Sucharita Sena

Others

3  

Sucharita Sena

Others

ଦଶହରାର ଅନୁଭୂତି

ଦଶହରାର ଅନୁଭୂତି

3 mins
228



ବୀଣା, ନାଆଁ ଭଳି ସୂରିଲି, ସୁନ୍ଦର, ଶାନ୍ତ ଓ ମିଷ୍ଟା ଭାସି ଝିଅଟି । ବୀଣା ର ବୀଣା ଧ୍ଵନିରେ ଭରି ରହିଥିଲା ଗୁଢତତ୍ଵ । ଦେବୀ ସରସ୍ବତୀଙ୍କୁ ଆରାଧ୍ୟ ଦେବୀ ମାନି ଆଗକୁ ଆଗକୁ ବଢ଼ୁଥିଲା ବୀଣା । ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଜିଣି ନିଜକୁ ସାବ୍ୟସ୍ତ କରିସାରିଥିଲା ।

ଅଶ୍ଵିନ ମାସ । ଅମ୍ବା, ଅମ୍ବିକା, ମହିଷାମର୍ଦ୍ଦିନୀ ସିଂଘବାହିନୀ ମା ଦୁର୍ଗା ପୂଜା ପାଉଛନ୍ତି ସବୁ ମଣ୍ଡପରେ । ମାଦଳ, ମହୁରୀ, ସିଂଘବାଜରେ ପ୍ରକମ୍ପିତ ଚତୁଃର୍ଦ୍ଦିଗ । ଚାରିଆଡେ ପାର୍ବଣର ଅସାର ।

" ମା' ବିରଜା " ପୂଜା କମିଟିର ସଭ୍ୟମାନେ ପ୍ରତିବର୍ଷ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ରଖିଥାନ୍ତି । ଦୁର୍ଗାପୂଜାର ମଜାଟା ଆହୁରି ଦୁଇ ଗୁଣିତ ହୋଇଯାଏ । ଏଥର ବୀଣାକୁ ଡକାଯାଇଥିଲା କାର୍ଯ୍ୟକ୍ରମ ପାଇଁ । ବୀଣା ତା ବାପାଙ୍କ ସହିତ ସନ୍ଧ୍ୟାପୂର୍ବରୁ ପହଞ୍ଚି ସାରିଥିଲା ଉକ୍ତ ପୂଜାକମିଟିରେ ।

ଖୁବ୍ ସୁନ୍ଦର ଭାବରେ ସଭ୍ୟମାନେ ବୀଣା ଓ ତା ବାପାଙ୍କୁ ପାଛୋଟି ନେଲେ । ଏଥର କାର୍ଯ୍ୟକ୍ରମ ଆରମ୍ଭ ହେଲା । ବୀଣା ବାଦନ ଶୁଣିବାକୁ ହାତ ଗଣତି ଲୋକ ମାନେ ବସିଥାନ୍ତି । ଯେପରି ବୀଣାର ବୀଣା ବଦନରେ ଯାଦୁ ଥାଇ....., ସମସ୍ତେ ଟାଣିହୋଇ ଆସିଲେ ସେଠାକୁ ।

ଲୋକମାନଙ୍କ ଗହଳି ବଢ଼ିବାରେ ଲାଗିଥାଏ । ଫର୍ମାଇସ ଆସୁଥାଏ ଆହୁରି ଗୋଟେ..... ଆହୁରି ଗୋଟେ । ଏଗାର ଟାରେ ସରିବା କାର୍ଯ୍ୟକ୍ରମ ଗୋଟିଏ ବାଜି ଗଲାନି । କାର୍ଯକ୍ରମ ସରିଲା । ରାତି ଅଧିକ ହେଲାଣି, ବାପା ଵ୍ୟସ୍ତ ହେଉଥାନ୍ତି । ଘରର ଦୂରତ୍ୱ ଅଧିକ, ଶୂନଶାନରାସ୍ତା ଦେଇ ଯିବାକୁ ପଡ଼ିବ । ଜଲ୍ଦି ନବାହାରିଲେ ପହଞ୍ଚିବାକୁ ଅନେକ ବିଳମ୍ବ ହୋଇପାରେ । ବାପାଙ୍କ ମନରେ ଅନେକ ଖରାପ ଭାବନା ଉଙ୍କି ମାରୁଥାଏ ।

ବୀଣା : " ବାପା, ମୁଁ ଟିକେ ୱସରୁମରୁ ଆସୁଛି, ତୁମେ ଗାଡି ଠିକି କରିଥାଅ " । କାହି ବୀଣା ସେ ଅନ୍ଧାରୁଆ ଗଳି ଆଡକୁ ଆଗେଇ ଗଲା ।

ପଛରୁ ତାକୁ ବାପାଙ୍କ କଥା ଶୁଣଯାଉଥାଏ.... : " ଜଲ୍ଦି ଆସିବୁ ମା, ଆମର ଅନେକ ବିଳମ୍ବ ହୋଇ ଗଲାଣି "।

ବୀଣା କିଛି ବାଟ ଆସିଛି କାହାର ଉଁ... ଉଁ... ଶବ୍ଦ କାନରେ ପଡିଲା । କିଏ ହୋଇପାରେ । ଶବ୍ଦ ନିରବିଛିନ୍ନ ଭାବରେ ଶୁଭୁଛି । ବୀଣା ସେ ଦିଗକୁ ଅଗ୍ରସର ହେଲା ।

ଚାରିଜଣ ପୁରୁଷ ଗୋଟେ ଝିଅକୁ ବଳପୂର୍ବକ ତଳେ ପକାଇ ମାଡିବସି ଧରିଥାନ୍ତି । ଝିଅଟିର ପୋଷାକ ଠାଏ ଠାଏ ଫାଟି ସରିଥାଏ । ନିଜକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟ କରୁଥାଏ ଝିଅଟି କିନ୍ତୁ ସେ ରାକ୍ଷସ ମାନେ ତାକୁ କାବୁ କରିବା ପାଇଁ ମାରିବାରେ ଲାଗିଥାନ୍ତି । ପାଟିକୁ ଏପରି ଧରିଥାନ୍ତି ଶବ୍ଦ ବାହାରିବ ଦୂରର କଥା । ଲାଗୁଥିଲା ଝିଅଟି ଯେପରି ଆଜି ବଂଚିପାରିବନି ଏନର ରାକ୍ଷସ କବଳରୁ ।

ବୀଣା ନିଜକୁ ସମ୍ଭାଳି ପାରିଲାନି, ଷୋଳବର୍ଷ ବୟସର ଝିଅଟି ଭିତରେ ଅଚାନକ ଷୋଳଜଣକ ଶକ୍ତି ଆସିସରିଥାଏ । ଚିତ୍କାର କରି ଦୌଡ଼ିଗଲା ସେ ଦିଗକୁ । ସେ ମଣିଷ ମାଂସ ଲୋଭି ଦାନଵ ଜୋରେ ଜୋରେ ହସିବାକୁ ଲାଗିଲେ । ବୀଣା ଆଖି ଜଳିଲା ଭଳି ଲାଗୁଥାଏ, ପାଖରେ ପଡ଼ିଥିବା କାଠକୁ ଉଠାଇ ପିଟିବାରେ ଲାଗିଗଲା । ସେ ଦାନଵ ଗୁଡାକ କଣ ଭାବିବା ଆଗରୁ ବୀଣାର ପ୍ରହରରେ ଚିତ୍କାର କରୁଥାନ୍ତି । ବୀଣା ସରସ୍ବତୀ ରୁ ଦୁର୍ଗା ମା ' ରେ ପରିଣତ ହୋଇସାରିଥିଲା । ଯେତେବେଳେ ଏ ସଂସାରରେ ପାପର ଭାର ବଢିଯାଏ ମା ' ଅପରୂପା ଧରାରେ ଅବତରଣ କରନ୍ତି, ପାପୀକୁ ବିନାଶ ପାଇଁ । ଆଜି ବୀଣା ଦେହରେ ବିଜେ କରିଛନ୍ତି ମା ଦଶଭୁଜା । ଦମନ କରିବେ ପାପୀ ମନର ପାପକୁ । ବୀଣା ସଂ ସଂ ଶବ୍ଦ କରୁଥାଏ । ମା ପ୍ରଚଣ୍ଡ ରାଗରେ ଯେପରି ଜର୍ଜରିତ ।

ଏତେ ବିଳମ୍ବ ଦେଖି ବୀଣାର ବାପା ତାକୁ ଖୋଜିବାକୁ ଆସି ପହଂଚି ସାରିଥାନ୍ତି । ଆଖି ଆଗରେ ଜଗତଜନନୀ ମା ଦୁର୍ଗା ଯେପରି ଉନ୍ମୁକ୍ତ କେସ ରାଶିରେ ହାତରେ ଅସ୍ତ୍ର ଧରି ଠିଆ ହୋଇଛନ୍ତି । ସେ ଚାରିଜଣ ଯୁବକ କ୍ଷତାକ୍ତ ହୋଇ ବିକଳରେ କ୍ଷମା ମାଗୁଥାନ୍ତି ବୀଣାର ଗୋଡ ଧରି ।

ବାପାଙ୍କ ଆଖିରେ ଭକ୍ତିର ଲୁହ.... ହାତଯୋଡି ଆଣ୍ଠୁମାଡ଼ି ବସିଗଲେ ତଳେ ଓ ମୂଖରୁ ନିଃସୃତ ହେଉଥାଏ......

ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା

ଯା ଦେବୀ ସର୍ବ ଭୂତେଷୁ ମା' ରୂପେଣ ସଂସ୍ଥିତା

ଯା ଦେବୀ ସର୍ବ ଭୂତେଷୁ ବୁଦ୍ଧି ରୂପେଣ ସଂସ୍ଥିତା

ଯା ଦେବୀ ସର୍ବ ଭୂତେଷୁ ଲଷ୍ମୀ ରୂପେଣ ସଂସ୍ଥିତା

ନମଃସ୍ତସ୍ୟଇ ନମଃସ୍ତସ୍ୟଇ ନମଃସ୍ତସ୍ୟଇ ନମୋ ନମଃ ।


Rate this content
Log in