Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Rashmi Ranjan Nayak

Others


5.0  

Rashmi Ranjan Nayak

Others


ଏକ ଜହ୍ନ ରାତି

ଏକ ଜହ୍ନ ରାତି

1 min 560 1 min 560

ସଂନ୍ଧ୍ୟାର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେ ଧୀରେ ଆରମ୍ଭ ହେଉଥାଏ।ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନକୁ।ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି,ଜହ୍ନର ସେ ଶୀତଳ କିରଣ ଝରକା ଦେଇ ଘରେ ପଡିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ।କୁନି କୁନି ତାରା ମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ।ସେ ଧୀର ପବନ ଆସ୍ତେ ଆସି ଛୁଇଁଦେଇ ଚାଲିଯାଉଥାଏ ମୋର ମନକୁ ଓ କ୍ଷଣିକ ପାଇଁ ବିଚଳିତ ହୋଇପଡୁଥାଏ ନିରୀହ ମନଟି ମୋର।ସେ ଶାନ୍ତ ଶୀତଳ ବାତାବରଣ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରିଦେଇ ଉପଭୋଗ କରୁଥାଏ ପ୍ରକୃତିର ସେ ଅନନ୍ୟ ସୌନ୍ଦର୍ଯ୍ୟକୁ।


ଧୀରେ ଧୀରେ ରାତି ବଢିବାକୁ ଲାଗେ।ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ଆସି ଦିବସର ଏକ ମରୀଚିକା ସୃଷ୍ଟି କରିଦିଏ, କିଛି ସମୟ ପରେ ଶାନ୍ତ ରହିଥିବା ବାଦଲ ଅସ୍ଥିର ହୋଇ ଉଠେ, ପବନ ନିଜର ପରିଚୟ ବଦଳାଇ ଦେଇ ଦୀର୍ଘ ନାଦରେ ଗତି କରିବାକୁ ଲାଗେ ।ହସୁଥିବା ତାରା ସବୁ କୁଆଡେ ଅଦୃଶ୍ୟ ହୋଇଯାଆନ୍ତି । ପ୍ରଚଣ୍ଡ ଘଡଘଡିର ଶବ୍ଦ ମୋ ଛାତିକୁ ଥରାଇ ଦେଉଥାଏ । ସମୟ ବଢିବା ସହ ମନର ଭୟ ମଧ୍ୟ ବଢୁଥାଏ। ଭୟର ନିରବ ରହି ବୋଉକୁ ଅପେକ୍ଷା କରି ରହିଥାଏ ମୁଁ।


କିଛି ସମୟ ପରେ ସବୁକିଛି ଠିକ ହୋଇଯାଏ।ବର୍ଷା କମିଯାଏ ଓ ବୋଉ ଖାଇବା ପାଇଁ କହେ ଓ ମୁଁ ଚାଲିଯାଏ।କିଛି ସମୟ ପରେ ଆସି ଦେଖେ ସେ ହସୁ ଥିବା ଜହ୍ନ ଟିର ମୁହଁ ମଳିନ ପଡିଯାଇଥାଏ ଓ ସେ ରାତିର ରୂପ ମଧ୍ୟ ବଦଳିଯାଇଥାଏ।


ଦେଖୁ ଦେଖୁ ରାତି ପାଖାପାଖି ୨.୦୦ ,ଆଖିର ନିଦ ଆଉ ଅନୁମତି ଦେଉନଥାଏ ସେ ଜହ୍ନ ରାତିକୁ ଦେଖିବା ପାଇଁ ବାସ କିଛି ସମୟ ପରେ କେତେବେଳେ ନିଦ ଆସିଗଲା ଜାଣିପାରିଲି ନାହିଁ ଆଉ ଶୋଇପଡ଼ିଲି ମଧ୍ୟ।(ଅନୁଭୁତି )


Rate this content
Log in