ଏ ରଙ୍ଗ ରହିଲେ ହେଲା
ଏ ରଙ୍ଗ ରହିଲେ ହେଲା


ରାତି ଘନେଇ ଆସୁଥାଏ ଯେତିକି
ଦର୍ଶକ ମାନଙ୍କର ସୁଅ ଛୁଟି ଚାଲିଛି ଯେତିକି
ତା ସାଙ୍ଗକୁ ଡାକ ବାଜି ଯନ୍ତ୍ରଟା ଗର୍ଜି ଉଠି କହୁଥାଏ
ଆସନ୍ତୁ ଦେଖନ୍ତୁ
ଏ ବର୍ଷ ର ସାମାଜିକ ଓ ପାରିବାରିକ ହସ କାନ୍ଦ ଭରା ସର୍ବ ଶ୍ରେଷ୍ଠ ନାଟକ
"ଏ ରଙ୍ଗ ରହିଲେ ହେଲା " ପ୍ରତିଧ୍ଵନିଟା କାନ ଫଟେଇ ଦେଉ ଥାଏ l
ନିର୍ଦ୍ଧାରିତ ସମୟ ମଧ୍ୟରେ ନାଟକ ପରିବେଷଣ ହେଲା
ମାଙ୍ଗଳିକ ଗାନ କରି...
ଗ୍ରୀନ୍ ରୁମ୍ କୁ ପ୍ରବେଶ କରିଥିଲା ଜୀବନ ଦାସ
ମୁହଁ ରେ ରଙ୍ଗ ମାଖି ନିଜ ନିଖୁଣ ଅଭିନୟର ଯାଦୁ ଦେଖାଇବ
ତାକୁ ଦେଖି ସବୁ ରଙ୍ଗ ଖୁସି ହେଇଗଲେ
କିଏ କହୁ ଥାଏ ମାଖି ବାକୁ
ଆଉ କିଏ କହୁଥାଏ ଚାଖି ବାକୁ
ପୁଣି ଆଉ କିଏ କହୁଥାଏ
ତା ଆଡ଼େ ଟିକିଏ ଦେଖିବାକୁ...
କିନ୍ତୁ ଜୀବନ ଦାସ କାହା କଥା ରଖିଲା ନାହିଁ
ସେ ଆଜି ବିନା ରଙ୍ଗରେ ଅଭିନୟ କରିବ
ନାଟକରେ ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟରେ
ସେ ତରତର ହୋଇ ମଞ୍ଚ ଆଡ଼େ ପାଦ ପକାଇଲା
ଦର୍ଶକଙ୍କ ତାଳିରେ ମଞ୍ଚ ପୁରା ଦୁଲୁକିଲା l
ଏଇଟା ତା ପାଇଁ ନୂଆ ନ ଥିଲା
ତାଳି ଓ ଗାଳିକୁ ବେଶୀ ଭଲ ପାଏ
କାରଣ ମୁଖ୍ୟ ନାୟକ ସାଜି ସେ ଆଜି ଆଜି ଜୀବନ୍ତ ଅଭିନୟ
କରି ହଠାତ୍ ବିଦ୍ରୁପ କହି ଉଠିଲା
ହେ ରଙ୍ଗ ମାନେ ତମକୁ ଜମାରୁ ବିଶ୍ବାସ ଆଉ କରୁନି
ତମେ ସାମୟିକ
ବାସ୍ତବ ଜୀବନରେ ତମେ ସବୁ ମୂଲ୍ୟ ହୀନ
ମୁଁ ଦର୍ଶକ ମାନଙ୍କୁ ମିଛ କଥା କହି ଅର୍ଥ ଉପାର୍ଜନ କରିଛି
ଆଉ ଏବେ...
ନା.. ନା...
ସବୁ ଦିନିଆ ତମେ ନୁହଁ
ତମେ ସବୁ........
ଆଉ କିଛି କହିବା ପୂର୍ବରୁ ଗ୍ରୀନ୍ ରୁମ୍ ରୁ ରଙ୍ଗ ମାନେ ବାହାରି ଆସି
ଭାବିଲେ ଆଜି ଜୀବନ୍ କୁ ପାନେ ଦେବେ.... ସେ ଯିବ ନତୁବା ଆମେ ଯିବା
ସବୁ ରଙ୍ଗ ନାଲି ରଙ୍ଗ କୁ ମୁଖିଆ କରି
ରଙ୍ଗ ମଞ୍ଚ କୁ ପ୍ରବେଶ କଲେ....
ସବୁ କଳା ମୁଖା ପିନ୍ଧି ଥିଲେ ବି...
ହଠାତ୍ ମଞ୍ଚ ଅନ୍ଧକାର ହେଇ ଗଲା
ସଙ୍ଗେ ସଙ୍ଗେ ନେପଥ୍ୟରୁ ଭାସି ଆସିଥିଲା
ରାମ ନାମ ସତ୍ୟ ହେ...
ଆଉ ସେଇ ଅନ୍ଧାର ଭିତରୁ ଖାଲି ଧଳା ରଙ୍ଗର ଚାଦରଟି ଦେଖା ଯାଉଥିଲା
ଆଉ କିଛି ବି ନ ଥିଲା..।