ଧନ୍ୟ ଧନ୍ୟ ତୁମେ
ଧନ୍ୟ ଧନ୍ୟ ତୁମେ
ପ୍ରକୃତରେ ସେ ଜମିଦାର ନୁହଁନ୍ତି, କିନ୍ତୁ ତାଙ୍କ ଠାଣୀ ତାଙ୍କ ବାଣୀ ଆଉ ଚାହାଣୀ ଦେଖିଲେ ଯେ କେହି କହିବ କି ନା ଏ ଜଣେ ଜମିଦାର ।
ମଞ୍ଚରେ ଆଜ୍ଞା, ସତରେ ନୁହେଁ । ବିଭିନ୍ନ ନାଟକ ଗଳ୍ପକୁ ସବୁ ମଞ୍ଚରେ ମଞ୍ଚସ୍ଥ ପାଇଁ ସେ ଜଣେ ବିଖ୍ୟାତ ଜମିଦାର ଭୂମିକା ନିଭେଇ ଥାନ୍ତି ।
ଜମିଦାର ପୁଣି ସେ ଅମଳର ,ପ୍ରଜାମାନଙ୍କୁ ହଇରାଣ କରିବା, ଜୋର ଜବରଦସ୍ତ ସେମାନଙ୍କ ଧନସମ୍ପଦକୁ ଛଡେଇ ନେବା, କିଛି ଟଙ୍କାରେ ବନ୍ଧକ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେଇଯିବା । ସର୍ବୋପରି ସୁନ୍ଦର ସୁନ୍ଦର ଝିଅ ବୋହୁମାନଙ୍କୁ ବଳପୂର୍ବକ ଭୋଗ କରିବା ଭଳି ନାନାଦି ଅପକର୍ମ ମାନ କରୁଥିଲେ ଜମିଦାର ,ଯାହାକି ବର୍ଣ୍ଣିତ ବିଭିନ୍ନ ଗଳ୍ପ ଉପନ୍ୟାସରେ ପୁରାତନ କବିଙ୍କର ରଚନାରୁ । ସାମ୍ପ୍ରତିକ ସମୟରେ ମଞ୍ଚ ଉପରେ ଜମିଦାରଙ୍କ ଏତାଦୃଶ ଅଭିନୟ ଦେଖି ଟେକା ପଥର ପଚା ଅଣ୍ଡା ପକାନ୍ତି ଦର୍ଶକ । ସେଥିପାଇଁ ବାସ୍ତବ ଜୀବନରେ ମଧ୍ୟ କେହି ତାଙ୍କୁ ଭଲ ପାଇ ପାରନ୍ତି ନାହିଁ, ଅନେକ ଝିଅ ବୋହୁମାନେ ବି ତାଙ୍କୁ ଦେଖି ଭୟଭୀତ ହୋଇଥାନ୍ତି । ସେ ସେହିଭଳି ପ୍ରକୃତିର ବୋଲି ସମସ୍ତେ ଧରି ନିଅନ୍ତି ।
କିନ୍ତୁ ଦିନେ ଚର୍ଚ୍ଚାର ପରିସରକୁ ଆସିଥିଲେ ଜମିଦାର । ଗୋଟିଏ ମଞ୍ଚରେ ପୁରସ୍କୃତ ମଧ୍ୟ ହେଲେ ସେହି କାରଣ ପାଇଁ ସରକାରଙ୍କ ପକ୍ଷରୁ । କଥାଟି ହେଲା ଯେ,ଗୋଟିଏ ଅସହାୟ ଅବଳା ପ୍ରତି ହେଉଥିବା ଅନ୍ୟାୟକୁ ସହି ନ ପାରି ପ୍ରତିବାଦ କରି ଥିଲେ, କିନ୍ତୁ ଓଲଟା ଆକ୍ରମଣର ଶିକାର ହେଲେ ପଛେ ଉଦ୍ଧାର କରିଥିଲେ ଅବଳାଟିକୁ ସୁରକ୍ଷିତ ଭାବରେ ।
ଏଇଠି ପ୍ରମାଣ କରିଦେଲେ ଯେ ଅଭିନୟ ଆଉ ବାସ୍ତବ ଚରିତ୍ରକୁ ସର୍ବସମ୍ମୁଖରେ । ସମସ୍ତେ ଧନ୍ୟ ଧନ୍ୟ କହିଲେ ।
ଧନ୍ୟ ତୁମେ ଜମିଦାର, ତୁମକୁ ନମସ୍କାର ।
