STORYMIRROR

Sangita Mishra Satapathy

Others

2  

Sangita Mishra Satapathy

Others

ଦୁଇଧାର ଅଶ୍ରୁ-୨

ଦୁଇଧାର ଅଶ୍ରୁ-୨

1 min
98


ପ୍ରତ୍ୟୁଷ ବାବୁ ଅବସର ପ୍ରାପ୍ତ ଅଧ୍ୟାପକ। ଏକମାତ୍ର ପୁତ୍ର ପ୍ରିୟବ୍ରତ ଓ ପତ୍ନୀ ପ୍ରତିମାଙ୍କୁ ନେଇ ସୁଖ ଦୁଃଖର ସଂସାର। ଆଦର୍ଶବାଦୀ ଅଧ୍ୟାପକ ଭାବେ ଖୁବ୍ ଜଣାଶୁଣା ପ୍ରତ୍ୟୁଷ ବାବୁ।ଆଜକୁ ୧ ମାସ ହେବ ହଠାତ୍ ବ୍ରେନ୍ ଷ୍ଟୋକରେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ। ସମସ୍ତ ସଞ୍ଚିତ ଅର୍ଥରାଶି ସରିଗଲାଣି ।। ପତ୍ନୀଙ୍କ ଗହଣା ମଧ୍ୟ ବିକ୍ରି  ହୋଇ ସାରିଲାଣି।ଡାକ୍ତରଙ୍କ କହିବା ଅନୁସାରେ 

ମେଜର ଅପରେସନ୍ ପାଇଁ ଆହୁରି ୩ଲକ୍ଷ ଟଙ୍କା ଦରକାର।ପୁଅ ପ୍ରିୟ ଆଉ କୌଣସି ଉପାୟ ନ ପାଇ ଘରଟି ବନ୍ଧା ପକାଇବା ପାଇଁ ନିଷ୍ପତ୍ତି ନେଇଛି। କାଗଜପତ୍ର ଠିକ୍  କରି ବିଷର୍ଣ୍ଣ ବଦନରେ ଡାକ୍ତରଖାନାରେ ବାପାଙ୍କ ପାଖରେ ପହଞ୍ଚିଲା।କାଗଜରେ ବାପାଙ୍କ ଥରିଲା ଥରିଲା ହାତରୁ ଟିପଚିହ୍ନ ନେଲା। ପୁଅର ଅସହାୟତା ଓ ବାପାଙ୍କୁ ବଞ୍ଚାଇ ରଖିବାର ଚେଷ୍ଟା  ଦେଖି ପ୍ରତ୍ୟୁଷ ବାବୁଙ୍କ ଆଖିରୁ ଝରି ପଡୁଥିଲା ଦୁଇଧାର ଅଶ୍ରୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍