Laxman Kumar Behera

Others

3  

Laxman Kumar Behera

Others

ଗୌରୀ

ଗୌରୀ

6 mins
443



     ସୋମବାର ସକାଳ ନଅଟା ରେ ଗୌରୀକୁ ନିଜ ମଟର ସାଇକେଲରେ ଧରି ବାପା ଅଶ୍ରୁମୋଚନ ବାହାରି ପଡିଲେ ବାରକୋଟ । ଗୌରୀର ପ୍ରଥମ ଶ୍ରେଣୀରେ ନାମ ଲେଖା ହୋଇଥାଏ । ସେଦିନ ତା'ର ଶିଶୁ ମନ୍ଦିର ବିଦ୍ଯାଳୟରେ ପ୍ରଥମ ପ୍ରବେଶ । ବାପାଙ୍କ ସହିତ ବହୁତ ଖୁସିରେ ଯାଉଥାଏ ଗୌରୀ । ଭରତଗଡ ନାଳ ପାଖ ଜଙ୍ଗଲରେ ଗାଡିଟି ଟିକେ ଛିଡା କରାଇ ଅଶ୍ରୁମୋଚନ, ଗୌରୀକୁ କହିଲେ ଝିଅ ତୁ ଏଇଠେ ଟିକେ ଛିଡା ହେଇଥା । ମୁଁ ସେଇ ଖଜୁରୀ ଗଛ ପାଖକୁ ଯାଇକି ସାଙ୍ଗେ ସାଙ୍ଗେ ଆସୁଛି । 


     ଗୌରୀ କାନ୍ଦ କାନ୍ଦ ହୋଇ ତା' ବାପା ପଛେ ପଛେ ଯିବାରୁ ଝିଅକୁ କାଖେଇ ଖଜୁରୀ ଗଛ ପାଖକୁ ନେଲେ । ସେଠାରେ ହରିଆ ମଦ ବିକୁଥିଲା ।


- ଏ ହରିଆ ଗଳା ଦାରୁ କି ଭାଟିରୁ ଆଣିଛୁ ?  


- ପୁରା ଦେଶୀ - ଗଳା ଦାରୁରା ଭାଇ ।

- ହଉ ହଉ ବୋତଲେ ଦେ । ପିଇ ଦିଏ ଜଲ୍ ଦି । ଆଜି ମୋର ଛୁଆ ପହିଲା କରି ତା'ର ବିଦ୍ଯାଳୟକୁ ଯାଉଛି ବ ।

( ଅଶ୍ରୁମୋଚନ ଏକ ଲୟରେ ପିଉଥିବା ବେଳେ ଗୌରୀ କହିଲା ) 


- ବାପା ମୋତେ ବି ଦିଅ ମୁଇଁ ବି ପିଇବି ।


- ନାଇଁ ଲୋ ମାଆ, ଏରା ବଡ୍ ମାନେ ପିଅନ୍ତି । ଛୁଆ ମାନେ ନାଇଁ । ଛୁଆ ମାନେ ପିଇଲେ ପେଟ ବଥାଇବ, ଭୁତ ଲାଗିବ । 


   ଭୁତ ନାଆଁ ଶୁଣି ଗୌରୀ ବହୁତ ଡରିଗଲା । ସେ ଚୁପ୍ ଚାପ୍ ଛିଡା ହୋଇ ସବୁ ଦେଖୁଥାଏ । 


     ଚଟାପଟ୍ ବୁତଲେ ଦେଶୀ ମହୁଲି ମଦ ପିଇ ଦେଇ ଅଶୀ ଟଙ୍କା ହରିଆ ହାତକୁ ବଢାଇ ଦେଲା ଅଶ୍ରୁମୋଚନ । ଗୌରୀକୁ ଧରି ନିଜ ଗାଡି ପାଖକୁ ଯାଇ ହରିଆକୁ ବଡ ପାଟିରେ କହିଲା,ଏ ହରିଆ ବାରକୋଟ୍ ରୁ ଆସିଲା ବେଳେ ତୋର୍ ଠେ ପଶିକି ଯିବି । ଚାଖ୍ ଣା ରଖିଥିବୁ । 


     ଗାଡିରେ ବସି ବାପ ଝିଅ ବିଦ୍ଯାଳୟ ଅଭିମୁଖେ ବାହାରିଲେ । ଗୁପାଲପାଲି, ଘୁରୁଡୁଖମଣ, ପଞ୍ଚ ମହଲା ଦେଇ ଦୁହେଁ ଅଣଚାଶ ନମ୍ବର ଜାତୀୟ ରାଜପଥକୁ ଛୁଇଁଲେ । ରାଜ ରାସ୍ତାରେ ଆମ୍ବକଟା ଛକ ପାଖାପାଖି ହୋଇଥାନ୍ତି ସକାଳୁ ସକାଳୁ ମହୁଲି ମଦ ପିଇଥିବାରୁ ଅଶ୍ରୁମୋଚନର ମୁଣ୍ଡ ଝାୟାଁ ମାରିଲା । ନିଶା ଚଢି ଯିବାରୁ ମୁଣ୍ଡ ଅଧିକ ବୁଲାଇଲା, ତା'କୁ ସବୁଆଡେ ଅନ୍ଧାର ଦେଖାଗଲା । ବାପ ଝିଅ ଦୁହେଁ ମଟର ସାଇକେଲରୁ ଖସି ପଡିଲେ । ଗୌରୀ ଅଳ୍ପକେ ବଞ୍ଚି ଗଲା, ହେଲେ; ହେଲମେଟ୍ ପିନ୍ଧି ନଥିବାରୁ ଅଶ୍ରୁମୋଚନର ମୁଣ୍ଡ ଫାଟି ଅଧିକ ରକ୍ତସ୍ରାବ ହୋଇ ଦୁର୍ଘଟଣା ସ୍ଥଳୀରେ ହିଁ ତା'ର ମୃତ୍ଯୁ ହେଲା । ଗୌରୀ ସେଦିନ ବାପା ବାପା ବୋଲି ଡାକି ଡାକି ବହୁତ କାନ୍ଦୁଥାଏ ।


  ବାପା ଆର ପାରିକୁ ଚାଲିଯିବା ପରେ ଗୌରୀ ନିଜ ଗାଆଁ ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢିଲା ।


   ତା'ର ବାପା ଡାକ ଘରେ ଚାକିରି କରୁଥିଲେ । ବାପର ମୃତ୍ୟୁ ପରେ ତା' ମାଆ ଜେମାମଣିକୁ ଡାକ ବିଭାଗ ପିଅନ ଚାକିରି ଦେଲା । ଦୁଇ ପଇସା ଦରମା ପାଉଥିବାରୁ ଗୌରୀ ଦଶମ ଶ୍ରେଣୀ ପରୀକ୍ଷାରେ ଏ-୧ ରେ ପାସ୍ କଲା ପରେ ତା'କୁ ଭୁବନେଶ୍ବରରେ ପଢାଇବା ପାଇଁ ଜେମାମଣୀ ମନସ୍ଥ କଲା ।


   ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବାରୁ ଗୌରୀକୁ ବିଜେବି କଲେଜ୍ ରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିଗଲା । 


   ନିଜ କଲେଜ୍ କ୍ଯାମ୍ପସ୍ ରେ " ସଡକ ସୁରକ୍ଷା ସପ୍ତାହ " ପାଳନ କରୁଥିବା ଅବସରରେ ଗୌରୀର ସହପାଠୀ ସୌରଭ ସମସ୍ତଙ୍କୁ ଉଦବୋଧନ ଦେଇ କହୁଥାଏ, ମଦ ପିଇ ଗାଡି ଚଳାଅ ନାହିଁ, ହେଲମେଟ୍ ପିନ୍ଧି ଗାଡି ଚଳାଅ, ଗାଡି ଚଳାଉ ଥିଲେ ମୋବାଇଲ୍ ରେ କାହା ସହ କଥାବାର୍ତ୍ତା ହୁଅ ନାହିଁ । ସିଟ୍ ବେଲ୍ଟ ବ୍ଯବହାର କର । ଦ୍ରୁତ ଗତି ମହା ବିପତ୍ତି । ଟ୍ରାଫିକ୍ ନିୟମ ମାନି ଗାଡି ଚଳାଅ , ଆଦି ସୁନ୍ଦର ସୁନ୍ଦର ବାର୍ତ୍ତା ଶୁଣାଇ ସମସ୍ତଙ୍କ ମନ ଜିତି ଯାଉଥାଏ ।


   ମଫସଲି ଝିଅ ଗୌରୀ ସୌରଭର ପ୍ରେମରେ ପଡି ଯାଇଥାଏ ପ୍ରଥମ ଦେଖାରୁ । ପ୍ରତ୍ଯକ ଦିନ ଭୁବନେଶ୍ବରର ବିଭିନ୍ନ ପାର୍କକୁ ଯାଇ ଦୁହେଁ ସମୟ ବିତାଉ ଥାନ୍ତି ।


   ଭୁବନେଶ୍ବର ରାଜ ରାସ୍ତାରେ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉ ଥିବାରୁ ମୁଁ ବି.କେ.କଳା ମହାବିଦ୍ଯାଳୟର ସବୁ ସାଙ୍ଗ ମାନଙ୍କୁ ନେଇ ସେଦିନ ସଡକ ସୁରକ୍ଷା ଜୀବନ ରକ୍ଷା, ଦ୍ରୁତ ଗତି ମହା ବିପତ୍ତି ଆଦି ନାରା ( ସ୍ଲୋଗାନ୍ ) ଦେଇ ଗାଡି ଚାଳକ ମାନଙ୍କୁ ରସୁଲଗଡ ଟ୍ରାଫିକ୍‌ ଛକ ନିକଟରେ ସଚେତନ କରାଉଥିଲି । ଏଇ ସମୟରେ ପୁଅ ଝିଅ ଦୁଇଜଣ ଏକ ରୋୟାଲ୍ ଏନ୍ ଫିଲ୍ ଡ ଇଣ୍ଟରସେପଟର୍ - ୬୫୦ ମଟର ସାଇକେଲରେ ଦ୍ରୁତ ବେଗରେ ଆସି ମୋ ବାମ କଡରେ ଛିଡା ହେଇଥିବା ସ୍କୁଟିକୁ ଧକ୍କା ଦେଲେ । ଦୁଇଜଣ ରାସ୍ତା ଉପରକୁ ଛିଟିକି ପଡିଲେ । ଝିଅଟି ଧଳା ରଙ୍ଗର କପଡାରେ ନିଜ ମୁହଁଟିକୁ ଲୁଚାଇ ରଖିଥିଲା । ପୁଅଟି ଅତ୍ଯଧିକ ମଦ୍ଯପାନ କରିଥିବାର ମୁଁ ଅନୁମାନ କରି ପାରିଲି । ସେମାନଙ୍କ ପାଖକୁ ଯାଇ ଦେଖିଲି ଦୁହେଁ ରକ୍ତ ଜୁଡୁବୁଡୁ ହେଇ ଯାଇଥିଲେ । ଝିଅ ମୁହଁରୁ ଧଳା ରଙ୍ଗର କପଡାଟି ଖୋଲିଯିବାରୁ ତା'କୁ ମୁଁ ହଠାତ୍ ଚିହ୍ନି ଦେଲି । ମୋ ପାଟିରୁ ସଙ୍ଗେ ସଂଗେ ତା' ନାମଟି ବାହାରି ଗଲା ଗୌରୀ । ରକ୍ତସ୍ରାବ କାରଣରୁ ସେ ମଧ୍ୟ ଚେତାଶୂନ୍ଯ ହୋଇଗଲା । ମୋର ସାଙ୍ଗ ମାନେ ସମସ୍ତେ ମିଶି ଅପେକ୍ଷା ନକରି ଆମ୍ବୁଲାନ୍ସରେ ଦୁହିଁଙ୍କୁ ଆପୋଲୋ ହସପିଟାଲ୍ କୁ ନେଇଗଲୁ । 


     ଆପୋଲୋ ହସପିଟାଲ୍ ର ଡାକ୍ତର ହୃଷିକେଶ ମିଶ୍ର ସୌରଭର ଅବସ୍ଥା ଦେଖି ତା'କୁ ଅନେକ ଗାଳି କରି କହିଲେ, ଆଜି ତୁମର କିଛି ହେଇଗଲେ ତମ ପରିବାରର ଅବସ୍ଥା କ'ଣ ହେବ ? ଥରେ କେବେ ଭାବିଛ ? ଗାଡି ଚଳାଉଛ ମନା ନାହିଁ । ତା' ବୋଲି ମଦ ପିଇ, ଅଶିନିଦ୍ରା ଥାଇ, ଟ୍ରାଫିକ୍ ନିୟମ ନ ମାନି, ଆଗ ପଛ - ବାମ ଡାହାଣ କିଛି ନ ଦେଖି ଦ୍ରୁତ ବେଗରେ ଗାଡି ଚଳାଇବ ? ତୁମ ପରି ଫାଲତୁ ପିଲାମାନଙ୍କ ପାଇଁ ଆଜି ଅନ୍ଯର ପରିବାର ବିନା କାରଣରେ ଦୁର୍ଘଟଣାର ଶୀକାର ହୋଇ ଯନ୍ତ୍ରଣାରେ ମାସ ମାସ, ବର୍ଷ ବର୍ଷ ଧରି ଛଟପଟ ହେଉଛନ୍ତି ।


   ଦେଶର ତୁମେମାନେ ଭାବି ନାଗରିକ । ଏ ଦେଶର ଶାସନ କ୍ଷମତା ଦିନେ ତୁମ ହାତରେ ନ୍ଯସ୍ତ ହେବ । ଆଉ ତୁମେ ଯଦି ଏମିତି ଦୁର୍ଘଟଣାରେ ନିଜର ବହୁ ମୂଲ୍ଯ ଜୀବନ ଦେବ, ହେଲେ ଦେଶ ଆଗେଇବ କେମିତି ? ଭଗବାନ୍ କିମ୍ବା ନିୟତିକୁ ନିଜର ଦୁର୍ଘଟଣା ପାଇଁ ଦୋଷ କ'ଣ ପାଇଁ ଦେଉଛ ? ଦୁର୍ଘଟଣା ପାଇଁ ନିଜକୁ ଥରେ ଦୋଷୀ ବୋଲି ସ୍ବୀକାର କର ? ତୁମେ ସୁରକ୍ଷିତ ନିଜ ଲକ୍ଷ୍ୟ ସ୍ଥଳରେ ଆଜି ପହଞ୍ଚି ପାରିଥାନ୍ତ, ଏଠାକୁ ନୁହଁ । ଯଦି ଅଶିନିଦ୍ରା ଆଉ ମଦ୍ଯ ପାନ କରି ବିନା ହେଲମେଟ୍ ରେ ଗାଡି ଚଳାଇ ନଥାନ୍ତ ।


      ତୁମେ ଗାଡି ଚଳାଇଲା ବେଳେ ମୋବାଇଲ୍ ରେ କାହା ସହ କଥା ହେଉଥିଲ ?


- ସାଙ୍ଗ ସହିତ । 


- ତୁମ ସାଙ୍ଗ ବର୍ତ୍ତମାନ ଯାଏଁ ଆସିଲା କି ତୁମକୁ ଦେଖା କରିବାକୁ ? 


- ନାଇଁ । ଆସିନି । 


- ବୁଝିଲ ତ ! ଆଜିକାଲିକା ସାଙ୍ଗ ଏମିତି । ସ୍ବାର୍ଥ ହାସଲ କରିବା ପାଇଁ ହାତ ଯୋଡିବେ ଆଉ ସ୍ବାର୍ଥ ହାସଲ ହେଇଗଲେ ଶ୍ବାନର ବେଭାର କରିବେ। ଇଏ କଳିଯୁଗ । ନିଜେ ବଞ୍ଚିଲେ ବାପର ନାଆଁ । ବଞ୍ଚି ନ ରହିଲେ ଦୁନିଆ ଦେଖିବ କେମିତି ?


   ଚୁପ୍ ଚାପ୍ ଶୋଇ ରହି ଡାକ୍ତରଙ୍କ କଥା ସବୁ ଶୁଣୁଥାଏ ସୌରଭ । ଡାକ୍ତରମାନେ ବଞ୍ଚେଇବା ପାଇଁ ଅନେକ ଚେଷ୍ଟା କଲେ । ଅତ୍ଯଧିକ ରକ୍ତସ୍ରାବ କାରଣରୁ ବଞ୍ଚାଇବା ସହଜ ହେଲା ନାହିଁ । ଗାଢ ନିଦ୍ରାରେ ସବୁଦିନ ପାଇଁ ଶୋଇଗଲା ସୌରଭ ।


    ସେଦିନ ମୋ ଗାଆଁ ର ଝିଅ ଗୌରୀ ବଞ୍ଚିଗଲା, ହେଲେ; ତା' ପୁରୁଷ ବନ୍ଧୁ ର ଜୀବନ ବଞ୍ଚେଇ ପାରି ନଥିବାରୁ ମୁଁ ବହୁତ ଦୁଃଖିତ ଓ ମର୍ମାହତ ହେଲି । 


    ଆମେ ରାସ୍ତା ପାରି ହେବା ସମୟରେ ଟିକିଏ ଅପେକ୍ଷା କରି ପାରନ୍ତିନି । ଟ୍ରାଫିକ୍ ନିୟମ ନ ମାନି, ବାମ-ଡାହାଣ, ଆଗ- ପଛ କିଛି ବି ନଦେଖି ଦ୍ରୁତ ବେଗରେ ଗାଡି ଚଳାଇ ଥାନ୍ତି । ଟିକିଏ ଭୁଲ୍ ପାଇଁ ନିଜର ତଥା ଅନ୍ଯର ବହୁମୂଲ୍ଯ ଜୀବନଟି ଅକାଳରେ ଚାଲିଯାଏ । ଆମେ କେବେ ନିଜ ପରିବାର କି ଅନ୍ଯର ପରିବାର କଥା ଥରୁଟିଏ ବି ଭାବନ୍ତି ନାହିଁ । ଆମକୁ ଯିଏ ନିଜର ଦୁନିଆ ବୋଲି ଭାବି ନେଇଛନ୍ତି କିଛି ଅଘଟଣ ଘଟିଗଲେ ସେମାନେ ଦୁନିଆରେ ଜୀଇଁବେ କେମିତି ? ଆମେ ସିନା ଏ ଦୁନିଆ ପାଇଁ ଜଣେ ବ୍ଯକ୍ତି, ହେଲେ ନିଜ ପରିବାର ପାଇଁ ଆମେ ହିଁ ତାଙ୍କର ଦୁନିଆ । ଏକଥାଟିକୁ ହୃଦୟରୁ କେବେ ଭୁଲିବା କଥା ନୁହେଁ ?


    ସଂସାରରେ ଜନ୍ମ ହେବା ପର ପରେ ବାଟରେ ଚାଲିବା ପାଇଁ, ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ, ଚାକିରି ପାଇଁ, ନିର୍ବାଚନରେ ମତଦାନ ହେଉ ଅବା ବିବାହ କରିବା ପାଇଁ ଶସ୍ଯ ବୁଣିବା ଠାରୁ ଅମଳ କରିବା ଯାଏଁ, ଫଳ ଚାରା ଟିଏ ରୋପଣ କରି ମହାଦ୍ରୁମ ହୋଇ ଫୁଲ ଫଳ ଧାରଣ କରିବା ଯାଏଁ ଆମେ ବର୍ଷ ବର୍ଷ ଧରି ଅପେକ୍ଷା କରି ପାରୁଛନ୍ତି । ହେଲେ; ଗାଡିରେ ରାସ୍ତା ପାରି ହେବା ସମୟରେ ଦଶ ସେକେଣ୍ଡ୍ ବି ଅପେକ୍ଷା କରି ପାରୁ ନାହାଁନ୍ତି । 


      ଏହା ସାଙ୍ଗ ମାନଙ୍କୁ ଶୁଣାଇ ସାରିବା ପରେ ଅଜୟ ଟିକିଏ ନିରବ ରହି ତାଙ୍କ ଗାଆଁ ଝିଅ ଗୌରୀକୁ ପଚାରିଲା, 


- ତୁମ ସହିତ ଯେଉଁ ପିଲାଟି ଥିଲା ସେ କିଏ ? 


- ସେ ସୌରଭ ମହାନ୍ତି । ମୋ ସହପାଠୀ । 


- ତାଙ୍କର ଘର କେଉଁଠି ? 


- ଫାସୁଳା (ଖଲ୍ଲିକୋଟ), ଗଂଜାମ ଜିଲ୍ଲାରେ ।


- ତାଙ୍କ ପରିବାରକୁ ଖବର ଦେଇ ଦିଅ ? ସେ ଆଉ ଏ ଦୁନିଆରେ ନାହିଁ ।


    ଅଜୟ ଠାରୁ ଏକଥା ଶୁଣି ସେଦିନ ଗୌରୀ ଅନେକ କାନ୍ଦିଲା । ତା' ମୁଖମଣ୍ଡଳ କଳା ପଡିଗଲା । ଜଣା ପଡୁଥାଏ ସୌରଭକୁ ସେ ପ୍ରଚୁର ଭଲ ପାଉଥିଲା ।


    ଦୁଇ ବର୍ଷ ପରେ ଗୌରୀ ନିଜ ଗାଆଁ କୁ ଫେରିଲା । ତା' ମାଆ ଅଜୟ ସହିତ ତା'ର ବିବାହ ଠିକ୍ କରିଦେଲେ । ଅଜୟ ଦେବଗଡ ଜିଲ୍ଲାରେ ଏକମାତ୍ର ଡିଗ୍ରି ହାସଲ୍ ଧାରୀ କଳାକାର ଭାବରେ ସୁନାମ ଅର୍ଜନ କରିଥାଏ । ଦେବଗଡ ଜେଲ୍ ଛକରେ ଦୋକାନଟିଏ ଦେଇ ଯେଉଁ ଦୁଇ ପଇସା ଭଲ କମାଣି କରୁଥାଏ ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡ୍ ରେ ଥିବା ବିଦେଶୀ ମଦ ଦୋକାନକୁ ସବୁଦିନେ ସଂଜବେଳେ ଯାଇ ସେଠାରେ ବୁଝେଇ ଦେଇ ଆସୁଥାଏ ।


   ଅଜୟ ସହିତ ଗୌରୀର ବିବାହ ଧୁମଧାମ୍ ରେ ହେଲା । ଗାଆଁ - ସାହି - ପରିବାର ସମସ୍ତେ ଗୌରୀ ଓ ଅଜୟର ବାହାଘରରେ ବହୁତ ଖୁସିଥିଲେ ।


    ଦିନେ ଅଜୟ ସହିତ ଗୌରୀ ଦେବଗଡ ଡାକ୍ତରଖାନାକୁ ଖୁସି ମନରେ ମଟର ସାଇକେଲରେ ବସି ଯାଉଥିବା ବେଳେ ବସାଲଇ ଛକ ନିକଟରେ ଏକ କାର୍ ଗାଡି ସହିତ ସାମ୍ନାସାମ୍ନି ଦୁର୍ଘଟଣା ଘଟିଲା । ଦୁର୍ଘଟଣା ସ୍ଥଳରେ ହିଁ ଅଜୟର ମୃତ୍ୟୁ ହେଲା । ଅଜୟ ଦୁନିଆରୁ ଚାଲିଯିବା ପରେ ଗୌରୀ ନିଜକୁ ଉଆଁସୀ କନ୍ଯା ଭାବି ଆଜି ମାନସିକ ରୋଗୀ ସାଜି ଚୁପ୍ ଚାପ୍ ଦାଣ୍ଡ ବାରଣ୍ଡାରେ ବସି କାନ୍ଦୁଛି ।


Rate this content
Log in