STORYMIRROR

Bidulata Sahoo

Others

3  

Bidulata Sahoo

Others

ଏକୋଇଶିଆ

ଏକୋଇଶିଆ

1 min
233

ଆମ ସାହିର ମିଶ୍ରବାବୁଙ୍କର ଗୋଟିଏ ନାତି ହୋଇଛି ।ବହୁତ ଦିନପରେ ତାଙ୍କ ଘରକୁ ପିଲାଟିଏ ଆସିଥିବାରୁ ସେମାନେ ଭାରି ଖୁସି ।ଏକୋଇଶିଆକୁ ଧୁମ୍ ଧାମ୍ ରେ ପାଳିବାକୁ ତାଙ୍କ ଇଚ୍ଛା ।

ଦିନେ ସେ ସାହିର ତିନି,ଚାରି ଜଣଙ୍କୁ ଡାକି ଏ କଥା କହିଲେ ।


         ଆମେ କହିଲୁ ଏ କରୋନା ସମୟରେ କେମିତି ଏକୋଇସିଆ ପାଳନ କରିବେ ?ଆପଣ ପାଳନ କରୁଥିବେ ପୋଲିସ ଅଧାରୁ ଆସି ଖାଦ୍ୟ ଫୋପଡାଫିଙ୍ଗା କରିବ ।


ମିଶ୍ରବାବୁ କହିଲେ ତେବେ କଣ କରିବା ?ସାହୁବାବୁ କହିଲେ,ଖାଲି ମିଠା ବାଣ୍ଟି ଦିଅ ।ମୁଁ କହିଲି ଏ ସମୟରେ ବାହାରୁ ମିଠା ଆଣିବାଟା ନିରାପଦ ନୁହେଁ ।ସବୁ ବାପାମାଆ ବି ଏ ସମୟରେ ତାଙ୍କ ପିଲା ବାହାର ଜିନିଷ ଖାଇବାକୁ ପସନ୍ଦ କରୁନାହାନ୍ତି ।


ଆପଣତ ଦେଖୁଥିବେ ଏ ସାହିରେ ପ୍ରାୟ ପିଲା ମାସ୍କ ପିନ୍ଧୁନାହାନ୍ତି ।ଆପଣ ବରଂ ସବୁପିଲାଙ୍କୁ କିଛି ମାସ୍କ ଓ ସାନିଟାଇଜର ଦିଅନ୍ତୁ ।କରୋନା କମିଲେ ଏକୋଇଶିଆ କରିବା ।


 ଏ କଥାଟା ସମସ୍ତଙ୍କ ମନକୁ ପାଇଲା ।ଏକୋଇଶିଆ ଦିନ ମାସ୍କ ଦୁଇଟି ଓ ଗୋଟିଏ ସାନିଟାଇଜର ବୋତଲକୁ ନେଇ ଗୋଟିଏ ଗୋଟିଏ ପ୍ୟାକେଟ୍ କରାଯାଇ ପିଲାଙ୍କୁ ବଣ୍ଟାଗଲା ।


Rate this content
Log in