STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ଏକ ଅନନ୍ୟ ଗୁରୁଦିବସ

ଏକ ଅନନ୍ୟ ଗୁରୁଦିବସ

3 mins
356


ସେ ଦିନ ଆୟତ ଘରର ପୁରୁଣା ଆଲମାରି ସଫା କରୁଥାଏ । ଏଇ ସମୟରେ ତାର ନଜର ସ୍ପାଇରାଲ୍ ବାଇଣ୍ଡିଙ୍ଗ ହୋଇଥିବା ଏକ ପୁସ୍ତକ ଉପରେ ପଡିଲା । ପୁସ୍ତକଟି ଇଁରାଜୀରେ ଲେଖା ହୋଇଥାଏ । ଘରେ ତା ବାବା ନଥାନ୍ତି । ସେ ସେଇଟାକୁ ନେଇ ଦେବିନା ଘରକୁ ଗଲା । ଦେବିନା ଘରେ ମଧ୍ୟ ତା ନନା ନଥାନ୍ତି । ଏଇ ପୁସ୍ତକ ବିଷୟରେ ଜାଣିବା ପାଇଁ ସେମାନଙ୍କର ଆଗ୍ରହ ବଢିଲା ।ସେମାନେ ଶୁଣିଥିଲେ ଗୁଗୁଲ ଲେନସର ବ୍ୟବହାର କରି ଯେକୌସି ଭାଷାକୁ ନିଜ ଭାଷାରେ ପଢିହେବ ।ସେମାନେ ପ୍ଲେଷ୍ଟୋରରୁ ଏହି ଆପ୍ ଡାଉନଲୋଡ କରି ଆଣ୍ଡ୍ରଏଡ ମୋବାଇଲରେ ଏହି ପୁସ୍ତକ ପଢିବାକୁ ଲାଗିଲେ ।ପୁସ୍ତକରେ ଥିବା ଜ୍ଞାନକୁ ପାଇ ସେମାନେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।ସେପଟେମ୍ବର ପାଞ୍ଚକୁ ଆଉମାତ୍ର ପନ୍ଦର ଦିନ ବାକିଥାଏ । ସେମାନେ ନିଜ ଗାଁ ଓ ପାଖ ଗାଁର ପିଲାଙ୍କୁ ଏକାଠି କରି ଘର ଘର ବୁଲି ସର୍ଭେ କାମରେ ଲାଗି ପଡିଲେ ।ଆୟତ ଓ ସୀମାର ନେତୃତ୍ବରେ ପିଲାମାନଙ୍କର ଏପରି କାମ ଦେଖି ଗାଁ ଲୋକମାନେ ଠଉରାଇ ନେଇଥିଲେ ପୁର୍ବ ପରି ଏଥର ମଧ୍ୟ ନିଶ୍ଚତ କିଛି ନୂଆ ଘଟଣା ଘଟଣା ଘଟିବ ।ସେମାନଙ୍କ ଅନୁମାନ ଠିକ୍ ଥିଲା । ଆୟତ ଓ ସୀମା ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କୁ ଭେଟି ଗୁରୁ ଦିବସ ପାଳନ ବିଷୟରେ ଆଲୋଚନା କଲେ । କିନ୍ତୁ ଲକଡାଉନ ଯୋଗୁଁ ଏଥର କେବଳ ନବମ ଦଶମ ପିଲା ବ୍ୟତିତ ଅନ୍ୟ ପିଲାଙ୍କୁ ସରକାରି ଅନୁମତି ନାହିଁ ବୋଲି ପ୍ରଧାନ ଶିକ୍ଷକ କହିଲେ । ଆୟତ କହିଲା ଗୁରୁଜୀ, ଆପଣମାନଙ୍କୁ ଭକ୍ତି ପ୍ରଦର୍ଶନ ଓ ଆମ ଅଧିକାର ବିଷୟରେ ଆଲୋଚନା ପାଇଁ ଆମକୁ ସୂଯୋଗ ଦିଅନ୍ତୁ । ଆମ ସ୍କୁଲରେ ପ୍ରୋଜେକ୍ଟର ରହିଛି । ଆମେ ଅଷ୍ଟମ ପିଲା "ଗୁଗୁଲ୍ ମିଟ "ର ବ୍ୟବହାର କରି ଅନଲାଇନରେ ଏଥର ଗୁରୁ ଦିବସରେ ଯୋଗ ଦେଲେ କେମିତି ହୁଅନ୍ତା ?ଆୟତର ପ୍ରସ୍ତାବ , ତା ସାଙ୍ଗ ସୀମାର ଆଗ୍ରହ ଓ ବିଦ୍ୟାଳୟର ସମସ୍ତ ଗୁରୁମାଙ୍କ ଉତ୍ସାହ ଦେଖି ପ୍ରଧାନ ଶିକ୍ଷକ ଖୁସିରେ ରାଜି ହୋଇଗଲେ ।ମୁଖ୍ୟ ଓ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରି (ସିଡବଲ୍ୟୁସି) ,ଆମ ବ୍ଲକର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରି(ସିଡିପିଓ)ଓ ସ୍ଥାନୀୟ ସମସ୍ତ ରିପୋର୍ଟର ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉକ୍ତ ଦିବସରେ ଅନଲାଇନରେ ଉପସ୍ଥିତ ରହିବା ପାଇଁ ପିଲାମାନେ କହିବାରୁ ପ୍ରଧାନଶିକ୍ଷତ ଯୋଗାଯୋଗ କରିଥିଲେ ।ଏହି ଶିଶୁ ଅଧିକାରି ଓ ଗଣମାଧ୍ୟମ ରିପୋର୍ଟରମାନେ ଖୁସି ହୋଇ ଉକ୍ତ ଦିବସରେ ଯୋଗ ଦେବେ ବୋଲି ହଁ ଭରିଲେ ।ପିଲାମାନଙ୍କ ସମସ୍ତ ସର୍ଭେ ଶେଷ ହୋଇ ଥାଏ ।ସେମାନେ ଉକ୍ତ ଦିବସ ପାଇଁ ନିଜକୁ ପ୍ରସ୍ତୁତ କରି ଥାନ୍ତି । 



ପ୍ରତିକ୍ଷାର ଅନ୍ତ ଘଟିଲା ।ସେପ୍ଟେମ୍ବର ପାଞ୍ଚ ଗୁରୁ ଦିବସ ଦିନ ଅଷ୍ଟମ ପିଲାଙ୍କ ଅନଲାଈନ ବୈଠକକୁ ନବମ,ଦଶମ ପିଲାଙ୍କ ସହ ସମସ୍ତ ଅତିଥି ଖୁବ ଉପଭୋଗ କଲେ ।ଆୟତ ତା'ର ଭାଷଣରେ ଗୁରୁଭକ୍ତି ଉପରେ ଅନେକ ଐତିହାସିକ କଥା କହିବା ପରେ ଶିଶୁ ଅଧିକାର ଉପରେ କହିଲା ,ଆମ ଅଂଚଳରେ ତିନି ପ୍ରକାର ଶିଶୁ ରହିଛନ୍ତି ।ପ୍ରଥମ,ଆଦୌ ସ୍କୁଲ ଘର ମାଡୁ ନଥିବା ଶିଶୁ,ଦ୍ବିତୀୟ ଅଧାରୁ ପାଠ ଛାଡୁଥିବା ଶିଶୁ ଓ ତୃତୀୟ ପ୍ରକାର ଶିଶୁ ହେଉଛନ୍ତି ଆମ ତୁମ ଭଳି ପିଲା ଓ ବାଳିକା ଯେଉଁମାନେ ବିଦ୍ୟାଳୟରେ ନାମ ଲେଖାଇଛନ୍ତି କିନ୍ତୁ କେତେକ ବିଦ୍ୟାଳୟରେ ଉପଯୁକ୍ତ ଶୌଚାଳୟର ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ସେଥିପାଇଁ ଅଧିକ ସଂଖ୍ୟାରେ ଏମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି ।ଏଥିପାଇଁ ଆମେ ଅଷ୍ଟମ ପିଲା ଏଇ ଲକଡାଉନ ସମୟରେ ଏଇ ସର୍ଭେ କରିଥିଲୁ। ଏଥିରେ ସମସ୍ତ ପିଲାମାନଙ୍କ ନାମ,ସ୍ଥାନ ଓ ମୋବାଇଲ ନମ୍ବର ରହିଛି ।ଏହାର ପିଡିଏଫ୍ କପି ଓ ଏବେ ବିଦ୍ୟାଳୟର ହ୍ବାଟସ ଅପ ଗ୍ରୁପରେ ଆମ ସାଙ୍ଗ ସୀମା ପଠେଇଛନ୍ତି ।



 ଆୟତର ଭାଷଣ ପରେ ,ଏତେ ଗଭୀର ଅଧ୍ୟୟନ ବିଷୟର ରହସ୍ୟ ଉପରେ ପରଦା ଉଠେଇବାକୁ ଯାଇ ସୀମା ତା ଭାଷଣରେ ଉକ୍ତ ବାଇଡିଙ୍ଗ ପୁସ୍ତକ ଯାହା ଆୟତ ବାବାଙ୍କ ଏମ୍ଏ ପଢିବା ସମୟରେ ସେଇଟି ଏକ ପ୍ରକଳ୍ପ ପୁସ୍ତକ ଥିଲା ସେସବୁ ବିଷୟରେ କହିଲା । ଏ ସମସ୍ତ ଘଟଣା ଶୁଣି ଓ ପିଲାଙ୍କ ସର୍ଭେ ରିପୋର୍ଟ ଦେଖି ସିଡବଲ୍ୟୁସି ଅଧିକାରି କହିଲେ ଆଜି ଉକ୍ତ ପ୍ରକଳ୍ପର ପୋଥି ବାଇଗଣକୁ ବାଡି ବାଇଗଣରେ ପରିଣତ କରି ଆୟତ ଓ ସୀମା ଆମ୍ଭମାନଙ୍କ ଆଖି ଖୋଲି ଦେଇଛନ୍ତି । ଖୁବ ଶିଘ୍ର ଏ ସମସ୍ୟାର ସମାଧାନ ଯୁଦ୍ଧକାଳିନ ଭିତ୍ତ ିରେ କରାଯିବ ।ଆର ଦିନ ପିଲାଙ୍କ ଏହି ଅନନ୍ୟ ଗୁରୁ ଦିବସର କାହାଣୀ ସମସ୍ତ ଖବରକାଗଜର ମୁଖ୍ୟପୃଷ୍ଠାରେ ସ୍ଥାନ ପାଇଥିଲା । ସତରେ ସୂଚନା ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା(ଆଇସିଟି) ଆମ ପିଲାମାନଙ୍କୁ କେତେ ସଶକ୍ତ କରିଦେଇଛି ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ପ୍ରଧାନଶିକ୍ଷକ ଏହା କହି ପିଲାଙ୍କ ପାଇଁ ଗର୍ବ କରୁଥିଲେ ।


Rate this content
Log in