STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଦୁଇଟି ଚିତ୍ର

ଦୁଇଟି ଚିତ୍ର

2 mins
467

ଏକ ଉଦାସ ଅପରାହ୍ନ । ନିରବ ଆକାଶର ମବ ବୁଝିବାରେ ଅସଫଳ ହୋଇ ,ଚତୁର୍ଦିଗକୁ ଚାହିଁଲେ ସିଦ୍ଧାନ୍ତ । ତାଙ୍କ ପରି କେତେ ବ୍ରୁଦ୍ଧ- ବ୍ରୁଦ୍ଧାଙ୍କ ଭିଡରୁ ବାହାରି ଆସୁଛନ୍ତି ରାକେଶ ବାବୁ । ଏଇ ଦିନ କେଇଟା ଭିତରେ ବେଶ୍ ବନ୍ଧୁତା ଜମି ଉଠିଛି ଉଭୟ ଙ୍କ ଭିତରେ ।


ରାକେଶ ବାବୁଙ୍କ ଏଠାକୁ ଆସିବାର ଦି'ବର୍ଷ ହୋଇଗଲାଣି , ଏଇ ଜୀବନକୁ ସେ ସହଜ ଭାବରେ ଗ୍ରହଣ କରି ନେଇ ସାରିଛନ୍ତି । କିନ୍ତୁ ସହଜ ହୋଇ ପାରି ନାହାନ୍ତି ସିଦ୍ଧାନ୍ତ ବାବୁ

-କଣ ସିଦ୍ଧାନ୍ତ ବାବୁ, ପୁଣି ଉଦାସ ହୋଇ ବସି ଗଲ ଯେ?

ରାକେଶ ବାବୁଙ୍କ ଆତ୍ମିୟତା ଭରା କଣ୍ଠ ।

ଫିକା ହସ ଟିଏ ହସି କହନ୍ତି, ନା....ତ.....

ମିଛ କହନ୍ତି ସିଦ୍ଧାନ୍ତ, ଏଠାରେ ଯେ ସମସ୍ତେ ଦୁଃଖୀ ।କେଇଜଣ ସ୍ବାର୍ଥପୂଣ୍ଣ ପୁତ୍ରଙ୍କ ପିତା ,ମାତା ହୋଇ ।

ହେଇ ଦେଖନ୍ତୁ ,ସେଇ ଯେଉଁ ମହିଳା ଜଣକ କଣ୍ଡେଇ ଧରି ପ୍ରଳାପ କରୁଛନ୍ତି, ସେ ହେଉଛନ୍ତି ଅଧ୍ୟାପକଙ୍କ ପତ୍ନୀ ଆଉ ଜଣେ ଡାକ୍ତରଙ୍କ ମା । ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏଠି ।ସେଇ ଯେଉଁ ମୁନି ପ୍ରତିମ ବୃଦ୍ଧଙ୍କୁ ଦେଖୁଛ ,ସେ ହେଲେ ହେଲେ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ ନିଜ ପୁଅକୁ ନିଜ ଆଦର୍ଶ ରେ ଗଢି ପାରିଲେନି ,ବୋଲି ସାରା ଜୀବନ କ୍ଷୋଭ ପ୍ରକାଶ କରନ୍ତି । କହିଲେ ରାକେଶ ବାବୁ ।

ଏହି ଜରାଶ୍ରମର ପ୍ରତ୍ୟେକ ଅନ୍ତେବାସୀଙ୍କ କିଛି ନା କିଛି ବ୍ୟଥା ଅଛି ।


ରାକେଶ ବାବୁ କିରାଣି ଚାକିରି କରୁଥିଲେ ଗୋଟିଏ ପୁଅ,ଓ ପତ୍ନୀଙ୍କୁ ନେଇ ତାଙ୍କର ସୁଖି ପରିବାର ।

ପଡିଶାର ସମସ୍ତେ ତାଙ୍କୁ ଇର୍ଷା କରୁଥିଲେ । ପୁଅର ପାଠ ପଢା ରେ କେବେହେଲେ ଅବହେଳା କରିନାହାନ୍ତି ସେ ।ସେଇ ପୁଅତ ତାଙ୍କ ଆଗାମୀ ଦିନର ଆଶା ବାଡି । ସେ ଯଦି ଶକ୍ତ ନହେବ ତେବେ ବାପା,ମା ଦୁଇ ଜଣ ଙ୍କ ଭାର ବୋହିବ କିଏ ।


କିନ୍ତୁ ତାଙ୍କ ଭାବନାକୁ ପ୍ରଚଣ୍ଡ ଧୋକା ଦେଇ ପୁଅ ,ବୋହୁ ଗାଳି କରନ୍ତି । ପୁଅର ବିବାହ ପରେ ପରେ ଆରମ୍ଭ ହୁଏ ତାଙ୍କର ପରିବାର ରେ ଅଶାନ୍ତି । ଶେେଷ ରେ ଯନ୍ତ୍ରଣା ର ଶର ଶଯ୍ୟାରେ ପଡି ପଡି ମା ତାଙ୍କର ଇହଧାମ ତ୍ୟାଗ କଲେ । ତାଙ୍କ ମୃତ୍ୟୁ ପରେ ପୁଅ ଆଣି ତାଙ୍କୁ ଏଇ ଜରାଶ୍ରମ ରେ ଛାଡିଛି । ଦିନେ ଯେତେବେଳେ ବୁଲେଇ ଆଣିବା ବାହାନାରେ ପୁଅ ଏଠି ଛାଡିଗଲା ,ସାମ୍ନାରେ ଜରାଶ୍ରମ ଦେଖି ସେ ଜାଣିଗଲେ ଯେ ସେଏବେ ପୁଅ ପାଇଁ ବୋଝ ପାଲଟି ଗଲେଣି । ତାଙ୍କ ମନେ ପଡିଲା, ଦିନେ ପୁଅ ର ଅନିଚ୍ଛା ରେ ସ୍କୁଲ କୁ ନେଇଆସୁ ଥିଲେ ସେ ,ମନ ରେ ଅନେକ ଆଶା, ଆଉ ସ୍ବପ୍ନ ନେଇ । ଆଉ ଆଜି ,ପୁଅ ତାଙ୍କୁ ନେଇ ଆସିଛି ତାଙ୍କ ଅନିଚ୍ଛା ସତ୍ତ୍ଵେ ଅନ୍ ବ୍ୟଥା, ଓ ଯନ୍ତ୍ରଣା ଦେଇ । ହଁ,ସବୁ ସ୍ବପ୍ନ କଣ ସତ ହୁଏ । ନିଜକୁ ମନେ ମନେ ବୁଝାନ୍ତି ରାକେଶ ବାବୁ । ଏତେ କଣ ଭାବୁଛନ୍ତି ଯେ , ପ୍ରଶ୍ନ ରାକେଶ ବାବୁଙ୍କୁ ।


ନା ....ମୁଁ କିଛି ଭାବୁନାହିଁ,କେବଳ ଦେଖୁଛି, ଦୁଇଟି ଚିତ୍ର, ଗୋଟିଏ ଆଶାର,ସ୍ବପ୍ନର ,ଆଉ ଗୋଟିଏ ନିରାଶର ,ଯନ୍ତ୍ରଣାର । ଗୋଟିଏ ପୁଅ କୁ ଶିକ୍ଷିତ ,କରିବା ପାଇଁ ସ୍କୁଲ କୁ ନେବା ଚିତ୍ର ଓ ଆରଟି ମୋତେ ସେ ଏଠାକୁ ଆଣିବା ଚିତ୍ର । ଦିର୍ଘଶ୍ବାସ ଟିଏ ଛାଡିଲେ ସିଦ୍ଧାନ୍ତ । ରାକେଶ ବାବୁ ଦେଖିଲେ ସିଦ୍ଧାନ୍ତଙ୍କ ମୁହଁ ରେ ଯନ୍ତ୍ରଣାର ଛାଇ ।



Rate this content
Log in