ଧକ୍କା
ଧକ୍କା


ଏଇ ଗତ ମାସର କଥା । ବିଳମ୍ବିତ ରାତିରେ ବର୍ଷା ପରର ଶୀତଳତା । ଆଖିକୁ ବି ମୋର ନିଦ ଆସୁନଥାଏ । ଘର , ପରିବାର ,ଗାଁ ଆଉ ଦେଶ ଛାଡିବାର ବେଦନା ବୋଧହୁଏ ମତେ ସେଦିନ ନିଦ ଠାରୁ ଦୂରେଇ ରଖିଥିଲା ? ରାତି ପ୍ରାୟ ଦୁଇଟା ହେବ । ସିଗାରେଟ ଖଣ୍ଡେ ଧରି ଘର ବାହାରକୁ ଆସିଲି । ମନେ ମନେ ଅନେକ ପ୍ରଶ୍ନ ଉତ୍ତର ସହ ସିଗାରେଟ ପିଆ ଚାଲିଥାଏ ।
ହଠାତ କିଛି ଶବ୍ଦ ଶୁଭିଲା , କେହିକିଛି କହିବାର । ମୁଁ ପ୍ରକୃସ୍ଥିତ ହେଲି । ଶବ୍ଦ ନିକଟତର ହେଲା ଆହୁରି ,, ଏ କଣ ! ବେଶ ପୋଷକରୁ ଜଣେ ସୁସଭ୍ୟା , ସୁନ୍ଦର ମହିଳା କିଛି ଦୂରରେ ଆସୁଛନ୍ତି । ମଦ୍ୟପଙ୍କ ପରି ଚାଲି ଲାଗୁଥିଲା ମହିଳା ଜଣଙ୍କର। ବାରମ୍ବାର ପଡ଼ି ପୁଣି ଉଠି ଚାଲିବାର ବିଫଳ ପ୍ରୟାସ କରି ଚାଲିଥିଲେ । ଭାବିଲି ତାଙ୍କ ପାଖକୁ ଯାଇ ସାହାଯ୍ୟ କରିବି । କିନ୍ତୁ ମୋର ଭାରତୀୟ ମାନସିକତା ତାହା କରେଇ ଦେଉନଥିଲା ।
ଏଇ ଭାବନା ଭିତରେ ମହିଳାଜଣକ ମୋର ସାମ୍ନାରେ ଆସି ପଡ଼ିଗଲେ ଓଦା ଚିକ୍କଣ ରାସ୍ତା ଉପରେ । ବାରମ୍ବାର ଚେଷ୍ଟା କରି ମଧ୍ୟ ଆଉ ଉଠି ପାରିଲେନି । ବୟସ ପାଖାପାଖି ତିରିଶି ହେବ , ଦେଖିବାକୁ ଅତି ସୁନ୍ଦର । ପୁରାଣ ବର୍ଣ୍ଣିତ ଅପ୍ସରୀ । ପାଶ୍ଚାତ୍ୟ ବେଶଭୁଷା ଦେଖିଲେ ଯେ କେହିବି ଆକୃଷ୍ଟ ହେଇଯିବ । ତାଙ୍କର ଉଠିବାର ବିଫଳ ଚେଷ୍ଟା ଆଉ ମୋର ଭାବନାର ଅନ୍ତରାଳେ , ମୋ ହାତରେ ସିଗାରେଟର ଚେଙ୍କ ଲାଗିଲା । ତାଙ୍କର କଥାକୁ ମୁ ଧ୍ୟାନ ଦେଇ ଶୁଣିବାକୁ ଚେଷ୍ଟା କଲି ।
ସେ କହୁଥିଲେ ( କୌଣସି କୁକୁରର ସାହାଯ୍ୟ ମୋର ଆବଶ୍ୟକ ନାହିଁ , ଆଉ ମୁଁ ନିଜକୁ ନିଜେ ସମ୍ଭାଳିବାକୁ ସକ୍ଷମ ) ସବୁ ମଦ୍ୟପଙ୍କ ପରି ସେ ବି ସେଇ ଗୋଟାଏ କଥାକୁ ବାରମ୍ବାର ଦୋହରାଉ ଥା'ନ୍ତି । ୨/୪ମିନିଟ ପରେ ମୋର ସବୁ ଭାବନାର ଅନ୍ତ କରି ତାଙ୍କ ପାଖରେ ପହଞ୍ଚିଲି ।
ତାଙ୍କୁ କିଛି ସାହାଯ୍ୟ ଆବଶ୍ୟକ ଅଛି କି ? ପଚାରିଲି ବହୁତ ସାହସ ବାନ୍ଧି । ଆଶାନୁରୂପ ଫଳ ।
ଗାଳି ,ଏମିତି ଗାଳି ,ଆମ ଦେଶରେ ପୁଅପିଲାମାନେ ମଧ୍ୟ ଚାରିଦିଗକୁ ଦେଖିଲାପରେ ଦିଅନ୍ତି । ଆମ କଟକୀ , ବ୍ରହ୍ମପୁରିଆ ଆଉ ରାଜଧାନୀ ଭୁବନେଶ୍ବରର ଗାଳି ମୁଁ ଜଣଙ୍କ ମୁହଁରୁ ଶୁଣିଲି । ହେପ୍ରଭୁ କି ବୁଦ୍ଧି ଦେଲ ? କେମିତି ଖସିବି ?
ପୁଣି କିଛି ନୂଆ ଶବ୍ଦ ଶୁଭିଲା । ଦୟାକରି ମତେ ମୋ ଘରେ ଛାଡ଼ିଦେବ । କି ସୁନ୍ଦର ସେ କଣ୍ଠ । ରାତିରେ ଝିଟିପିଟି ସଂଗୀତ ଠୁ ବି ମଧୁର । ଉଠିବାକୁ ମୋ ହାତ ବଢ଼ାଇଲି ।
ମହିଳାଙ୍କ ଘର ବି ତାଙ୍କ ଅନୁରୂପ । କଳ୍ପନା ବାହାରେ । ଅତୀ ସୁନ୍ଦର ସାଜସଜ୍ଜା । କୋଣ ଅନୁକୋଣ ସ୍ୱଚ୍ଛ , ପରିସ୍କୃତ । ସୋଫା ଉପରେ ବସେଇଦେଇ ମୁ ଫେରିବାକୁ ଉଦ୍ୟତ ।
ପ୍ରଶ୍ନ ? ତମ ନାଁ ' କଣ ?
ବହୁଥର କହିଲା ପରେ ମଧ୍ୟ ଉଚ୍ଚାରଣ ହେଇପାରିଲାନି । ନିଜ ନା ପ୍ରତି ମୋ ମନରେ ଥିବା ଅହଂକାର ଭାଙ୍ଗିଯାଇଥିଲା । ତମ ନାଁ' ସେ କାଗଜ ଉପରେ ଲେଖିଦିଅ । ମହିଳା ଶୋଇ ପଡ଼ିଥିଲେ । ଚାହିଁଲି ତାଙ୍କୁ । ଅବ୍ୟବସ୍ଥିତ ଡ୍ରେସ । କମନୀୟ ମନୋରମ ରୂପକାନ୍ତି । ଅକଳ୍ପନୀୟ ,ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ର ଅଧିକାରିଣୀ , ଏତେ ଅସ୍ତବ୍ୟସ୍ତ କାହିଁକି ?ଏଇ ପ୍ରଶ୍ନ ନିଜକୁ ନିଜେ କରି ମୁ ଫେରିଆସିଲି ।
ତା 'ପରଦିନ ଆମର ପୁଣି ଦେଖା ସାକ୍ଷାତ । ହେଲୋ ହାଏ ,ପୁଣି ଅଳ୍ପ କଥାବାର୍ତ୍ତା । ବନ୍ଧୁତା । ଆଉ କେବେ ମୁଁ ତାଙ୍କୁ ନିଶାସକ୍ତ ଦେଖିନି । ଏମିତି ଥରେ ନିରୋଳରେ ପଚାରିଦେଲି ,,,ସେଦିନ ରାତିରେ ତମର କଣ ହେଇଥିଲାକି ? ଉତ୍ତର ,,,, ମୋର ପ୍ରେମୀକ ମୋ ସହିତ ସମସ୍ତ ସମ୍ପର୍କ କାଟି ଆଉ ଜଣକୁ ପ୍ରେମ କରୁଛି ବୋଲି ମତେ କହି ଛାଡ଼ି ଚାଲିଗଲା । କଣ ନ କରିଛି ମୁଁ ତା ଲାଗି ? ମନ ସମୟ ଯୌବନ ସବୁ ତ ଦେଇଥିଲି । ଆଉ କିଛି ଦବାର ଥିଲାକି ?
ତାର ପ୍ରଶ୍ନରେ ମୁଁ ଜୋରରେ ହସିଉଠିଲି ।
ଭଲପାଇବା ତମେ କେମିତି ଜାଣିବ ?
ମୁଁ ଆହୁରି ଜୋରରେ ବିଦ୍ରୁପ କଲି ।
ମତେ ତମେ ଉପହାସ କରୁଛ ? ମୋ ପ୍ରେମକୁ ତମେ ମୂଲ୍ୟହୀନ ଭାବୁଛ ? ସତରେ ତମେ ପ୍ରେମ କରିଛ ?
ନା ବନ୍ଧୁ ନା ମୁଁ ତୁମକୁ ଉପହାସ କରୁନି । ମୁଁ ବି ,, ।
କଣ ତମେ ବି ?
ମୋ ଫୋନରେ ଥିବା କିଛି ପୁରୁଣା ମେସେଜକୁ ଅନୁଦାଦ କରି ଦେଖେଇଲି । କିଛି ସମୟ ଉଭୟେ ଚୁପ ରହିଲା ପରେ ଉତ୍ତର ମିଳିଥିଲା ।
ମୁଁ ତୁମକୁ ଭଲ ପାଏ । ମୁଁ ପୁଣି ବିଦ୍ରୁପ କରି ଉଠିଲି । ମୋ ଉତ୍ତର ଥିଲା ।ଦବା ନବାର ପ୍ରେମ କରିବା ବୟସ ଆଉ ମୋର ନାହିଁ ।ଆମେ ଭଲ ବନ୍ଧୁ ଏବେ ।