STORYMIRROR

ରିଙ୍କି ପ୍ରଧାନ

Others

3  

ରିଙ୍କି ପ୍ରଧାନ

Others

ଭାବରେ ଭଗବାନ

ଭାବରେ ଭଗବାନ

2 mins
167

ଜଗତର ନାଥ ଜଗନ୍ନାଥ ଙ୍କୁ କିଏ ବା ବିଶ୍ୱାସ କରେନି।ଭାରି ଅଡ଼ୁଆ ଠାକୁର ସିଏ ତାକୁ ସହଜରେ ଚିହ୍ନିବା ଭାରି କଷ୍ଟ।ଯାହା ଭକ୍ତି ବଳରେ ବୁଝିହେବ ସିନା । ସେ ଏ ସାରା ଦୁନିଆ ର ମାଲିକ ସବୁଠୁ ବଡ଼ ଠାକୁର ବୋଲି ମୁଁ ବି ବୁଝିପାରି ନଥିଲି।ପିଲା ବେଳେ ବାପାଙ୍କ ସହ ଯାଇଥିଲି ସେଦିନ ଥିଲା ତୁମ ସହ ମୋର ପ୍ରଥମ ଦେଖା ।ପ୍ରଥମେ ଯେତେବେଳେ ମନ୍ଦିରରେ ପାଦ ଦେଲି ତୁମ ଘର ମତେ ବହୁତ୍ ସୁନ୍ଦର ଲାଗିଲା ଗଣି ଗଣି ବାଇଶି ପାହାଚ ରେ ଗଡୁଥିଲି ଉଠୁଥିଲି ପଡ଼ୁଥିଲି ବହୁତ୍ ମଜା ଲାଗୁଥିଲା। ବାପା ମୋ ହାତ ଧରି ସବୁକିଛି ଦେଖାଇଥାନ୍ତି ।ଏତେ ଗହଳି ଥିଲା ଯେ ମନ୍ଦିର ଦେଖି ଭାବିଲି ଏମାନେ ସବୁ ତୁମ ପରିବାର ଲୋକ ହଁ ଏତେ ବଡ ଘର ମାନେ ଏତେ ଲୋକ ତ ରହିଥିବେ।


ମନ୍ଦିର ଭିତରଟା ଜୟ ଜଗନ୍ନାଥ ଶବ୍ଦରେ କମ୍ପି ଉଠୁଥିଲା।କିଏ ତୁମକୁ ଚାହିଁ ରହିଥାଏ ଯେମିତି ତା ଆଖି ଫେରୁ ନଥାଏ ତୁମ ପାଖରୁ ଆଉ କିଏ ଭାବରେ ତା ଆଖି କୁ ଓଦା କରୁଥାଏ ସମସ୍ତେ ଯେମିତି ତୁମ ପାଖରେ ନିଜକୁ ହଜେଇ ଦେଇଛନ୍ତି। ହେଲେ ମୁଁ ତୁମକୁ ଦେଖିପାରୁ ନଥାଏ । ସେତିକି ବେଳେ ବାପା ମତେ ତାଙ୍କ କାନ୍ଧ ଉପରେ ବସେଇ ଦେଇ କହିଲେ ହେଇ ଦେଖେ କାଲିଆକୁ

ଜଗତର ନାଥ ଜଗନ୍ନାଥ ଙ୍କୁ। ତୁମ ବଡ଼ଭାଇ ଆଉ ଭଉଣୀ ଙ୍କୁ ଦେଖିଲି ତା ପରେ ଆଖି ପଡ଼ିଲା ତୁମ ଆଖିରେ ପ୍ରଥମ କରି ତୁମକୁ ଦେଖିଲି ମନେ ମନେ ଭାରି ହସିଲି ହାଣ୍ଡିକଳା ପରି ମୁହଁ ଏତେ ବଡ଼ ବଡ଼ ଆଖି ନାଲିଆ ପାଟି ହାତ ନାହିଁ ଗୋଡ଼ ନାହିଁ ଏ କୋଉ କାଳିଆ ଠାକୁର ଏମିତି ବି ଠାକୁର ଅଛନ୍ତି। 


ଦର୍ଶନ ସାରି ଅବଢ଼ା ଖାଇ ଘରକୁ ଫେରିଥିଲୁ । ଏମିତି ଅନେକ ଥର ଯାଇଛି ତୁମକୁ ଦେଖିଚି ତୁମ ଭକ୍ତ ଙ୍କୁ ଦେଖିଛି ତୁମ ପାଇଁ ହସିବାର ଦେଖିଚି ତୁମ ପାଇଁ କାନ୍ଦିବାର ଦେଖିଛି।ଆମ ଘର ଛାତ ଉପରେ ତୁମ ନୀଳଚକ୍ର ଦେଖିଚି ରଥଯାତ୍ରା ରେ ରଥ ଭିତରେ ତୁମକୁ ଦେଖିଛି। ସତରେ ମୁଁ କେଡେ ପାପି ତୁମକୁ ଏତେ ପାଖରୁ ଏତେ ଥର ଦେଖିକି ବି ଚିହ୍ନି ପାରିଲିନି।ହେଲେ ଏବେ ତୁମକୁ ଚିହ୍ନି ଗଲା ପରେ ତୁମ ଠାରୁ ଦୂରକୁ ଚାଲି ଆସିଲି।


ତୁମ ବାଇଶି ପାହାଚ ତୁମ ପାଖକୁ ଯିବା ରାସ୍ତା ମତେ ବହୁତ୍ ଥର କହିଛି ମୁଁ ସୁଣିନି ଯେମିତି।ଏବେ ବେଶୀ ଯାଇପାରୁନି ହେଲେ ଯେତେବେଳେ ଯାଉଛି ମୋ ଆଖି ଲୁହ ରେ ଓଦା ହୋଇ ଯାଉଛି।

ଲାଗୁଛି ଯେମିତି ତୁମେ ମୋ ମନ କଥା ସବୁ ବୁଝିପାରୁଛ ମୋ ଆଖି ର ଦରଦ ତୁମେ ସବୁ ବୁଝିଯାଉଛ। ଓଠ ଖୋଲି କହିବା କିଛି ଦରକାର୍ ନାହିଁ ।ସେଦିନ ତୁମ ଭକ୍ତ ତୁମକୁ ଅନେଇ କାଇଁ କାନ୍ଦୁଥିଲେ ମୁଁ ଏବେ ବୁଝିଯାଇଛି।ତୁମ କଳା ମୁହଁ ସିନା ସେଦିନ ଭଲ ଲାଗିଲାନି ହେଲେ ମୁଁ ନିଜ ଅଜାଣତରେ ତୁମକୁ ହିଁ ଏତେ ଭଲ ପାଉଥିଲି ମୁଁ ଜାଣିନଥିଲି ।ପିଲାବେଳୁ ମୋର କଳାରଙ୍ଗ ଭାରି ପସନ୍ଦ ସେଥିପାଇଁ ତୁମେ ମୋର ଅତି ପ୍ରିୟ ର ଠାକୁର ମୋ କାଳିଆ ସାଆନ୍ତ।ତୁମ ଆଖି ମୋ ଜୀବନର ସବୁ ସୁଖ ଦୁଃଖ ର ସାକ୍ଷୀ।ତୁମ ହସ ମତେ ସବୁ ପରିସ୍ଥିତି ରେ ହସିବା ଶିଖେଇଚି।

ତୁମକୁ ଚିହ୍ନିବାରେ ବହୁତ୍ ଡେରି ହେଇଗଲା ପ୍ରଭୁ ଡେରିରେ ହଉ ପଛେ ତୁମେ ମୋ ଆଖି ଖୋଲିଦେଇଛ।ମୋ ଭଳି ଏମିତି କେତେ ଭକ୍ତ ଥିବେ ତୁମ ପାଖେ ହେଲେ ପ୍ରଭୁ ତୁମ ପ୍ରତି ଭକ୍ତି ମୋର କେବେ କମ ହବନି।



Rate this content
Log in