ଦୁଃସ୍ବପ୍ନ ବ୍ୟବହାର
ଦୁଃସ୍ବପ୍ନ ବ୍ୟବହାର


ଜୀବନ ରେ ଏମିତି ବେଳବେଳେ ଘଟଣା ଘଟେ ଯାହା କେବେ ସ୍ବପ୍ନ ରେ ସୁଦ୍ଧା କଳ୍ପନା କରାଯାଇ ନ ଥାଏ l
ଏ ସମ୍ପର୍କରେ ସୁନ୍ଦର କାହାଣୀ ଟିଏ ଯାହା ଶୁଣିଥିଲୁ ତାହା ବହୁତ ମନେପଡେ l
ସ୍ବପ୍ନ ମନୁଷ୍ୟ ଅନେକ ଦେଖେ l
ଆଜି ଏମିତି ଗପ ମନେପକେଇବା ଯାହା କୁ ନିଜେ ପଢିଲେ ହିଁ ଜାଣିବେ l
ଅନେକ ଦିନ ତଳର କଥା l
ଗୋଟିଏ ବିଦ୍ୟାଳୟରେ ରାମନାଥ ଶିକ୍ଷକତା କରୁଥିଲେ l ଶ୍ରେଣୀ ରେ ହରି ର ବହୁତ ସୁନ୍ଦର ହସ୍ତାକ୍ଷର ହେଉଥିଲା l ତେଣୁ ରାମନାଥ ସବୁବେରଶଂସା କରୁଥିଲେ l ସେହି ଶ୍ରେଣୀ ରେ ରବୀନ୍ଦ୍ର ନାମରେ ପିଲାଟି ଅନ୍ୟ ଜଣେ ପିଲା ପାଠ ପଢେ କିନ୍ତୁ ତାର ପାଠ ଘର ଶୂନ l
ଦିନେ ଶିକ୍ଷକ ହସ୍ତାକ୍ଷର ସମସ୍ତଙ୍କ ଦେଖୁଥାନ୍ତି l ରବୀନ୍ଦ୍ର ର ହସ୍ତାକ୍ଷର ଦେଖି କହିଲେ - ଆରେ ଏମିତି ହସ୍ତାକ୍ଷର ଲେଖନ୍ତି ,ଏ ହରିଠାରୁ ଶିଖେ l ଏହା କହି ସେ ହସକ୍ଷର ର ଭୁଲ ଦେଖି ହରି କୁ ରବୀନ୍ଦ୍ର ର କାନ ମୋଡ଼ିବାକୁ କହିଲେ l ତା କେଜାଣି କାହିଁକି ପରଦିନଠୁ ରବୀନ୍ଦ୍ର ସ୍କୁଲ କୁ ଆସିବା ବନ୍ଦ କରିଦେଲା l
ଏହା ପରେ ଦୀର୍ଘ ତିରିଶ ବର୍ଷ ବିତିଯାଇଛି l ହରି ଭଲ ପାଠପଢ଼ି ଭୁବନଶ୍ୱର ରେ ବଡ଼ ଚାକିରୀ ପାଇଛି
I ଆଉ ରାମନାଥ ଚାକିିରୁ ଅବସର ନେଇ ସାରିଥାନ୍ତି l କିନ୍ତୁ ତାଙ୍କର ପେନସନ ମିଳୁ ନ ଥାଏ l
ସେ ଖବର ପାଆନ୍ତି ଯେ ହରି ଏବେ ପେନସନ ବିଭାଗରେ କାର୍ଯ୍ୟରତ l ତାଙ୍କର ପ୍ରିୟ ଛାତ୍ର ଥିବା ଯୋଗୁଁ କିଛି ଅସୁବିଧା ନ ହେବ ଭାବି
ସେ ଭୁବନେଶ୍ୱର ଯାନ୍ତି l ତାଙ୍କୁ ହରି ଦେଖି
ନ ଜାଣିଲାପରି ଅଭିନୟ କରି ବିନା ଲାଞ୍ଚ ରେ କାମ ହେବ ନାହିଁ କହି ସ୍ପଷ୍ଟ ଶୁଣେଇଦିଏ l
ଅତି ଦୁଃଖରେ ବସ ରେ ବସି ଗାଁ କୁ ଫେରୁଥିବା ବେଳେ ଯେତେବେଳେ କଣ୍ଡକ୍ଟର ବସ ର ଭଡ଼ା ମାଗେ ,ସବୁ ବ୍ୟାଗ ଆଉ ସାର୍ଟ ଓ ପ୍ୟାଣ୍ଟ ଦେଖନ୍ତି ଯେ କେହି ତାଙ୍କ ପାଖରୁ ଟଙ୍କାପଇସା ଚୋରି ହୋଇଯାଇଛି l
ସେ ସବୁକଥା ବସ ର କଣ୍ଡକ୍ଟରକୁ କୁହନ୍ତି l କଣ୍ଡକ୍ଟର ଟିକେଟ ପଇସା ମାଗେ ନାହିଁ l
ଏହା ପରେ ଯେତେବେଳେ ରାମନାଥ ଙ୍କ ଗାଁ ପହଞ୍ଚିଯାଏ ,ସେତେବେଳେ କଣ୍ଡକ୍ଟର ପାଦଛୁଇଁ ନମସ୍କାର କରି କୁହେ - ସାର,ମୋତେ ଚିନ୍ହିପାରୁନାହାନ୍ତି,ମୁଁ ରବୀନ୍ଦ୍ର l
ଆପଣ
ମୋତେ ହସ୍ତାକ୍ଷର ପାଇଁ ବହୁତ ମାରୁଥିଲେ ଆଉ କହୁଥିଲେ ଭଲ ପଢି ନିଜ ପେଟ ପୋଷ l ଆଜି ଆପଣଙ୍କ ଆଶୀର୍ବାଦ ରେ ମୁଁ ଏ ବସ ର କଣ୍ଡକ୍ଟର l ଆଉ ମୁଁ ଟିକେଟ ରେ ଯାହା ଲେଖିଲେ ବି କେହି ପଢ଼ିବାର ନାହିଁ l
ମୁଁ ସିନା ଭଲ ପଢ଼ିଲିନି ସାର,ମୋର ପୁଅ ଝିଅ ଭଲ ପଢୁଛନ୍ତି l ଆପଣଙ୍କ ଆଶୀର୍ବାଦ ଥାଉ l ଏମିତି କହି ରବୀନ୍ଦ୍ର ବିଦାୟ ନେଲା l
ସେତେବେଳେ ଶିକ୍ଷକ ରାମନାଥ ଭାବୁଥିଲେ - କେବଳ ପାଠ ପଢ଼ିଦେଲେ ହେବ ନାହିଁ ,ଯଦି ଭଲ ପଢ଼ିସାରି ଅନ୍ୟ କୁ ହୀନ ଦୃଷ୍ଟି ରେ ଦେଖିଲେ କି ଲାଭ ?
ମୋ ପଢ଼ା ରେ କଣ ତ୍ରୁଟି ରହିଲା ଯେ ହରି ଭଲ ପଢ଼ି ବି ମଣିଷ ହୋଇ ପାରିଲାନି କିନ୍ତୁ ରବୀନ୍ଦ୍ର କୁ ନେଇ ଆଜି ତାଙ୍କ ମନରେ ଗର୍ବ ଲାଗୁଛି l
ସବୁ ଦୁଃସ୍ବପ୍ନ ଲାଗୁଛି l