STORYMIRROR

Sangita Mishra Satapathy

Others

2  

Sangita Mishra Satapathy

Others

ଦୁଇଧାର ଅଶ୍ରୁ-୧

ଦୁଇଧାର ଅଶ୍ରୁ-୧

1 min
120

ଦୁଇ ଧାର ଅଶ୍ରୁ

ଶକୁନ୍ତଳା ଦେବୀ ରୋଗ ଶଯ୍ୟାରେ।ଖାଇବା ପିଇବା ଛାଡିଦେଲେଣି।ବୟସର ଅପରାହ୍ନରେ ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ନେଇ କେବଳ ଯାହା ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ମାଆଙ୍କ ଅସୁସ୍ଥତା ନେଇ ହଠାତ୍ ଦୁଇ ପୁଅ ଓ ବୋହୂଙ୍କର ବ୍ଯସ୍ତତା ବଢିଯାଇଛି ।କିଏ ଫଳମୂଳ ଔଷଧ ଆଣିଲାଣି ତ ଆଉ କିଏ ହର୍ଲିକ୍ସ ଆଉ ନାନାଦି ମନପସନ୍ଦର ଜିନିଷ।ନିଜ ନିଜର ସୁଖ ସୁବିଧାରେ ମଜ୍ଜି ରହି ସହରର ଚାକଚକ୍ୟରେ ଭୁଲିଯାଇଥିବା ମାଆ ଆଜି ଯେମିତି ମନେ ପାଇଯାଇଛନ୍ତି। ପୁଅ ବୋହୂଙ୍କର ଆଚରଣରେ ଶକୁନ୍ତଳା ମଧ୍ୟ ଆଚମ୍ବିତ ।ସଂଧ୍ୟାରେ ଦୁଇପୁଅ କିଛି କାଗଜପତ୍ର ନେଇ ମାଆଙ୍କ ପାଖକୁ ଆସିଲେ ଅତିଯତ୍ନରେ ମାଆ ଙ୍କୁ ବସାଇଲେ।କାଗଜଗୁଡିକରେ ଶକୁନ୍ତଳାଙ୍କ ଥରଥର ହାତରେ ଟିପ ଚିହ୍ନ ନେବାପରେ ପୁଅ ବୋହୂ ଚାଲିଗଲେ କାର୍ରେ ବସି। ନିର୍ଜନ କୋଠରୀରେ ଖଟ ଉପରେ ବସି ଏକଲୟରେ ସ୍ୱାମୀଙ୍କ ଫଟୋ ଆଡକୁ ଚାହିଁ ଥିଲେ।ଆଖିରୁ ଝରିପଡୁଥିଲା ଦୁଇଧାର ଅଶ୍ରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍