STORYMIRROR

CHINMAYEE PRADHAN

Children Stories Tragedy Classics

3  

CHINMAYEE PRADHAN

Children Stories Tragedy Classics

ଘୁଙ୍ଖୁଡୁ

ଘୁଙ୍ଖୁଡୁ

1 min
547


ମୁଁ ଝିଅକୁ ନେଇ ସ୍କୁଲ ଯାଇଥିଲି। ପିଲାମାନଙ୍କ ସହିତ ବସି ପଢିବାକୁ କହିବାରୁ, କହିଲା ମୁଁ ବସିବିନି ତୁ ନ ବସିଲେ। ମୁଁ ଆଗ ବସିଲି ତା ପରେ ସେ। ବହୁତ୍ ପିଲା ଥିଲେ। ସେମାନଙ୍କ ସହ ସାଙ୍ଗ ହେବାକୁ କହିଲି। ସେଠାରେ ଥିବା ପିଲାମାନଙ୍କୁ ତାଙ୍କ ନାମ ଓ ଠିକଣା ପଚାରୁଥିଲି। ସେମାନଙ୍କ ମଧ୍ୟରେ ଦୁଇ ଭଉଣୀ ଥିଲେ। ଭାରି ସୁନ୍ଦର ଦେଖିବାକୁ। ବଡ଼ ଭଉଣୀର ଗାଲରେ ଗୋଟିଏ ଚିହ୍ନ ଥିଲା। ପଚାରିଲି ସେଠି କଣ ହେଇଥିଲା। ସାନ ଭଉଣୀ କହିଲା ସେଇଟା ତାର କୁଣ୍ଡେଇ ହଉଚି। ବଡ ଭଉଣୀ କହିଲା ହାତ ମାରିଲେ କୁଣ୍ଡେଇ ହୁଏ। ମୁଁ କହିଲି ଔଷଧ ଲଗଉନୁ ଭଲ ହେଇଯିବ। ସାନ କହିଲା ଆମ ଘୁଙ୍ଗୁଡ଼ୁ ତ ଉପରକୁ ପଳେଇଛି। ମାନେ? ଘୁଙ୍ଗୁଡ଼ୁ କିଏ? ସେ ଆମ ବାବା। ଆମେ ତାଙ୍କୁ ଘୁଙ୍ଗୁଡ଼ୁ ଡାକୁ। ତାଙ୍କୁ ବା ଯମ ନେଇଗଲା ଉପରକୁ। ଆଉ କିଏ ଔଷଧ ଦେବ? ଔଷଧ ଫଉଷଧ କିଛି ନାହିଁ। ସେ ଗୋଟିଏ ଔଷଧ ଆଣିଥିଲେ ଯେ ସରିଗଲାଣି। ସେ ସବୁ ଆଣି ଦେଉଥିଲେ। ଆଉ କିଏ ଆମକୁ ଆଣିଦେବ? ସେ କହୁଥାଏ ଆଉ ହସୁଥାଏ। ସତରେ କେତେ ନୀରିହ। ମୁଁ ସ୍ତବ୍ଧ ହୋଇ ତାକୁ ଚାହିଁଥାଏ।



Rate this content
Log in