ରିଙ୍କି ପ୍ରଧାନ

Others

4.5  

ରିଙ୍କି ପ୍ରଧାନ

Others

ଅଜାତି ପ୍ରେମ

ଅଜାତି ପ୍ରେମ

3 mins
240


ରାଲି ଆଜି ସମାଜର କୁ ପ୍ରଥା ଭେଦଭାବ ଭିତରେ ଫସିଯାଇଚି।କେମିତି ମୁକୁଲାଇ ଆଣିବ ନିଜକୁ ନିଜ ପ୍ରେମକୁ।କଣ ଉତ୍ତର ଦବ ତାକୁ ନିଜ ଜୀବନ ଠୁ ବେଶୀ ଭଲ ପାଉଥିବା ସମୀର କୁ। ଏ ଯୁଦ୍ଧ କେବଳ ତାର ନା ତା ପରି କେତେ ରାଲୀ ଏମିତି ଯୁଦ୍ଧ କରିଛନ୍ତି।

ସେମାନେ ଜିତିଛନ୍ତି ନା ହାରିଯାଇ ନିଜ ପ୍ରେମ ର ତଣ୍ଟି ଚିପି ହତ୍ୟା କରିଛନ୍ତି।


ପିଲା ବେଳୁ ପଢ଼ିଚି ଶୁଣିଛି ଭଲପାଇବା ରେ ଧନୀ ଲୋକ ଗରିବ ଲୋକ ଜାତି ଅଜାତି କିଛି ଦେଖା ଯାଏନି।କେବଳ ଭଲପାଇହୁଏ।

ସେସବୁ କଣ ମିଛ ଆଉ ଯଦି ମିଛ ତାକୁ କିଏ ଲେଖିଛି ପୁଣି କଣ ପାଇଁ ଲେଖିଛି।ଆଉ ଯଦି ସେ ସତ ତାକୁ କିଏ ମାନିଚି ଆଉ କାହାର ଅଜାତି ଆଉ ଗରିବ ପ୍ରେମ ସତ ହେଇଛି। ନା ଏସବୁ କେବଳ ଶୁଣିବାକୁ ଭଲଲାଗେ ଅସଲ ଜୀବନରେ ତାର ଅର୍ଥ ଆଉ ଅଲଗା କିଛି ହେଇଥିବା ବୋଧେ।


ସେ ସମୀର କୁ କେବଳ ଭଳପାଇଛି କିଛି ପାପ ତ କରିଦେଇନି।ସମୀର ବହୁତ୍ ଭଲପିଲା ଭଲ ଚାକିରୀ ଟିଏ କରିଛି ବି ଏବଂ ରାଲିକୁ ନିଜ ଜୀବନ ଦେଇ ଭଲପାଉଛି ତା ଘରେ ତା ପୁରା ପରିବାରକୁ ମନେଇ ନେଇଛି ରାଲୀ କୁ ବାହାହେବା ପାଇଁ।ପରିବାର ଲୋକ ମଧ୍ୟ ରାଲି କୁ ବୋହୂ ରୂପେ ଗ୍ରହଣ କରିବେ କଥା ଦେଇସାରିଛନ୍ତି।


ହେଲେ ଏପଟେ ରାଲି ର ବାପା ଆଉ ତା ପରିବାର ରାଜି ନୁହନ୍ତି ଏ ବାହାଘରରେ।ସବୁ ଠିକ୍ ଅଛି ଯେ ହେଲେ ସମୀର ଟା ଛୋଟ ଜାତିର ପିଲା।ରାଲି ଠାରୁ ଏ କଥା ଶୁଣିବା ପରେ ଏମିତି ରାଗି ଯାଇଛନ୍ତି ଯେ ଯେମିତି ରାଲୀ ଗୋଟେ ମହାପାପ କରିଦେଇଛି।


ରାଲୀ ବାପାଙ୍କୁ ବୁଝେଇବାକୁ ଚେଷ୍ଟା କରି ଥକିଗଲାଣି।


ରାଲୀ - ବାପା ସ୍କୁଲରେ ପଢିଲାବେଳେ କଣ ଜାତି ଦେଖାଯାଏ। ରୋଗରେ ପଡ଼ିଲେ ମେଡିକାଲ ରେ କଣ ଜାତି ଦେଖାଯାଏ।ଭଗବାନଙ୍କୁ ଡାକିବା ପାଇଁ ମନ୍ଦିରରେ କଣ ଜାତି ଦେଖାଯାଏ। ସାଙ୍ଗସାଥୀ ମାନଙ୍କ ଭିତରେ କଣ ଜାତି ଦେଖାଯାଏ ଯଦି ନା ତେବେ ନିଜ ପସନ୍ଦ କରିଥିବା ସାଥି କୁ ବିବାହ କରିବାକୁ ହେଲେ ଜାତି ପଚରା ଯାଏ କାହିଁକି?  


ବାପା- ଆମେ ଜାତିରେ ବ୍ରାହ୍ମଣ ସେମାନେ ଶୁଦ୍ର।ଆମଠାରୁ ବହୁତ୍ ଛୋଟ ବହୁତ୍ ତଳେ।ସେମାନେ ତଳ ଶ୍ରେଣୀର ଲୋକ।ସେମାନେ ଆମ ସହ କେବେବି ସମାନ ନୁହେଁ।ତୁ ଯଦି କାହା କଥା ନ ମାନିକି ସେଇଠି ବାହା ହବୁ ଗାଆଁ ରେ ମୋ ମୁହଁ ସବୁଦିନ ପାଇଁ ତଳକୁ ହେଇଯିବ।ଲୋକ ମତେ ଛୋଟ ନଜର ରେ ଦେଖିବେ। ମୁଁ କାହା ଆଗରେ ମୁହଁ ଦେଖେଇ ପାରିବିନି।


ରାଲୀ - ବାପା ଏ ଜାତି ତ ଭଗବାନ ତିଆରି ନଥିଲେ। ତାଙ୍କ ପାଖରେ ଯଦି ଜାତି ଅଜାତି ବୋଲି କିଛିନାହିଁ ଆମେ ମଣିଷ ଏତେ ଛୋଟ ଚିନ୍ତାଧାରା ମନରେ ରଖି ଭଗବାନ ଙ୍କୁ ଅପମାନ ଦେଉନେ ତ।ଜାତି ଧର୍ମ କେବଳ ଲୋକଙ୍କୁ ବାଣ୍ଟି ଅଲଗା କରିବାକୁ ଚେଷ୍ଟା କରେ ଯୋଉଠି ପ୍ରେମ ଆଉ ବନ୍ଧୁତା ଲୋକଙ୍କୁ ଏକାଠି ବାନ୍ଧିକି ରଖେ। ଏ ସମାଜ ଯେତେ ଆଗକୁ ବଢ଼ିଯାଉ କି ବଦଳିଯାଉ ଯେତେବେଳେ ବାହାଘର କଥା ଉଠେ ସେତେବେଳକୁ ଜାତି କଥା ବି ଉଠାଯାଏ।ଏଇ ଜାତି ପ୍ରଥା ନାମରେ କେତେ ସରଳ ଜୀବନ ଚାଲିଯାଉଛି କେତେ ସରଳ ପିଲା ତାଙ୍କ ପ୍ରେମକୁ ଭୂଳିଯାଉଛନ୍ତି।ଆଉ ରାଜି ହୋଇଯାଉଛନ୍ତି ଅଜଣା ଲୋକ ସହ ଜୀବନ କାଟିବାକୁ।ଏସବୁ କଣ କେବେ ବି ବଦଳିବନି କାହାର କଣ ସାହାସ ଶକ୍ତି ନାହିଁ ଏହି କୁ ପ୍ରଥା କୁ ରୋକିବାକୁ।



ବାପା - ତମେମାନେ ଆଜି କାଲିକା ବିଜ୍ଞାନ ଯୁଗର ପିଲା। ତମେ ଏସବୁ ର ପରିଣତି ଜାଣିନ।ଗୋଟେ ସମ ଜାତିରେ ବିବାହ କରି ଉଚ୍ଚ ସମ୍ମାନ ପାଇବା ଆଉ ଗୋଟେ ଛୋଟ ଜାତିରେ ବିବାହ କରି ନୀଚ ହୋଇଯିବା । ଘର ପରିବାର ନାଆଁ କୁ ତଳେ ପକେଇବା ହଉଚି ଆଜିକାଲିକା ପିଲା ତମ ମାନଂକର ଗୋଟେ ସଉକ ହେଇଗଲାଣି।ପ୍ରେମ ନାଁରେ ଏସବୁ ତମ ମାନଂକର ଗୋଟେ ଗୋଟେ ପ୍ରହସନ।ଆମ ଘର ଭିତରକୁ ଆସିବାକୁ ଯାହାକୁ ବାରଣ ଆମ ଘର ବାରଣ୍ଡାରେ ବି ସେମାନେ ଠିଆ ହେଇ କଥା ହେଇପାରିବେନି ତୁ କହୁଚୁ ସେଇ ଜାତି ରେ ତତେ ମୁଁ ଖୁସି ରେ ନେଇ ବାହା କରିଦେବି।ଏହା ଅସମ୍ଭବ କେବେ ହେଇପାରିବନି।

ତୁ ଭୂଳିଯା ତାକୁ ରାଜି ହେଇଯା ମୋ କଥାରେ।ମୁ ଏ ବାହାଘର କେବେ ହେବାକୁ ଦେବିନି।



ରାଲି - ବାପା, ଆମେ ଯଦି ଆମ ଇଚ୍ଛାରେ ବଞ୍ଚି ପାରିବୁନି ଆମ ପସନ୍ଦ ରେ ଜୀବନ ସାଥି ବାଛି ପାରିବୁନି ଆମ ସ୍ବପ୍ନ ସତ କରିପାରିବୁନି ତାହେଲେ ଆମକୁ ଜନ୍ମ ଦେବାର କାରଣ କଣ ଖାଲି ଅନ୍ୟ ଇଛାର ବୋଝ କୁ ନିଜ ମୁଣ୍ଡରେ ବୁହାଇବା ।ଏମିତି ବଞ୍ଚିବା ଠାରୁ ମରିଯିବା ଶ୍ରେୟସ୍କର। ଏ ଉଚ୍ଚ ସଂସ୍କାର ନା ରେ ଆମକୁ ଏମିତି ସଉଦା କରନି ବାପା।ଯଦି ପିଲାମାନେ ବାପା ମା ଙ୍କୁ ବୁଝୁଛନ୍ତି ତାହେଲେ ବାପା ମା ପିଲା ଙ୍କୁ କାହିଁକି ବୁଝିପାରୁନାହାନ୍ତି।ଆମେ ଯଦି ତାଙ୍କ କଥା ରଖି ତାଙ୍କ ଇଚ୍ଛାରେ ବିବାହ କରିବୁ ତାହେଲେ ସେମାନେ ଆମ ଇଚ୍ଛା କୁ କାହିଁକି ମାନୁ ନାହାନ୍ତି।ଖାଲି ନିଜକୁ ନୁହେଁ ନିଜର ଚିନ୍ତାଧାରା ବି ବଦଳେଇ ଦେଖନ୍ତୁ ସମୟ ଆଉ ସମାଜ ଦୁହେଁ ବଦଳିଯିବେ ଆଉ ଏ ସମାଜର ଚାରି ଲୋକ ବି ଯାହା ପାଇଁ ଏତେ ସମ୍ମାନ କୁ ଡରୁଛନ୍ତି।ସଭିଏ ବଦଳିବା ଦରକାର ଏ ଜାତି ଧର୍ମ କୁ ସବୁଦିନ ପାଇଁ ପଛରେ ପକେଇ ଏକ ମନ ନେଇ ଏକାଗ୍ରତା ସହ ଆଗକୁ ବଢ଼ିବା ରେ ହିଁ ଶାନ୍ତି ଅଛି।


ଗୋଟିଏ ଚେଷ୍ଟା ତୁମେ ବି କରିକି ଦେଖନା ବାପା ।।


ରାଲୀ ର ଏତେ ସବୁ କଥା ଶୁଣି ବାପା ଗମ୍ଭୀରତା ର ସହ ଚିନ୍ତା କରୁଛନ୍ତି।।


ରାଲୀ ବାପାଙ୍କର ଉତ୍ତର ର ପ୍ରତୀକ୍ଷାରେ .........



Rate this content
Log in