STORYMIRROR

TASNEEM SULTANA LADLEE

Children Stories

3  

TASNEEM SULTANA LADLEE

Children Stories

ଗେହ୍ଲିର ଅନଲାଇନ ପଢା

ଗେହ୍ଲିର ଅନଲାଇନ ପଢା

2 mins
433

ବାପା ବୋଉଙ୍କ ସେ ଗେହ୍ଲି ।ସାନ ଦାଦାଙ୍କ ଫୁଲଝରି । ମାମୁଁଘରେ ଡାକନ୍ତି ଗେଲୁନୁ କିନ୍ତୁ ଆମ ସମସ୍ତ ଭାଈ ଭଉଣୀଙ୍କ ସେ ଆୟତ । ଶାଠ ସହ ସମସ୍ତ ପାଠକୁ ଆୟତ୍ତ କରିବାରେ ସେ ଧୁରନ୍ଧର ।ବୟସ ତା'ର ମାତ୍ର ସାତ ବର୍ଷ କିନ୍ତୁ କଥାରେ ତାପାଖରେ ସତର ବର୍ଷର ପିଲାମାନେ ମଧ୍ୟ ହାର ମାନି ଯିବେ ।ତାକୁ ତା'ର ବୟସ ପଚାରିଲେ ସେ ଚୁପ କରିବା ଢଙ୍ଗରେ ଓଠ ଉପରେ ଗୋଟିଏ ଆଙ୍ଗୁଠି ରଖି କୁହେ ସେପ୍ଟେମ୍ବର ଏକ । ଲକଡାଉନ ଯୋଗୁଁ ଅନଲାଈନ ପାଠ ଚାଲି ଥିବାରୁ ତା'ର ମଧ୍ୟ ଦ୍ବୀତୀୟ ଶ୍ରେଣୀର ପାଠପଢା ଚାଲିଛି ।ବାପାଙ୍କୁ କହି ବ୍ଲୁଟୁଥ୍ ସ୍ପିକର ମଗେଇଛି ।ସେ ଚୁପଚାପ କାନରେ ଗେଞ୍ଜୀ ମନଧ୍ୟାନ ଦେଇ ପାଠ କରୁଛି ।ଆଗରୁ ବାପାଙ୍କ କୋଳରେ ଚୁପଚାପ ବସି ମୋବାଇଲର ସବୁ ପାଠ ଜାଣି ଯାଇଛି । ଏପରିକି କିଛି ପାସଓ୍ବାର୍ଡକୁ ମଧ୍ୟ ଆୟତ୍ତ କରିଛି ବୋଲି ଏକଥା ଆମେ କେହି ଜାଣି ନଥିଲୁ । ଦିନକର କଥା ସେ ତା'ର ପାଠପଢା ସାରି ବାପାଙ୍କ ଗୁଗୁଲ ପେ ଖୋଲିଲା ।ମୋବାଇଲ ଅନଲକ ଓ ଗୁଗୁଲପେ ପାସଓ୍ବାର୍ଡ ଲେଖି ମନଇଚ୍ଛା ବାପାଙ୍କ ଫୋନ ଲିଷ୍ଟରେ ଥିବା ଲୋକଙ୍କ ପାଖକୁ ଏକ ଟଙ୍କା,ଦଶ ଟଙ୍କା ଓ ଶହେ ଟଙ୍କା ପଠେଇବାରେ ଲାଗିଛି ।ବାପା ଅଫିସରେ ଥା'ନ୍ତି । ବାପାଙ୍କ ସାଙ୍ଗମାନେ ବାପାଙ୍କୁ ଫୋନ କରି ପଚାରିବାରୁ ବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଘର ନମ୍ବରକୁ ଫୋନ କଲେ ।ବୋଉ ଆୟତ୍ତ ଠାରୁ ଫୋନ ନେଇ ତା'କୁ ଏ ବିଷୟରେ ପଚାରିବାରୁ ସେ ଡରି ଡରି "ମୁଁ ଏମିତି ଏମିତି ଚିପୁଥିଲି "ବୋଲି କହିଲା ।ବୋଉ ତା'ଠାରୁ ଫୋନ ଛଡାଇ ଆଣି ଫୋନ ଡିଚେଲ୍ସ ଦେଖୁଥିବା ସମୟରେ ଆୟତ ଘାବରେଇ ଯାଇ କୁଆଡୋ ଲୁଚିଗଲା । ଆମେ ସମସ୍ତେ ତାକୁ ଖୋଜି ଖୋଜି ନୟାନ୍ତ ହୋଇଗଲୁ । ଏମିତି ସଂଧ୍ୟା ହୋଇଗଲା ଅଫିସରୁ ଆସି ବାପା ମଧ୍ୟ ଖୋଜିଲେ ।ପାଖ ପଡିଶାରେ ଖୋଜା ହେଲା । କେଉଁଠି ହେଲେ ସେ ମିଳିଲା ନାହିଁ । ଶେଷରେ ଫେସବୁକ ଓ ହ୍ବାଟ୍ସଆପରେ ପୋଷ୍ଟ କରାଗଲା । କିଛି ଲାଭ ହେଲା ନାହିଁ । ରାତି ଦଶଟାରେ ବାପା ବାଧ୍ୟହୋଇ ଥାନାରେ ଖବର ଦେଲେ । ଏଁଁଣେ ଆୟତ ମାଡ ଊୟରେ ଘର ଠାରୁ ଅଳ୍ପଦୂରରେ ପୋଖରୀ ହୁଡାରେ ଥିବା ଅମରି ବଣରେ ଲୁଚିଥିଲା ।ସେଇଠି ବସୁ ବସୁ ତାକୁ ନିଦ ହୋଇ ଯାଇଛି ।ରାତି ପ୍ରାୟ ତିନିଟାରେ ତା'ର ନିଦ ଭାଙ୍ଗିଲା । ସେ ଘାବରେଇ କାନ୍ଦି ବାକୁ ଲାଗିଲା । ରାତି ଜଗୁଆଳି ବାହାଦୁର ଜଙ୍ଗଲ ଭିତରୁ ଛୁଆଟିର କାନ୍ଦ ଶୁଣି ଟର୍ଚମାରି ଆୟତକୁ ଦେଖି ପାରିଲା । ସେ ବ୍ଲକର ନିଖୋଜ ହ୍ବାଟ୍ସଅପ ଗ୍ରୁପରେ ତା'ର ଫଟୋ ଦେଖିଥିଲା ।ସଙ୍ଗେ ସଙ୍ଗେ ଆମ ଘରକୁ ଫୋନ ଆସିଲା ।ଆମେ ସମସ୍ତେ ରାତି ଉଜାଗର ଥିଲୁ । ବାହାଦୁର ପିଲାଟିକୁ ଖୋଜିଥିବାରୁ ତାକୁ ସମସ୍ତେ ଧନ୍ୟବାଦ ଜଣେଇଲୁ । ସକାଳ ହେଲା ଖବରରାଗଜରେ ତ'ର ନିଖୋଜ ଖବର ଦେଖି ବାପାଙ୍କୁ ତାଙ୍କ ଅନେକ ସାଙ୍ଗ ଫୋନ କରୁଥିଲେ । ଆୟତ ଚୁପଚାପ ବସି ଶୁଣୁ ଥିଲା । ବୋଧେ ଠିକଭୁଲ ହିସାବ କରୁଥିଲା । ଶେଷରେ ସେ ଭେଁଭେଁ ହୋଇ କାନ୍ଦି ଉଠିଲା । ବାପାବୋଉଙ୍କୁ କହିଲା ମୋର ଭୂଲ ହୋଇ ଯାଇଛି । ଏପରି ଭୁଲ ଆଉ କେବେ କରିବି ନାହିଁ । ବାପା ତାକୁ ସ୍ନେହରେ ଛଳଛଳ ଆଖିରେ କୋଳେଇ ନେଲେ ଓ ଓଠ ଉପରେ ଆଙ୍ଗୁଠି ରଖି କହିଲେ ଏଥର ଗେହ୍ଲିର କଥା ଆଉ କାମ ଏକ ହେଉ । ଆମେ ସମସ୍ତେ ମଧ୍ୟ ସେ ଦିନ ପ୍ରତିଜ୍ଞା କଲୁ କି ଅନଲାଈନ ପାଠ ବ୍ୟତିତ ମୋବାଇଲର ଅନ୍ୟ କୌଣସି କାର୍ଯ୍ୟକ୍ରମ ବାପାବଉଙ୍କ ବିନା ଅନୁମତିରେ ଦେଖିବୁ ନାହିଁ ।



Rate this content
Log in