁ l ଇଚ୍ଛା ହୋଉଥିଲା ସକାଳୁ ସକାଳୁ କଂସେ ପଖାଳ ଖାନ୍ତା କି l ଗଣେଶ ପରା ରାଗିଯିବେ ସାଙ୍ଗ କହିଛି l
ଏହି ସମୟ ରେ ଡାକ ଶୁଭେ ରାଜୁ ର l ଆରେ ଡୁଲୁ ପୂଜା ପାଇଁ ପ୍ରସ୍ତୁତ ତ, ଆ ଯିବା l ଡୁଲୁ ନୂଆଁ ଡ୍ରେସ ପିନ୍ଧି ସାରିଥିଲା ଭୋଗ ଥାଳି ବାହାରିପଡ଼େ l
ସ୍କୁଲ ରେ ପହଁଚି ଲା ବେଳକୁ ପୂଜା ଆରମ୍ଭ ହୋଇସାରିଛି l
ପୂଜା ଥାଳି ଥୋଇ ବସିପଡ଼େ ସାଙ୍ଗ ସାଥୀ ମେଲରେ l ଭୋକ ରେ ପେଟ ତାର ରାଉ ରାଉ ହୋଉଛି l କଣ କରିବ କିଛି ବୁଦ୍ଧି ବାଟ ଦିଶୁନି l ପୁରୋହିତ ମନ୍ତ୍ର ପଢୁଥାନ୍ତି ସବୁପିଲା ପୁଷ୍ପାଞ୍ଜଳ ଧରି ଛିଡା ହେଲେଣି l ଏକ ଲୟରେ ଚାହିଁଛି ଗଣେଶ ଙ୍କ ହାତରେ ଥିବା ବଡ଼ ଲଡ଼ୁଟିକୁ l ରାଜୁ ତାକୁ ଝାଙ୍କି ପକାଇ କହିଲା ଆରେ ଡୁଲୁ ଉଠୁ କଣ ଭାବୁଛୁ କିରେ? ଚାଲେ ଯିବା ମୁଣ୍ଡିଆ ମାରି ପୁଷ୍ପାଞ୍ଜଳୀ ଦେବା l ଜଣେ ଜଣେ ମୁଣ୍ଡିଆ ମାରି ଆସୁଥାନ୍ତି l ଆସିଲା ଡୁଲୁ ପାଳି ମୁଣ୍ଡିଆ ମାରି ଉଠିଲା ବେଳକୁ ତା ମୁଣ୍ଡ ବାଜି ଗଣେଶ ଙ୍କ ଲଡ଼ୁ ଗଡି ଆସି ପଡେ ତା ପାଦ ପାଖରେ l ମରୁଭୂମି ରେ ତୁଷାର୍ତ୍ତ ପାଣି ମୁନ୍ଦେ ପାଇଲା ପରି ଗିଳି ଦିଏ l କାହାର ଦୃଷ୍ଟି ପଡ଼େନି ତା କରାମତି ଉପରେ l କିନ୍ତୁ ପାଟିଟିକୁ ଭିଡି ଧରି ଛଟ ପଟ ହୋଇ ସମସ୍ତ ଙ୍କ ପଛକୁ ଚାଲି ଯାଏ l
ଗଣେଶ ଙ୍କ ଖାଲି ହାତ ଦେଖି ଜଣେ ଗୁରାଳି ଛାଡିଲା ଲଡ଼ୁ କାହିଁ! ଜିନୁ କହିଲା ସାର ଗଣେଶ ଙ୍କ ହାତରେ ପିମ୍ପୁଡି ଧାଡି ଲାଗିଛି ବୋଧେ ସେମାନେ ଖାଇଗଲେ l ସାର ପାଟିକରି କହିଲେ ଭାରି ବୁଝିଲୁ ଏତେ ବଡ଼ ଲଡ଼ୁ ଏଇ କ୍ଷଣି ଥିଲା ଆର ଘଡିକି ଉଭାନ l ଆଉ ଜଣେ ଛୁଆ କହିଲା ସାର ଗଣେଶ ଖାଇଦେଇଥିବେ l ଏପରି ଭାଳେଣି ପଡିଲା ଭିତରେ ରାଜୁ ସାର, "ଡୁଲୁ ର ଓଠ କଣ ଏମିତି ଫୁଲି ଗଲାଣି "!
ସାର ଡୁଲୁ କୁ ଚାହିଁଲେ ଏବଂ ତାକୁ ଦେଖି ଘଟଣା ଟି କଣ ଭଲ ଭାବରେ ବୁଝିଗଲେ l ମୁରୁକି ମୁରୁକି ହସିବାକୁ ଲାଗିଲେ ସେ ଡୁଲୁ ର ଭୋକ ସହିତ ଖୁବ ପରିଚିତ ଥିଲେ l ପିଲାମାନେ କିଛି ବୁଝି ନ ପାରି ଏହା କୁ ଏକ ଆଲୌକିକ ଘଟଣା ଭାବି ଯେ ଯା ଘରକୁ ଗଲେ l କିନ୍ତୁ ଡୁଲୁ ଲାଜରେ ସାର ଙ୍କୁ କେବେ ଆଉ ଚାହିଁ ପାରିଲାନି l
