The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Seetaram Dash

Others

3  

Seetaram Dash

Others

ଡାମରା କାଉ

ଡାମରା କାଉ

2 mins
338


  


 ଅରୁଣ ବାବୁ ଜଣେ ଯୁବ କବି। ତାଙ୍କର ଅନେକ ଲେଖା ପତ୍ର ପତ୍ରିକା ଏବଂ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ସାରିଲାଣି। ତାଙ୍କ ଲେଖା ଗୁଡିକ ବିଶେଷ କରି ସାଧାରଣ ମଣିଷର ହସ-କାନ୍ଦ, ସୁଖ-ଦୁଃଖ, ପ୍ରାପ୍ତି- ଅପ୍ରାପ୍ତି ଏବଂ ଅଭାବବୋଧ ଉପରେ ଆଧାରିତ। ଗ୍ରାମ୍ୟ ଜୀବନର ବ୍ୟଥା ବେଦନାକୁ କେନ୍ଦ୍ର କରି ତାଙ୍କର ଲେଖନୀ ଚାଲିଥାଏ ସଦା ସର୍ବଦା। ତାଙ୍କର ଲେଖା ଗୁଡିକ ମଧ୍ୟରେ ଭିଜା ମାଟି, ପୁର ପଲ୍ଲୀ, ନଈ ଓ ନାଉରୀ, ଅଜାଙ୍କ ବଟୁଆ ଅନ୍ୟତମ।


  ଅରୁଣ ବାବୁ ଜଣେ ଶାନ୍ତ ସରଳ ମଣିଷ। ସାଧାରଣ ଏବଂ ନିରାଡ଼ମ୍ବର ଜୀବନ ତାଙ୍କର। ସ୍ତ୍ରୀ ଅନିତା ବି ଜଣେ ଆଦର୍ଶ ମହିଳା। ଏ ବର୍ଷ ମାଣ ବସା ଏବଂ ଲକ୍ଷ୍ମୀ ପୂଜା ପାଇଁ ଅନିତାଙ୍କ ସାନ ଭଉଣୀ ଅଞ୍ଜଳି ଆସିଥିଲେ ଭଉଣୀ ଘରକୁ। ଅଞ୍ଜଳି ଆଜିକାଲିର ପିଲା। ଉଗ୍ର ଆଧୁନିକା। ଅରୁଣ ବାବୁଙ୍କ ନିରାଡ଼ମ୍ବର ଜୀବନକୁ ସେ ପସନ୍ଦ କରନ୍ତି ନାହିଁ। 


   ଦିନେ ସନ୍ଧ୍ୟାରେ ଅଞ୍ଜଳି ଭିଣେଇଙ୍କ ପାଖରେ ବସି ହାତକୁ ଧରି ଗେଲ୍ଲେହି ହୋଇ କହିଲେ "ଭାଇନା ତମର ଗପ ଯେମିତି, ତମେ ସେମିତି। ପୁରା ଗାଉଁଲି। ନାନୀ ତମ ପାଖରେ କେମିତି ରହିଛି କେଜାଣି? ମୁଁ ହୋଇଥିଲେ ଛାଡ଼ି ଚାଲି ଯାଇଥାନ୍ତି।" ଅରୁଣ ବାବୁ ଅଳ୍ପ ହସି ଦେଇ କହିଲେ.."ହଉ ଏବେ ଟିକେ ଛାଡ"। ଅଞ୍ଜଳି କହିଲେ.. "ଭାଇନା ଗୋଟେ ରୋମାଣ୍ଟିକ ଗପ କହିଲ"। ଅରୁଣ ବାବୁ ବିରକ୍ତ ହୋଇ କହିଲେ.. "ନା ନା, ଏବେ ଗପ ସପ କିଛି ନାହିଁ"। ଅଞ୍ଜଳି ଅନୁରୋଧ କରି କହିଲେ, ପ୍ଲିଜ ଭାଇନା, ପ୍ଲିଜ। ହଉ ବା ଗୋଟେ ହେଉ, ଛୋଟ ଟେ ହଉ...


  ଅରୁଣ ବାବୁ ବିରକ୍ତ ହୋଇ କହିବା ଆରମ୍ଭ କଲେ...


"ଡାମରା କାଉଟି କୋଇଲିକୁ ମନ ପ୍ରାଣ ଦେଇ ଭଲ ପାଉଥିଲା। ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ଦିନେ ମନ କଥା କୋଇଲି ଆଗରେ ଜଣାଇଲା। କାଉର ପ୍ରେମ ନିବେଦନ ଶୁଣି, କୋଇଲି ରାଗରେ ପଞ୍ଚମ। ଅନେକ କଟୁ କଥା କହି, କାଉକୁ ଅପମାନିତ କରି ଚାଲିଗଲା। କିଛିଦିନ ପରେ ଅଣ୍ଡା ଦେବା ପାଇଁ ସବୁ ପକ୍ଷୀ ମାନେ ବସା ବାନ୍ଧିଲେ କିନ୍ତୁ କୋଇଲି ବସା ବାନ୍ଧିବା ବଦଳରେ ହସ ଖୁସି ଏବଂ ଗୀତ ଗାଇବାରେ ସମୟ ବିତାଇଲା। ଶେଷରେ ଏମିତି ସମୟ ଆସିଲା କୋଇଲି ବସାଟିଏ କରିବାକୁ ସୁଵିଧା ଜାଗାଟିଏ ପାଇଲା ନାହିଁ। କାରଣ ଅନ୍ୟ ପକ୍ଷୀମାନେ ସୁବିଧା ଜାଗା ସବୁକୁ ନିଜର କରି ନେଇଥିଲେ। କୋଇଲିଟି ଏବେ ଉପାୟ ଶୂନ୍ୟ।


    କାଉ ତ, ଆମ ମଣିଷ ମାନଙ୍କ ଭଳି ସ୍ୱାର୍ଥପର ନୁହେଁ, ପ୍ରେମରେ ଅସଫଳ ହେଲେ ମୁହଁରେ ଏସିଡ ଢାଳିଦେଵ। ନ ହେଲେ ଅପହରଣ କରି ଜୀବନରୁ ମାରି ଦେବ। ସେ କୋଇଲିକୁ ପ୍ରସ୍ତାବ ଦେଲା, ମୁଁ ତୁମକୁ ସେ ଦିନ ଭଲ ପାଉଥିଲି, ଆଉ ଆଜି ବି। ଆଉ ସାରା ଜୀବନ ଏମିତି ଭଲ ପାଉଥିବି। ତୁମେ ମୋ ବସାରେ ଅଣ୍ଡା ଦିଅ। ମୁଁ ତାର ଯତ୍ନ ନେବି। ପ୍ରେମ ପାଇଁ କାଉର କି ତ୍ୟାଗ! ବିଚାରି କୋଇଲର କାଉ ବସାରେ ଅଣ୍ଡା ଦେବା ବ୍ୟତୀତ ଆଉ କିଛି ଉପାୟ ନ ଥିଲା"।


  ଗପଟି ଶୁଣି ଅଞ୍ଜଳି କହିଲେ, ଭାଇନା ସତରେ ତମେ ପୁରା ବୋରିଙ୍ଗ।


   


Rate this content
Log in