Satyabati Swain

Others

2  

Satyabati Swain

Others

ଘଣ୍ଟା

ଘଣ୍ଟା

2 mins
442


ଶେଜରେ ପେଟେଇ ଛୁଆଟା ଯେମିତି ଗୋଡ଼ ହାତ ହଲେଇ ହୁଁ ହାଁ କରି ଖେଳୁଥାଏ ; ମୁଣ୍ଡଟିକୁ ଟେକି କି କୁରୁଳୁ ଥାଏ! କେହି ଯଦି ଉଠାଇ ନେଇ ଚୁମା ଦେଇ ଦିଏ ତା ମୁହଁରେ ଖସି ପଡନ୍ତି ଆକାଶର ସବୁ ଯାକ ତାରା। ସେ ଖୁସି ଅତି ମାନସ ସ୍ତରର ଦିବ୍ୟ ଚେତନାର ଦିବ୍ୟ ଅନୁରାଗ ରଙ୍ଗରେ ରଙ୍ଗେଇ ନେସି ହୋଇଯାଏ ପାଖ ଲୋକଙ୍କ ହୃଦୟ କାନ୍ଥରେ।ସେ ହସରୁ ଟିପେ ଟିପେ ଧାର ନେଇ ହସନ୍ତି ତାର ଆତ୍ମୀୟ ସ୍ଵଜନ।ବ୍ୟସ୍ତତା ଦୁଃଖ ଥାଇବି ସେ ଛୁଆର ହସରେ ନିଜକୁ ହଜାଏ ମଣିଷ ।ପୁଣି ଥିବ ଥିବ ହଠାତ୍ ଭେଁ କରି କାନ୍ଦେ ପିଲାଟା ଖୁବ୍ ଗୋଟେ ଅବୁଝା ପଣରେ।ଯେତେ ଝୁଲେଇଲେ,ଥାପୁଡେଇଲେ ଜମା ତୁନି ପଡେନି।ବିଚିତ୍ର କଥା କହୁନଥିବା ଯାଏ ଛୁଆଙ୍କ ରଙ୍ଗ ଢଙ୍ଗ। ଏଇ ବୟସ ଅତି ଅସହାୟ ନିଜକୁ ପ୍ରକାଶ କରିବାକୁ।ପେଟ ବଥା କି ମୁଣ୍ଡ କିବା ଶରୀର କେଉଁଠି ଯନ୍ତ୍ରଣା ହେଉଛି କହି ପାରେନି। ଆମେ ଅନୁମାନ କରି ନ ଜାଣିବା ଯାଏ ସେ ଲୁହ ସିଙ୍ଘାଣିରେ ଏକା କାର ହୋଇଯାଏ।କଷ୍ଟ ଓ ଅସହାୟ ସହ ଯୁଦ୍ଧ କରି କରି କେବେ କେବେ ବେହାଲ ହୋଇ ତୁନି ପଡି ଶୋଇଯାଏ କିଛି କ୍ଷଣ।

 

         ସେମିତି ବିଚିତ୍ର ଏ ମନ।ଠିକ୍ ତ ସେ ଛୁଆ ପରି।କେବେ ଚଞ୍ଚଳ ତ କେବେ ଅଚଳ।ଖୋଜୁଥିବା ଚିଜ ମିଳିଗଲେ ଖୁସିରେ ଗାଧୋଇ ପଡେ,ନ ପାଇଲେ ଦୁଃଖରେ ବୁଡି ଯାଏ।ମନ ଚଗଲା ପିଲା ପରି ଗାଁ ଦାଣ୍ଡେ ପେଣ୍ଟ ଟେକି ଗୋଟିଏ ହାତରେ ଟାୟାର ଗଡାଏ ତ କେବେ ଖାଁ ଖାଁ ଘୁଅରି ମୁଣ୍ଡ ପରି ଭୟଙ୍କର ଲାଗେ। ଇନ୍ଦ୍ରଧନୁ ରଙ୍ଗ,ପ୍ରଜାପତି ମନ, ଫୁଲ ବାସ୍ନା ପରି ମନ ଆନମନା ହୁଏ କରେ ଅନ୍ୟକୁ ବି।" ହେ ତୁ ମୋତେ ଭଲ ପାଉ! ମୋ ସହ ଚାଲିବୁ ସବୁଦିନ! ଆଜି ଭାରୀ ଖୁସି ଜାଣିଛ ପୁଅଟିଏ ହୋଇଛି ।ଆରେ ହଁ ମୋ ଝିଅ ଆଇ ଏ ଏସ୍ ପାଇଛି।ଆମ ନାତୁଣୀଟା ଭଲ ନାଚୁଛି। ନାତି ଟୋକାଟା ପାଠ ସବୁ ପିଇ ଯାଉଛି।ହଁ ଭାଇ ସ୍ତ୍ରୀ ଟି ମୋତେ ଏ ସଂସାର ସଉଦା ରାସ୍ତା ମଝିଟାରେ ଏକା କରି ଠକି ଦେଇ ଚାଲିଗଲା। ପୁଅ ପାଖେ ସମୟ ନାହିଁ।ସେବା ନେବା କରି ପାରିବ ନାହିଁ। ପଇସା ଦେଇ ଅନାଥ ଆଶ୍ରମରେ ଛାଡି ଦେଇଛି।


    ସେଦିନ ଛୁଆର ଅପେକ୍ଷା ଥିଲା ମା କୁ।ଆଜି ଅପେକ୍ଷା ଆଉ ଗୋଟିଏ ମା ମୃତ୍ୟୁକୁ।ଶେଷ ଠିକଣା ସ୍ୱର୍ଗଦ୍ୱାର ନତୁବା ମଶାଣୀ।ସେଇ ନିଆଁ ଏନ୍ତୁଡ଼ିରୁ ଆରମ୍ଭ ବିବାହ ବେଦୀରେ ଓଙ୍ଗ ସ୍ବହା ଶୈଶବ,କୈଶୋର ଫୁଲା ଫାଙ୍କା ଜୀଇଁବା। ସ୍ବପ୍ନ ମୋହ ମାୟାର ଚାଷ।ଦୌଡା ଏବଂ ଦୌଡା। ଝୁଣ୍ଟିବା,ପଡିବା ରକ୍ତ ବୋହିବା, ପୁଣି ଉଠା, ପଟି ବନ୍ଧା ପୁଣି ଦୌଆ ଆଉ ଦୌଡା।ଅଟକି ଯାଏ ଫୁଲ ଷ୍ଟପ୍ ମାରି ଜୁଇ ନିଆଁରେ।ସେ ନିଆଁରୁ ଏ ନିଆଁ ପାଖେ ପହଂଚିବା ସମୟ ଭିନ୍ନ ଭିନ୍ନ ପ୍ରେତ୍ୟକଙ୍କ ପାଇଁ।ପହଞ୍ଚିବା ନିଶ୍ଚିନ୍ତ।

ଠଅ ଠଅ ର ଜୀବନ ଚକ୍ର।ଆରମ୍ଭ ଯେଉଁଠୁ ଶେଷ ସେଇଠି।ନିଆଁରୁ ନିଆଁରେ।ଖାଲି ଗୋଟେ ଯାତ୍ରା ପାର୍ଟିର କଳାକାର ମୁହଁରେ ମେକଅପ୍ ନେଲା ଭୂମିକା ନିଭେଇଲା।ଯାତ୍ରା ଶେଷ,କାହାଣୀ ଶେଷ ଯାତ୍ରା ପାର୍ଟିଅର କୁ ଚିହ୍ନେ କିଏ ନା ଜାଣେ କିଏ।ରୋଲ କରୁଥିବା ଯାଏ ଆହା, ଓହୋ, ଚୁ ଚୁ ଶବ୍ଦ।ବାଦାମ କି ଚଣା ପାଟିରେ ପକାଉ ପକାଉ ମରିଯାଏ ହିରୋ।ହିରୋଇନ ଝାରେ ଅୟୁତ ଯୁଗର ଅଶୃ।ଯାତ୍ରା ପରେ ପୁଣି ପ୍ରସ୍ତୁତି ଆଉ ଗୋଟିଏ ସ୍ଥାନରେ ତମ୍ବୁ ପକାଇବା ପାଇଁ।ବେଶୀ ଅବୁଝା କମ୍ ବୁଝା ବିଚିତ୍ର ଜୀବନ ଓ ମଣିଷ।


     ସବୁ ଜାଣେ ଠଅ ର ଜୀବନ।ଏକଦମ୍ ଶୁନ୍ୟ।ତଥାପି ମାୟା ହରିଣ ଆକର୍ଷେ।ବ୍ଲୁ ଲାଇଟ,ଡ଼୍ୟାନ୍ସ,ରମଣୀ, ପେଗ୍,ଟିପେ ଭୂମି,ଖଣ୍ଡେ ଡାଳ ଗୋଟେ ପ୍ରେମିକା ପାଇଁ ଲାଗେ ମହାଭାରତ,ଘଣ୍ଟା ଚକଟା ଦୌଡା ଦୌଡ଼ି।ବହେ ରକ୍ତର ସୁଅ।ଅଜାଣତେ ଠଣ୍ କରି ବାଜିଯାଏ ନିଷ୍ଟୁର କିନ୍ତୁ ସବୁରି ଅନିଚ୍ଛାକୃତ ଅପେକ୍ଷାର ଘଣ୍ଟାଟା।



Rate this content
Log in