ଡାଏରୀ
ଡାଏରୀ
ସ୍କୁଲ ରେ ପଢୁଥିବା ଛୋଟ ଝିଅ ଟିଏ ପରି। କେବେ କାହାର ନଜର ରେ ଆସିପାରେନି।ପାଠ ପଢ଼ାରେ ବିଲକୁଲ ବି ମନ ଲାଗେନି ତାର। ସେଥିପାଇଁ ସ୍କୁଲ ରୁ ସବୁବେଳେ ଅଭିଯୋଗ ଆସେ ଘରକୁ। ସେଥିପାଇଁ ବାପା ତା ଉପରେ ସବୁବେଳେ ରାଗନ୍ତି। ବାପାଙ୍କର ଇଛା ସେ ଭଲ ପାଠ ପଢି ତାଙ୍କର ନାଆ ରଖୁ।ହେଲେ ପରି ଏସବୁ କିଛି ବୁଝିପାରେ ନାହିଁ। ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରେ।ଏକା ବସି କଣ ଗୁଡ଼ିଏ ଭାବେ ଆଉ ତାକୁ ଡ଼ାଏରିରେ ଲେଖିଦିଏ।ସବୁଦିନ ସ୍କୁଲ କୁ ଯାଏ, ହେଲେ ସେଠି ପାଠ ପଢା ଠାରୁ ବେଶୀ କିଛି ନା କିଛି ନିଜ ଡାଏରୀ ରେ ଲେଖିଥାଏ।ବେଶୀ ସାଙ୍ଗସାଥୀ ତାର ନଥାନ୍ତି। ସବୁବେଳେ ନିଜକୁ ଏକୁଟିଆ ପାଏ। ସେଥିପାଇଁ ନିଜ ଭାବନାକୁ ଡାଏରୀରେ ଜାଗା ଦବା ତାର ଗୋଟେ କାମ।ଲେଖିବା ତାକୁ ବହୁତ ପସନ୍ଦ।ଯେତେବେଳେ ଯାହା ମନକୁ ଆସେ ତାକୁ ଲେଖିଦିଏ।
କହନ୍ତି ଯେତେବେଳେ କାହାର ନିଜ ପାଖାପାଖି କେହି ନଥାନ୍ତି,ସେ ତା ସାଙ୍ଗସାଥୀ ସବୁ ନିଜ ଭିତରେ ପାଇଯାଏ।ଯେମିତି ତା ନିଜ ଭିତରେ ସେ ଗୋଟେ ସାଙ୍ଗ ପାଇଛି।ଆଉ କିଏ ତାକୁ ବୁଝୁ କି ନା ବୁଝୁ ସେ ତାକୁ ବୁଝିବ।ଆଉ କିଏ ତାର ସାଥୀ ରେ ରହୁ କି ନ ରହୁ ସେ ନିଜେ ନିଜର ସାଥୀ ହେଇ ରହିବ।ବେଶୀ ସାଙ୍ଗସାଥୀ ନ ଥିବାରୁ ବେଶୀ ସମୟ ନିଜ ସହ କଥା ହୁଏ।କିଏ ଯଦି ଦେଖିବ କହିବ କେଡେ ପଗେଳୀ ଝିଅ ଟେ ନିଜେ ନିଜେ କଣ କଥା ହଉଚି କେଜାଣି।ସବୁବେଳେ କିଛି ନୂଆ ନୂଆ ଲେଖିବାକୁ ଭଲ ଲାଗେ ତାକୁ।ଯାହା ମନକୁ ଆସେ ତା ଡାଏରୀରେ ଲେଖିଦିଏ।
ଏସବୁ ରେ ବିରକ୍ତ ହୋଇ ବାପା ତା ଉପରେ ସବୁବେଳେ ରାଗୁଥିଲେ।ଏମିତି ଗୋଟେ ଦିନ ବାପା ତାର ବ୍ୟାଗ୍ ଖୋଲି କି ଦେଖିଲେ।ଏମିତି ଦେଖୁ ଦେଖୁ ତାଙ୍କର ନଜର ପଡ଼ିଲା ବ୍ୟାଗ୍ ଭିତରୁ ଗୋଟିଏ ଡାଏରୀ ଉପରେ।ଖୋଲିକି ଦେଖିଲେ ସେଥିରେ କିଛି କବିତା, କାହାଣୀ,ଗଳ୍ପ , ଗୀତିକବିତା ଲେଖା ହୋଇଛି।
ପରୀ କୁ ସାମ୍ନା ରେ ଠିଆ କରି ଜୋରରେ ଚିଲେଇବାକୁ ଲାଗିଲେ।
ଏଇଥିପାଇଁ ତତେ ସ୍କୁଲ ପଠିଆ ହଉଚି,ପାଠ ପଢ଼ାରେ ତୋର ବିଲକୁଲ୍ ଧ୍ୟାନ ନାହିଁ,ଏସବୁ କଣ ଲେଖା ହେଇଛି,ତୋର ଯଦି ପାଠ ପଢ଼ିବାକୁ ଇଛା ନାହିଁ କହ।ତୋର ପାଠ ପଢା ବନ୍ଦ କରିଦିଆଯିବ।ବହୁତ୍ ହେଇଗଲା ତୋର ମନ ଇଛା କାମ।
ବାସ୍,ପରୀ ସେଠି ସ୍ତବ୍ଧହେଇ ତଳକୁ ମୁହଁ କରି ଠିଆହେଇରହିଥିଲା। ଚେହେରାରେ ଭୟ ଆଉ ଆଖି ରେ ଲୁହ।ବାପାଙ୍କ ପ୍ରଶ୍ନ ର ଉତ୍ତର ନଥିଲା ତା ପାଖେରେ।ବାପାଙ୍କ ପ୍ରଶ୍ନ, ଘରର ପରିସ୍ଥିତି,ଆଉ ତାର ବୟସ ନଥିଲା ସେ ପ୍ରଶ୍ନର ମାନେ ବୁଝିବାକୁ।ଚୁପଚାପ୍ ଠିଆହୋଇ ସବୁ ଦେଖୁଥିଲା।
ସେଦିନ ରାତିରେ ନଖାଇ ଭୋକ ରେ ଶୋଇଲା।ରାତିସାରା ଆଖି ରୁ ଲୁହ ଝରୁଥାଏ। ତା ଆଖି ସାମ୍ନାରେ ତାର ଭାବନାର ଲେଖାକୁ ଚିରିଦିଆଗଲା ଆଉ ତାକୁ ଜାଳିଦିଆଗଲା।ସେଇ ତ ତାର ଗୋଟିଏ ସାଙ୍ଗ ଥିଲା,ଯାହା ସହ ସେ ଏତେ ଭଲ ଭାବରେ ମିଶିଥିଲା।ଜୀବନରେ ଗୋଟେ ଖାଲି ପଣ ଆସିଗଲା।ଏକାଏକା ବଞ୍ଚିବାକୁ ପଡୁଥିଲା।ଭାଙ୍ଗିପଡିଥିଲା ସେ।
ଏମିତି କିଛି ଦିନ ପରେ, ସ୍ଥିର କଲା ସେ ମନଦେଇ ପାଠପଢିବ।ସ୍କୁଲ ରେ ଫାଷ୍ଟ ହବ।ଘରେ ବି ସମସ୍ତେ ତାକୁ ଭଲ ପାଇବେ। ବାପା ବି ଖୁସି ହେବେ। ତା ପରେ ମନ ଦେଇ ପଢିଲା ସେ। ତା ଭିତରେ ବି ସେ ଲେଖିଥିଲା ହେଲେ ସମସ୍ତଙ୍କୁ ଲୁଚେଇକି।
ସ୍କୁଲ , କଲେଜ ପାଠପଢା ସରିଗଲା।ଭଲ ପାଠ ପଢ଼ିକି ଭଲ ମାର୍କ ବି ରଖିଲା ସବୁଥିରେ।ଘରେ ବି ସମସ୍ତେ ତ ଉପରେ ଗର୍ବିତ।
ଏ ଭିତରେ ପରୀ ବହୁତ୍ ବଡ ହେଇଯାଇଥିଲା।ସବୁ ଭିତରେ ଯେତେବେଳେ ନିଜକୁ ଏକୁଟିଆ ପାଏ, ପରୀ ସେ ପିଲା ବେଳର ପରୀ ହେଇଯାଏ।ପୁଣି କିଛି ଭାବିବାକୁ ଲାଗେ ,ଆଉ ତାର ଭାବନାକୁ ନିଜ ଡାଏରୀରେ ଲେଖିଦିଏ।କେହି କେବେ ଜାଣନ୍ତିନି,ତାର ଏ ଲେଖିବା ଅଭ୍ୟାସକୁ।
ଗୋଟେ ଦିନ ଘରକୁ ଆସୁଥିବା ଖବରକାଗଜ କୁ ପଢ଼ିବାବେଳେ,ଦେଖିଲ କେତେ ଗୀତ,କବିତା,କାହାଣୀ ଲେଖା ହୋଇଛି।ଭାବିଲା ତ ପାଖରେ ତ ଏମିତି କେତେ ଗୁଡିଏ ଲେଖା ଅଛି,ସେ ଯଦି ଚାହିଁବ ତା ଲେଖା ବି ଖବରକାଗଜ ରେ ଆସିବା।ବହୁତ୍ ଭାବିସାରିବା ପରେ ,କାହାକୁ କିଛି ନ ଜଣେଇ ଗୋଟିଏ କବିତା ପ୍ରତିଯୋଗିତା ରେ ଭାଗ ନେଲା।ଏମିତି କେତେ ଗୁଡିଏ କବିତା ଦେଲା ପରେ ,ଗୋଟେଦିନ ର ଖବରକାଗଜ ରେ ଦେଖିଲା ତାର କବିତା ପ୍ରତିଯୋଗିତା ରେ ତାର ଲେଖା ପ୍ରକାଶ ପାଇଛି।ଆଉ ସେ ସେଥିରେ ପ୍ରଥମ ହୋଇଛି।ଭଲ କବିତା ଲେଖିକା ର ସମ୍ବର୍ଦ୍ଧନା ତାକୁ ଦିଆଯାଇଛି।ତାର ଖୁସି ର ସୀମା ନଥିଲା।ଖୁସି ରେ ଆଖି ରୁ ଲୁହ ଝରିପଡୁଥିଲା।ବହୁତ୍ ଡରି ଡରି ଏକଥା ଘରେ ଜଣେଇଲା।ଘରେ ସମସ୍ତେ ଖୁସି ରେ ଅଧିର ହୋଇ ପଡ଼ିଥିଲେ।ଯୋଉ ଲେଖା କୁ ଚିରି ଜାଲିଦିଆଯାଇଥିଲା,ଆଜି ସେଇ ଲେଖା ତାକୁ ଜୀବନ ରେ ଏତେ ଉପରକୁ ଆଣିଛି,ଏତେ ସମ୍ମାନ ଦେଇଛି। ଏଇତ ତାର ସ୍ବପ୍ନ ଥିଲା ପିଲାବେଳୁ,ଆଜି ସତ ହେଇଛି।ବାପାଙ୍କ ଆଖିରୁ ଖୁସି ର ଲୁହ ଝରି ପଡୁଥାଏ । ପରୀ କୁ ସବୁ ମିଲିଯାଇଥିଲଲା ।
ପରୀ ଏବେ ବହୁତ୍ ବଡ଼ ଲେଖିକା ହୋଇସାରିଛି।ନିଜ ଜୀବନରେ ବହୁତ୍ ଆଗକୁ ବଢ଼ିସାରିଚି।ଯୋଉ ବାପା କାଲି ତାର ଲେଖାକୁ ନେଇ ରାଗୁଥିଲେ,ଆଜି ସେ ତାର ସେ ଲେଖା କୁ ନେଇ ଗର୍ବ ଅନୁଭବ କରୁଛନ୍ତି।ବାପା ନିଜେ ଡାଏରୀ ଆଣି ଦେଇ କହୁଛନ୍ତି ,ମାଆ ରେ ଜୀବନରେ କେବେ ତୋର ଏ ଲେଖା ସାଥୀ କୁ ଛାଡିବୁନି। ମୁଁ ତୋ ସେଥିରେ ଅଛି।
ବାପାଙ୍କର ଏଇ ପଦେ କଥା ବହୁତ୍ ସାହାସ ଆଉ ଆତ୍ମବଳ ଯୋଗେଇଦଉଛି ତାକୁ ଆଗକୁ ବଢ଼ିବାକୁ।ସତରେ ବାପା ତମେ ମହାନ୍ ମୋ ପାଇଁ ।
