TASNEEM SULTANA

Children Stories Inspirational

3  

TASNEEM SULTANA

Children Stories Inspirational

ଡାକବାଜି ଯନ୍ତ୍ର

ଡାକବାଜି ଯନ୍ତ୍ର

3 mins
144



କର୍ଣାଟକର ଏକ ଛୋଟ ସହରରେ ହସନ୍ ରହେ । ତା'ର ପରିବାର କହିଲେ ସେ ଓ ତା'ର ଏକମାତ୍ର ବିଧବା ମା ।ସେ ବହୁତ ଛୋଟ ଥିବା ବେଳେ ତା ବାପା ଏକ ଅଜଣା ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିଲେ । ହସନ ବାପଛେଉଣ୍ଡ ପିଲା ହେଲେ ମଧ୍ୟ ତା' ମା ପଡିଶା ଘରେ ବାସନ ମାଜି ହସନର ସମସ୍ତ ଆବଶ୍ୟକତାକୁ ପୁରଣ କରିଛି । ପିଲାର ପାଠ ପଢାରେ ପ୍ରବଳ ଆଗ୍ରହ ରହିଛି । ହସନ ପାଖ ଏକ ସ୍କୁଲରେ ନାମ ଲେଖାଇଛି ।କରୋନାରେ ଲକଡାଉନ ଯୋଗୁଁ ତା' ମା'ର ପଡୋଶି ଘର କାମଧନ୍ଦା ବନ୍ଦ ହୋଇଗଲା ।ପରିବାର ଚଳେଇବା ତା ପାଇଁ କାଠିକର ପାଠ ହୋଇଗଲା । ଏପଟେ ବିଦ୍ୟାଳୟର ମାସିକ ଫି ସ୍କୁଲ କର୍ତୁପକ୍ଷ ମାଗିଲେ । ସେ ଦେଇ ପାରିଲା ନାହିଁ ।ଯାହାଫଳରେ ଉକ୍ତ ବିଦ୍ୟାଳୟରୁ ହସନର ନାମ କାଟି ଦିଆଗଲା ।ଏମିତି ଅନ୍ୟମନସ୍କ ଭାବେ ହସନ ଗଳି ରାସ୍ତା ଦେଇ ମନଦୁଃଖରେ ବିଦ୍ୟାଳୟରୁ ଘରକୁ ଯାଉଥିବା ସମୟରେ ହଠାତ ଏକ ଦୁଇଚକିଆ ବାଇକ ଚାଳକଙ୍କ ହ୍ୟାଣ୍ଡବ୍ୟାଗଟି ରାସ୍ତା ଉପରେ ଛିଡିକି ପଡିଲା ।


ହସନ ବ୍ୟାଗଟିକୁ ପାଇ ଚାଳକଙ୍କୁ ଦେବା ପାଇଁ ଡାକ ଛାଡିଲା , ହେଲେ ଚାଳକ ଜଣକ ଦ୍ରୁତ ଗତିରେ ଗାଡି ଚଳାଉ ଥିବାରୁ ତା'ର ଡାକ ଶୁଣି ପାରିଲେ ନାହିଁ । ହସନ ଚାଳକଙ୍କ ଗାଡି ନମ୍ବର ମନେ ରଖି ଦେଇଥିଲା ।


ଏପଟେ ହସନ ବ୍ୟାଗଟି ପାଇ ଘରେ ମା କୁ ଦେଖାଇ ସବୁକଥା କହିଲା ।ମା ପୂଅ ବ୍ୟାଗ ଖୋଲି ଦେଖନ୍ତି ତ ସେଥିରେ ସୁନା ଗହଣା,ଟଙ୍କା ପଇସା ସହ ରକ୍ତଭରା ଦୁଇଟି ଥଳି ରହିଥିଲା । ଏସବୁ ଦେଖି ମା ପୁଅ ଆଶ୍ଚର୍ଯ୍ୟ ହୋଇଗଲେ ।ସେମାନେ ଏସବୁ ସେଇ ଲୋକଟିକୁ ଏତେବଡ ସହରରେ କିପରି ଫେରେଇବେ ଚିନ୍ତାରେ ପଡିଗଲେ । ହସନ ମା କହିଲା -ଚାଲ ପୁଅ ଆମ ମସଜିଦ୍ ର ଇମାମ୍ ଓ ମୁଅଜ୍ଜନ ସାହାବଙ୍କ ପାଖକୁ ଯିବା ।ସେଠି କିଛି ବାଟ ବାହାରି ପାରେ । ଇମାମ୍ ସାହାବ ମା ପୁଅଙ୍କ ଠାରୁ ସମସ୍ତ ଘଟଣା ଶୁଣିଲା ପରେ କହିଲେ-ଜମାରୁ ବ୍ୟସ୍ତ ହୁଅ ନାହିଁ ।ଯାହାର ହ୍ୟାଣ୍ଡ ବ୍ୟାଗ ଅଛି ସେ ନିଶ୍ଚୟ ପାଇବ।ଏବେ ମୁଅଜ୍ଜନ୍ ସାହାବ୍ ଡାକବାଜି ଯନ୍ତ୍ର ରେ ଅଜାନ ଦେବା ପାଇଁ ଆସି ପହଞ୍ଚ ିବେ । ସେ ଏ ହଜିଥିବା ହ୍ୟାଣ୍ଡବ୍ୟାଗ ବିଷୟରେ ଏଥିରେ ରେ ଘୋଷଣା କରିବେ।


ସେପଟେ ଗାଡି ଚାଳକ ଡାକ୍ତରଖାନାରେ ପହଞ୍ଚ ି ଦେଖନ୍ତିତ ତାଙ୍କ ହ୍ୟାଣ୍ଡବ୍ୟାଗଟି ବାଟରେ କେଉଁଠି ଖସି ପଡିଛି । ସେଥିରେ ସେ ତାଙ୍କ ଝିଅ ପାଇଁ ଆଣି ଥିବା ରକ୍ତ ଥଳିଟି ରହି ଯାଇ ଥିବାରୁ ସେ ଡାକ୍ତରଖାନାର ରକ୍ତଭଣ୍ଡାରରୁ ରକ୍ତ ବଦଳେଇ ପାରିବେ ନାହିଁ ବୋଲି ବ୍ୟସ୍ତ ହୋଇ ପଡିଲେ । ଏଇ ସମୟରେ ମୁଅଜ୍ଜନ୍ ଡାକବାଜି ଯନ୍ତ୍ରରେ ଆଜାନ୍ ଦେବା ପରେ ହଜିଥିବା ରକ୍ତଥଳି ,ସୁନା ଗହଣା ଓ ଟଙ୍କା ପଇସା ବିଷୟରେ ଘୋଷଣା କଲେ । ଏଥିସହ ସେ ଉକ୍ତ ଗାଡି ଚାଳକଙ୍କ ଗାଡି ନମ୍ବର ମଧ୍ୟ ଘୋଷଣା କଲେ । ରାଜ୍ୟ ପୁଲିସ ଗାଡି ନମ୍ବରକୁ ଟ୍ରାକିଙ୍ଗ କରି ଠିକ ସମୟରେ ହସନ ଓ ତା,ର ମା ସହ ଚାଳକଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କୁ ରକ୍ତଥଳି ସହ ସମସ୍ତ ହଜିଥିବା ଜିନିଷ ଫେରାଇଦେଲା ।ଏଇଭଳି ଭାବରେ ଚାଳକ ଜଣକ ରକ୍ତଭଣ୍ଡାରରୁ ରକ୍ତ ବଦଳ କରି ନିଜ ଝିଅର ଜୀବନ ବଞ୍ଚାଇ ପାରିଲେ । ପୁଲିସ ଠାରୁ ଏ ବାବଦରେ ସମସ୍ତ ଘଟଣାକ୍ରମ ଶୁଣି ସେ ହସନ ଓ ତା'ର ମା କୁ କୃତଜ୍ଞତା ପ୍ରକାଶ କରିବା ସହ ଡାକବାଜି ଯନ୍ତ୍ରରେ ତତ୍କାଳ ଘୋଷଣା ଯୋଗୁଁ ତାଙ୍କ ଝିଅର ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିଥିବାରୁ ସେ ମସଯିଦର ଇମାମ୍ ଓ ମୁଅଜ୍ଜନ ସାହାବଙ୍କୁ ଧନ୍ୟବାଦ ଅର୍ପଣ କଲେ ।


ସେପଟେ ହସନର ସଚ୍ଚୋଟ ପଣିଆର ଖବର ଦ୍ରୁତଗତରେ ଚାରିଆଡେ ବ୍ୟାପିଗଲା ।ହସନ ପାଠ ପଢା ବନ୍ଦ ହୋଇ ଯାଇଥିବା ଶୁଣି ସେଇ ଗାଡି ଚାଳକ ହସନର ପଢାଖର୍ଚ ଦାୟିତ୍ବ ନେବା ଘୋଷଣା କଲେ । ଅନେକ ବଦାନ୍ୟ ବ୍ୟକ୍ତିମାନଙ୍କ ଆର୍ଥିକ ସହାୟତାରେ ହସନ ଓ ତା ମା ର ଦୁଃଖ ଦୂର ହୋଇଗଲା ।ହସନର ମା ଉକ୍ତ ସହାୟତାରେ ଛୋଟ ବ୍ୟବସାୟ ଆରମ୍ଭ କରି ସ୍ବାଭିମାନର ସହ ଜୀବନ ବିତାଇଲେ । ସତରେ ସଚ୍ଚୋଟତା ହେଉଛି ସର୍ବୋତ୍ତମ ନୀତି, ଏକଥା ଆମେ ସମସ୍ତେ ବୁଝିଗଲୁ ।



Rate this content
Log in