Biswajita Baral

Others

4.8  

Biswajita Baral

Others

ଦୂର ଆକାଶର ମେଘ

ଦୂର ଆକାଶର ମେଘ

5 mins
562


ସୁପ୍ରଭାତ ମାମା । ନିଦ ବୋଳା କଣ୍ଠରେ ସେପଟୁ ଉତ୍ତର ଆସିଲା ତୁମକୁ ମଧ୍ୟ । “ଉଠିଲଣି, କ'ଣ କରୁଛ, ଆଜି କ'ଣ ସ୍କୁଲ ନାହିଁକି?", “ହଁ” ଗମ୍ଭୀର କଣ୍ଠରେ ଉତ୍ତର ଆସିଲା । “କେତେ ବେଳେ ଉଠିବ,୭ଟା ବାଜିଲାଣି ପରା , ଏତେ ଡେରି ହେଲାଣି ତୁମେ ଆଜି ସ୍କୁଲ ଯିବନି ବୋଧେ । ବଡ଼ ଅଳସେଇ ହୋଇଗଲଣି । ଏତେ ବେଳ ହେଲାଣି ଉଠିନ ଯେ। ମୋତେ ଦେଖ ମୁଁ କେମିତି ସକାଳୁ ଉଠି ବ୍ୟାୟାମ ସାରି ପ୍ରାତଃ ଭ୍ରମଣ କରି ଆସିଲିଣି । ଉଠି ଯାଅ ମାମା, ଆଉ କେତେ ଶୋଇବ ଯେ, ପ୍ରସ୍ତୁତ ହୁଅ, ସ୍କୁଲ ଯିବାକୁ ଡେରି ହେବ ଯେ। ” “ନାଇଁ, ଟିକେ ମୁଣ୍ଡ କ'ଣ ହେଉଛି ତ ଶୋଇପଡିଛି” ଶ୍ୱାସରୁଦ୍ଧ କଣ୍ଠରେ ତୁମର ଉତ୍ତର ଥିଲା । କେତେଥର କହିବି ତୁମର ତ ବ୍ଲଡ଼ ପ୍ରେସର୍ ଅଛି, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନି ବୋଲି, ସବୁବେଳେ ତ ଖାଲି ମୋବାଇଲ.... । ଡେରି ରେ ଶୋଇବ ତ ଶୀଘ୍ର ଉଠିବ କେମିତି ଯେ । ଆଉ କେତେଥର କହିବି ବେଶୀ ରାତି ପର୍ଯ୍ୟନ୍ତ ଅନ୍ ଲାଇନ୍ ରେ ରୁହନି ବୋଲି ତୁମେ ମୋ କଥା କୋଉ ଶୁଣୁଛ ଯେ, ତୁମକୁ କହି ବା ଲାଭ କ'ଣ ? “ଯୋଉ ଅଙ୍ଗାର କୁ ସେଇ ଅଙ୍ଗାର” । ତୁମର ମୁଣ୍ଡ କ'ଣ ହେବ ନି ତ ଆଉ କାହାର ହେବ । ମୁଁ ବା କ'ଣ କରିପାରିବି ଯେ ତୁମ ପାଇଁ , ମୁଁ ତ ଏତେ ଦୂରରେ ଅଛି । ପାଖରେ ଥାଆନ୍ତି କି ମେଡ଼ିସିନ ଲଗାଇ ଦେଇଥାାନ୍ତି । ଭିଡିଓ କଲ୍ କରୁଛି ମୋ ଧନର ମୁହଁ ଟା ଟିକେ ଦେଖିବି, video call accept କର (Video call accept କଲା) । ମୋ ଧନ ମୁହଁ ଶୁଖିଯାଇଛି ଯେ। ରାଗି ଯାଇ ତୁମକୁ କେତେ କଥା କହିଦେଲି । ମୋ ଧନଟା ପରା ମନ ଦୁଃଖ କରନି । ଏଥର ଗଲେ ତୁମକୁ ଗୋପାଳପୁର ଆଡ଼େ ବୁଲାଇ ଆଣିବି ଜମା ମନ ଦୁଃଖ କରନି । ଏଥର ଟିକେ ହସି ଦିଅ। ଶୁୁୁଣୁଛ, ତୁମେ ବିସ୍ମିତ ହେଲା ଭଳି ଏକ ଖୁସି ଖବର ମୋ ପାଖରେ ଅଛି । ଶୁଣିଲେ ତୁମ ପାଦ ତଳୁ ମାଟି ଖସି ଯିବ। ପଚାରିବନି କ'ଣ ସେଇଟା ବୋଲି । ହଉ,ମୁଁଁ ହିଁ କହୁଛି ଶୁଣ । ୩୦ ତାରିଖରେ ମୁଁ ଏକ ନୂଆ ଚାକିରିରେ ଯୋଗଦେବି । ୨୭ ତାରିଖ ଦିନ ମୁଁ ବାହାରକୁ ଯାଉଛି , ସାଙ୍ଗମାନଙ୍କ ପାଖରେ ରହିବି । ବାଇକ୍ ରେ ଗଲେ ୬/୭ ଘଣ୍ଟାର ବାଟ । ମୋତେ ପଚାରନି ମୁଁ କେଉଁ ସହରକୁ ଯିବି ମୋ କର୍ମକ୍ଷେତ୍ରରେ ଯୋଗଦେବା ପାଇଁ । ମୋ ଉପରେ ବିଶ୍ବାସ ରଖ । ଚାକିରିରେ ଯୋଗ ଦେଲାପରେ ତୁମ ସହ video call ରେ କଥା ହେବି,ଆଉ ତୁମକୁ ସେ ନୂଆ ଜାଗା ଦେଖାଇବି ।” ଚାକିରି ର ନାଆଁ ଶୁଣି ସତେ କି ତୁମ ଦେହରେ ନୂଆ ଉଦ୍ଦିିପନା ଜାଗ୍ରତ ହେଲା। ସାଙ୍ଗେ ସାଙ୍ଗେ ବିଛଣାରୁ ଉଠି ବସିଲ ଆଉ ମୋତେ ଅଭିନନ୍ଦନ ବି ଜଣାଇଲ । ଲାଗୁଥିଲା ସତେ ଯେପରି ସ୍ବର୍ଗର ଦେବତାମାନେ ପୁଷ୍ପ ବୃଷ୍ଟି କରି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । 

      ୨୬ ତାରିଖ ଭୋର ୪ଟା ବେଳ ହଠାତ୍ ଫୋନ ବାଜି ଉଠିଲା । ଏତେ ରାତିରେ କିଏ ଫୋନ କରିଛି ବଡ଼ ଚିନ୍ତାରେ ପଡ଼ିଗଲି ମୁଁ । ତଡ଼ିତ ଗତିରେ ଫୋନଟିକୁ ସଂଯୋଗ କଲାରୁ,ସେପଟୁ ମଧୁର କଣ୍ଠରେ ଭାସିଆସିଲା ଭୋର ହେଲାଣି ବାହାରକୁ ଯିବାର ଅଛି ପରା ଶୋଇଛ ଯେ । ନିଦ ମଳମଳ କଣ୍ଠରେ ମୁଁ କହିଲି “ଉଁ ... ତୁମେ ଆଜି ଏତେ ଶୀଘ୍ର ଉଠି ଯାଇଛ ଯେ” .... “ହଁ ଏମିତି ... ତୁମେ ଉଠ‌ ଡେରି ହେଉଛି” କହି ନିରବି ଯାଇଥିଲ । “ହଁ ଯେ, ମାତ୍ର ୬/୭ ଘଣ୍ଟାର ତ ବାଟ । ଆଉ ଟିକେ ଶୋଇ ପଡ଼ୁଛି ୭ଟାରେ ଉଠିବି ଦୟାକରି ଆଉ କିଛି ସମୟ ଶୋଇବାକୁ ଦିଅନା” । ମୋ କଥା ଶୁଣି ତୁମେ କହିଲ “କେଡ଼େ ଅଳସୁଆ ଲୋକ ମ ତୁମେ । ଏବେ ତ ଭୋର ହେଲାଣି, ଗାଧୁଆପାଧୁଆ ନିତ୍ୟକର୍ମ ସାରି ବାହାରିବା ବେଳକୁ ଖରା ଆସି ଯାଇଥିବ । ଖରାଦିନ ଦେଖୁଚ‌ ନା ବାହାରେ କେମିତି ମୁଣ୍ଡ ଫଟା ଖରା ହେଉଛି ପୁଣି ବାଇକ୍ ରେ ଏକା ଏକା ଏତେ ବାଟ ଯିବ ଶୀଘ୍ର ପହଞ୍ଚିଲେ ସିନା ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ କରି ଟିକେ ବିଶ୍ରାମ ନେଇଯିବ, ‌ଉଠି ଯାଅ ଆଉ ଡେରି କରନି ।" ତୁମ କଥା ଶୁଣି ଇଚ୍ଛା ନଥିଲେ ବି ଉଠି ବସିଲି । 

      କିଛି ସମୟ ପରେ ମୁଁ ଫୋନ କଲି (video call) “କ'ଣ କରୁଛ । ଓଃ ! ସ୍କୁଲରେ ଅଛ ପରା । ଶୁଣ, ସ୍କୁଲରୁ ଯାଇ ଠିକ୍ ସମୟରେ ଖାଇ ନେବ। ଆଜି ଶୀଘ୍ର ଉଠି ଥିଲ ଖାଇସାରି ଟିକେ ବିଶ୍ରାମ ନେବ। ନହେଲେ ଦେହ ଖରାପ ହେବ ଯେ । ଆଡ଼ୁ ସାଡୁ କଥା ବେଶି ଭାବିବନି, ମୁଁ ପହଞ୍ଚିଲେ ଫୋନ କରିବି । ମୁଁ ରେଡ୍ଡୀ ହୋଇ ଗଲାଣି, ଏବେ ବାହାରୁଛି, ବାଇକ୍ ଚଲାଇବା ବେଳେ ଆଉ ଫୋନ୍ କରି ପାରିବିନି ଭାବିଲି ତୁମକୁ ଟିକେ ଭଲକି ଦେଖିଦେବି । ଟିକେ ହସି ଦିଅ ମାମା, ନିଜର ଖିଆଲ ରଖିବ, ବେଶି ଚିନ୍ତା କରିବନି । ହଉ ଆଉ ମଝିରେ ଫୋନ୍ କରିବନି ମୁଁ ପହଞ୍ଚିଲେ, ସେଠାକାର ପରିସ୍ଥିତି ଦେଖି ତୁମକୁ ଫୋନ କରିବି” । “ହଁ, ଧିରେଧିରେ ଦେଖିକି ଗାଡ଼ି ଚଲାଇବ, ଆଜି କାଲି ରାସ୍ତା ଘାଟ ପରିସ୍ଥିତି ଜମା ଭଲ ନାହିଁ, ହେଲମେଟ ଉହ୍ଲାଇବ ନାହିଁ, ଭଲରେ ପହଞ୍ଚି ଯାଅ” । “ହଁ ଲୋ ମା,ତମ କଥା ସବୁ ମନେ ରହିଲା। ଗୋଟି ଗୋଟି କରି ସବୁ ପାଳନ କରିବି । ମୁଁ ତ କ୍ଷୀର ଖିଆ ପିଲା ନା, ତୁମେ ମୋତେ ସବୁ ମନେ ପକାଇ ଦେଉଛ” । ମୋ କଥା ଶୁଣି ଫେ କିନା ହସି ଉଠିଲ ତୁମେ । ହସାହସି ଭିତରେ ତୁମ ସାଙ୍ଗ ମଞ୍ଜୁ ଆସି ପହଁଞ୍ଚି ଗଲା। ଆଉ ତୁମେ ହସିହସି ଶୁଭ ବିଦାୟ ଦେଇ ଫୋନ୍ ଟିକୁ କାଟି ଦେଲ। ମୁଁ ମଧ୍ୟ ଫୋନଟିକୁ ପକେଟ୍ ରେ ରଖି ଗାଡ଼ି ଚଲାଇବାକୁ ଆରମ୍ଭ କଲି । ମାତ୍ର ୫୦ କି.ମି ପାଖାପାଖି ଯାଇଛି କି ନାହିଁ ଏକ ନିଛାଟିଆ ଘଞ୍ଚ ଜଙ୍ଗଲ ରାସ୍ତାରେ ହଠାତ୍ ଗାଡ଼ି ମୋର ଖରାପ ହୋଇଗଲା । ଦେଖିଲି ଆଖ ପାଖରେ କେହି ନାହାଁନ୍ତି । ପକେଟ୍ ରୁ ମୋବାଇଲ ବାହାର କରି ତୁମ ପାଖକୁ ଫୋନ ସଂଯୋଗ କଲି, ଦେଖିଲି ପାହାଡ଼ିଆ ଜାଗା ଯୋଗୁଁ ମୋବାଇଲର ବି ସଂଯୋଗ ହୋଇପାରୁନି । ଗାଡ଼ିକୁ ଗଡ଼େଇ ଗଡ଼େଇ ନେଇ ସଜାଡ଼ିଲା ବେଳକୁ ୧୨ଟା ବାଜିଲାଣି । ମନେ ପଡ଼ୁଥିଲା ତୁମର ସେଇ କେଇ ପଦ କଥା । ଏପଟେ ପ୍ରବଳ ଖରା । ଅସହ୍ଯ ଗରମ। ପକେଟରୁ ମୋବାଇଲ କାଢ଼ି ଦେଖେ ତ ନେଟୱର୍କ ନାହିଁ,ଚାର୍ଜ ବି ସରି ସରି ଆସିଲାଣି। ବାଟରେ କିଛି ଜଳଖିଆ କରି ପୁଣି ଗାଡ଼ି ଚଲାଇଲି । ସାଙ୍ଗମାନଙ୍କ ପାଖରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ବାଟରେ ପୁଣି ବର୍ଷାରେ ଭିଜି ଯାଇଥାଏ । ସାର୍ଟ ପ୍ୟାଣ୍ଟ୍ ସବୁ ଓଦା । ପୋଷାକ ବଦଳାଇ ଦେଖେ ତ ମୋବାଇଲରେ ବି ଚାର୍ଜ ନାହିଁ । ମୋବାଇଲକୁ ଚାର୍ଜରେ ବସାଇ ସାଙ୍ଗମାନଙ୍କ ସହ କଥା ହେଉ ହେଉ କେତେବେଳେ ଆଖି ଲାଗି ଯାଇଛି । ଉଠିବା ବେଳକୁ ରାତି ୧୨ଟା ବାଜିଲାଣି । ତୁମ ପାଖକୁ ଫୋନ କରିବାକୁ ଭୁଲିଯାଏ ଯାଇ, ମୋବାଇଲ ଖୋଲିବାରୁ ଦେଖେ ତୁମର କୋଡ଼ିଏ ଟି ମିସ୍ କଲର ମେସେଜ ଆଉ ୱାଟ୍ ଅପ୍ ରେ ମେସେଜ ଉପରେ ମେସେଜ । “ଶୁଭ ରାତ୍ରି । ତୁମର ଫୋନ କି ମେସେଜ କିଛି ନାହିଁ, ମୋର ବି ମୁଣ୍ଡ କ'ଣ ହେଉଛି ମୁଁ ଯାଉଛି ଶୋଇବି” କହି ଶେଷ ମେସେଜ କରି ଦେଇଥିଲ । ମତେ ଲାଗୁଥିଲା ଆକାଶରେ ନାହିଁ ଜହ୍ନ କି ତାରା ପଂକ୍ତି, ଚଉଦିଗ ଖାଲି ଆଦିଗନ୍ତ ବିସ୍ତୃତ ଶୂନ୍ୟତା । ନୀଡ଼ ବିହୀନ ଏକ ନିଃସଙ୍ଗ ବିହଙ୍ଗ ପରି ଉଡ଼ୁଛି ଉଡ଼ୁଛି ଉଡ଼ୁଛି । ଆଉ ଦୂର ଆକାଶର ମେଘ ଭଳି ଦିଗନ୍ତରୁ ଭାସି ଆସୁଥିଲା ବିଦାୟ ବେଳର ତୁମର ସେହି ପଦ୍ମ ପାଖୁଡ଼ା ପରି ମୁହଁରୁ ମୁକ୍ତାଝରା ଖିଲି ଖିଲି ହସ। 

      

      


Rate this content
Log in