kamal kumar dash

Others

2  

kamal kumar dash

Others

ଗାର୍ଲ ଫ୍ରେଣ୍ଡ୍

ଗାର୍ଲ ଫ୍ରେଣ୍ଡ୍

2 mins
40


 ଦିନେ ରିମି ଓ ସିମି ପ୍ଲାନ କଲେ ପ୍ରଦର୍ଶନୀ ପଡିଆରେ ହାଣ୍ଡଲୁମ ମେଳା ଦେଖିବାକୁ ଯିବେ | ପ୍ରାୟ ତିନିଟାରେ ରିମି ତା ପତି ଡିକେ ବାବୁଙ୍କୁ କହିଲା ମୋ ପାଇଁ ଗୋଟେ ଓଲl କାର ବୁକ କରିଦିଅ ମୁଁ ଓ ସିମି ମିଶିକି ପ୍ରଦର୍ଶନୀ ପଡିଆରେ ହାଣ୍ଡଲୁମ ମେଳାକୁ ଯିବୁ | ସେ କ|ର ବୁକ କରି ଦେଲେ ଓ ନିଜେ ସାର୍ଟ ପେଣ୍ଟ ପିନ୍ଧି ବାହାରିଲେ | ରିମି ମାଡାମ କହିଲେ ତୁମେ କୁଆଡେ ? ସେ କହିଲେ ତୁମ ସାଙ୍ଗରେ ଯିବି | ରିମି ମାଡାମ କହିଲେ ମୋ ସାଙ୍ଗରେ ନା ତୁମ ଗାର୍ଲଫ୍ରେଣ୍ଡ ସାଙ୍ଗରେ ଦେଖା କରିବାକୁ ଯିବ | ସେ ଟିକେ ଚିଡି ଯାଇ କହିଲେ ମୁଁ ଯିଵିନି ହେଲେ ତମେ ଦିଜଣଙ୍କୁ ଡର ଲାଗିବନି ତ ? ଓ଼ହେ| ମାଇଁ ଗ୍ରେଟ ହିରୋ ଜମା ଡର ଲାଗିବନି ତମେ ରେଷ୍ଟ କର ଆମେ ଯାଉଛୁ | ତମେ ଖାଲି ଗାଡି ଓ ଡ୍ରାଇଭର ର ଗୋଟେ ଫଟ ନେଇ ମୋ ସାଙ୍ଗ ପାଖକୁ ପଠାଇ ଦିଅ | 

    କିଛି ସମୟ ପରେ କlର ଆସିଗଲା ରିମି ମାଡାମ ସେଥିରେ ବସି ବାହାରି ଗଲେ | ବାଟରେ ମଂଚେଶ୍ୱର ରେଲୱେ କଲୋନୀରୁ ତାଙ୍କ ସାଙ୍ଗ ସିମିକୁ ନେଇ ଗଲେ | ସିମି ମାଡାମ କହିଲେ ଟିକେ ମାର୍କେଟ ବିଲଡିଂ ଯାଇ କୁଲଫି ଖାଇଲେ କେମିତି ହୁଅନ୍ତା | ରିମି ମାଡାମ କହିଲେ ବହୁତ ଭଲ ହୁଅନ୍ତା | ଡ୍ରାଇଭର କିନ୍ତୁ କହିଲା ମାଡାମ ଡେଷ୍ଟିନେସନ ଚେଞ୍ଜ କରନ୍ତୁ ନହେଲେ ସେଠିକୁ ଯାଇହେବନି | ରିମି ମାଡାମ କହିଲେ ଯେତେ କିଲୋମିଟର ଯିବ ତା ପାଇଁ ତ ଟଂକl ଦିଆଯିବ ଏତେ ଚିଲଉଛ କାହିଁକି ? 

ବୁକିଂ ସାର କରିଛନ୍ତି ତାଙ୍କୁ କହିଲେ ସେ ଚିଡ଼ିବେ ପ୍ଲିଜ ଟିକେ ମାର୍କେଟ ବିଲଡିଂ ଚାଲ କୁଲଫି ଦିଟା ନେଇକି ଚାଲି ଆସିବା |ବିଚରl ଡ୍ରାଇଭର ମର୍କେଟ ବିଲଡିଂଠୁ ଟିକେ ଦୂରରେ ନେଇ କlର ରଖିଲଲ | ମାଡାମ ଦି ଜଣ ଓହ୍ଲାଇ ଗଲେ ଓ କୁଲଫି ଖାଇ ପାଖ ଦୋକାନ ରେ ପଶି ଗଲେ ଓ ଆସିବାକୁ ଭୁଲି ଗଲେ | କ|ର ଡ୍ରାଇଭର ଡିକେ ବାବୁଙ୍କୁ ଫୋନ କଲା ଓ ସବୁ କହିଲା | ତା ପରେ ଡିକେ ବାବୁ ରିମି ମାଡାମଙ୍କୁ ଡାକିଲେ ଓ କହିଲେ ଜଲ୍ଦି ନଗଲେ ମୁଁ କର ଵାଲାକୁ ଛାଡ଼ିଦେବି | ଦି ଜଣ ୧୦ ମିନିଟ ପରେ ଆସି କାରରେ ବସିଲେ ଓ ଡ୍ରାଇଭରକୁ ଗୋଟେ କୁଲଫି ଦେଲେ | ଡ୍ରାଇଭରର ରାଗ ଟିକେ କମ ହୋଇ ଗଲା ସେ ପଚାରିଲା ମାଡାମ ଏବେ କୁଆଡେ ଯିବେ | ଟିକେ ଷ୍ଟେସନ ବଜାର ଯିବା ସେଠୁ ପ୍ରଦର୍ଶନୀ ପଡିଆ ଯିବା | ଷ୍ଟେସନ ବଜାର ମାର୍କେଟିଂ କରି ସlରିଲା ପରେ ସେମାନେ ପ୍ରଦର୍ଶନୀ ପଡିଆରେ ପହଁଚିଲେ | ଡ୍ରାଇଭର କ୍ଲୋଜ କରିବାକୁ ଯାଉଥିଲା ହେଲେ ମାଡାମମାନେ ତାକୁ କହିଲେ ଆମକୁ ଘରେ ଛାଡିଲା ପରେ କ୍ଲୋଜ କରବାକୁ ଅନୁରୋଧ କଲେ ୨ଘଣ୍ଟା ମେଳାରେ ବୁଲିଲା ପରେ ସେମାନେ ଘରକୁ ଫେରିଲେ | ବାଟରେ ଦି ତିନି ସ୍ଥାନରେ ଗାଡି ରଖି ଚାହା ପିଇଲେ ଓ ଆଉ କଣ ସବୁ କିଣିଲେ | ଘରେ ପହଁଚିଲା ପରେ ଡ୍ରାଇଭରର ବିଲ ୧୫00 ଟଙ୍କା ହୋଇଥିଲା ଡିକେ ବାବୁ ଯାଇ ବିଲ ଦେଲେ | ବିଚରl କlର ଡ୍ରାଇଭର ଡିକେ ବାବୁଙ୍କୁ ନମସ୍କାର କରି ଚାଲିଗଲା | ତା ପରେ ରିମି ମାଡାମ ଓଲl କଷ୍ଟମର କେୟାର ସାଥିରେ ଝଗଡା କଲେ ଓ କହିଲେ ଆପଙ୍କ କମ୍ପାନୀ ଆମକୁ ବହୁତ ଠକିଛି, ଅପାଙ୍କର ଏତେ ଟଙ୍କl ହେଉ ନାହିଁ ଆମର ଗଲାବେଳେ ୨୮୦ ଟଙ୍କା ଦେଖାଉଥିଲା | ତାପରେ କମ୍ପାନୀ ତାଙ୍କୁ ୫୦୦ ଫେରାଇଦେଲା | ସେ ଖୁସି ଖବରଟା ସିମି ମାଡାମଙ୍କୁ ଫୋନରେ ଜଣଗଲା | 



Rate this content
Log in