STORYMIRROR

ରିଙ୍କି ପ୍ରଧାନ

Others

3  

ରିଙ୍କି ପ୍ରଧାନ

Others

ମା ହେବାର ଖୁସି

ମା ହେବାର ଖୁସି

2 mins
162

କୁହନ୍ତି ସନ୍ତାନ ହେଉଛି ମା ଜୀବନର ସବୁକିଛି। ଯୋଉଦିନ ସେ ମା ହେଇଯାଏ ତା ଜୀବନର ସେ ସବୁକିଛି ପାଇଯାଏ।ତା ନାରୀ ଜନ୍ମ ସାର୍ଥକ ଓ ପରିପୂର୍ଣ୍ଣ ହୋଇଥାଏ।ସବୁ ଚରିତ୍ର

ପରେ ମା ଚରିତ୍ର ରେ ସେ ପୁରା ହୁଏ। ନାରୀଟି ସବୁବେଳେନିଜପାଇଁ ଖୁସି ଟିକିଏ ଖୋଜୁଥାଏ ତା ପରିବାର ଭିତରେ ହେଲେ ନିରାଶା ମନରେ ଆଶା ର କିରଣ ସାଜି ଆସେ ତ ସନ୍ତାନ ତା ପାଇଁ। ତା ଗର୍ଭରୁ ଜନ୍ମ ନେଇ ତା ଅଧା ସୁଖ ଅଧା

ଦୁଃଖ ଜୀବନକୁ ଖୁସିରେ ଭରିଦିଏ ତାର ସନ୍ତାନ।ତାକୁ ଆଉସମୟ ମିଲେନି କାହା ଉପରେ ମାନମାରିବାକୁ କି କାହା ପାଇଁ ମନ ଉଦାସ ରହିବାକୁ।ସବୁ ଭଲମନ୍ଦ ହସଲୁହ ସୁଖଦୁଃଖ ଭୁଲିଯାଏ ତା ସନ୍ତାନ ପାଇଁ।ଯେମିତି ଗୋଟାଏ ଚାକିରି ମିଳିଯାଇଛି ତାକୁ। ତାରି ମୁହଁ କୁ ଦେଖି ସେ ସବୁକିଛି ଭୁଲିଯାଏ।ଗୋଟେ ଭଲ ଝିଅ ରୁ ଭଲ ସ୍ତ୍ରୀ ଆଉ ଗୋଟେ ଭଲ ମା ବି ହେଇଯାଏ।ସନ୍ତାନ ପାଖରେ ସେ ତା ପିଲାଦିନ କୁ ପାଇଯାଇ ନିଜକୁ ହଜେଇଦିଏ।ଏଇ କାହାଣୀରେ ହିଁ ନାରୀ ଜୀବନ ସରିଯାଏ।


ମୋ ଜୀବନରେ ଆରମ୍ଭ ହେବାକୁ ଯାଉଛି ଏଇ କାହାଣୀର ଗୋଟେ ନୂଆ ଅଧ୍ୟାୟ।ସବୁ ନାରୀଙ୍କ ପରି ମୋର ବି ନାରୀ ଜନ୍ମ ସାର୍ଥକ ଆଉ ପରିପୂର୍ଣ୍ଣ ହେବାକୁ ଯାଉଛି।ସବୁ ମା ମାନଙ୍କ ପରି ମୁଁ ବି ମାଆ ହେବାକୁ ଯାଉଛି। ବାସ୍ ଆଉ କେତେଟା ଦିନରେ ତୁ ଏ ଦୁନିଆକୁ ଆସିବୁ ମୋ କୋଳରେ ଜନ୍ମ ନେଇ,ହେଲେ ମତେ ଯେମିତି ଲାଗୁଛି ମୁଁ ଯେମିତି ତତେ ବର୍ଷ ବର୍ଷ ଧରି ଅପେକ୍ଷା କରିଛି। ଦଶ ମାସ ଦଶ ବର୍ଷ ପରି ଲାଗିଲାଣି ମତେ।ସତରେ ମା ହେବାର ଖୁସି ଦୁନିଆ ର ସବୁ ଖୁସି ଠାରୁ ଅଲଗା ଯୋଉ ଖୁସି କୁ କଳ୍ପନା କରିବନି।କି ତୁଳନା କରିହବନି କାହା ସହ।ଝିଅ ଜୀବନର ଅଭିନୟ କରୁକରୁ ସ୍ତ୍ରୀ ଜୀବନ ଟା ପରେ କେତେବେଳେ ମା ଜୀବନର ଅଭିନୟ ଚାଲିଆସେ ତା ଜୀବନକୁ କିଛି ଜଣାପଡିନି ତାକୁ।ଝିଅ ଆଉ ସ୍ତ୍ରୀ ହେଇ ମୁଁ ମୋ କର୍ତ୍ତବ୍ୟ କୁ ଠିକ୍ ରେ ପାଳନ କରିଛି କରିବାକୁ ବହୁତ୍ ଚେଷ୍ଟା କରିଛି ଆଉ ସେଥିରେ କେତେ ସଫଳତା ପାଇଛି ତାହା କେବେ ଆଶା କରିନି ଜାଣିବା ପାଇଁ ବାସ୍ ଚେଷ୍ଟା କରିଚାଲିଛି ସବୁ ଚରିତ୍ର କୁ ଗୁରୁତ୍ଵ ଦେବାପାଇଁ।ଏବେ ମୋ ସନ୍ତାନ ପାଇଁ କିଛି ବାକିରହିଛି ସବୁ ସ୍ନେହ ପ୍ରେମ ଶ୍ରଦ୍ଧା ଆଦର ଭଲପାଇବା କିଛି ମହତ୍ତ୍ପୂପୂର୍ଣ୍ଣ କର୍ତ୍ତବ୍ୟ ଆଉ ମୋ ମା ଜୀବନର ଅଭିନୟ।ଚେଷ୍ଟା କରିବି ତୋର ସବୁଠାରୁ ଭଲ ମା ହେବାପାଇଁ। ବାସ୍ ତୁ କୋଉଦିନ ମୋ ଘରେ ପାଦ ଦବୁ ଅପେକ୍ଷା କରିଛି ମୁଁ ତତେ।ସେଦିନ ଠାରୁ ମୋ ଘର ଅଗଣା ମୋ ପୁରା ପରିବାର ହସଖୁସିରେ ଫାଟିପଡୁଥିବ।ସଭିଙ୍କ ଖୁସିରେ ଏ ଘର ସ୍ୱର୍ଗ ସାଜିଥିବ।ମୋ କୋଳରେ କୁନି ଯାହା ହେଇ ଖେଳବୁ। ଆଉ ମୁଁ ତୋ ପାଇଁ ବିଶାଳ ଆକାଶ ସାଜି ତାରା ଗଣରେ ତତେ ଜନ୍ହ କରି ରଖିବି।ତୋ ହସରେ ମୋ ସଂସାର ହସୁଥିବ ।ମୋ ପଣତ କାନି ତୋ ପାଇଁ ତୋ ଦୁନିଆ ହୋଇଯାଇଥିବା।ମୋ ଏ ବେରଙ୍ଗ ଜୀବନରେ ତୁ ଲକ୍ଷେ ରଙ୍ଗ ଭରି ଆସିବୁ।ତୋ ଲୁହ ମୋ ଆଖି ରେ ଆଉ ମୋ ହସ ତୋ ମୁହଁରେ ଥାଉ।ତୋ ହସ ହସ ମୁହଁ କୁ ଦେଖି ମୋ ବାକି ଜୀବନ ପୁରାହେଇ ଚାଲୁଥାଉ।ମୋର ଯଶୋଦା କି ଦେବକୀ ହେବାର ଆଶା ଅଭିଳାଷା ନାହିଁ ଖାଲି ମା ପରି ମା ଟିଏ ହେବାକୁ ଚାହୁଁଛି। ମୁଁ ମା ହେଇ କେତେଯେ ଖୁସି ତାହା ଭାବିବାକୁ ବସିଲେ ଭାବନା ସରିବନି କି ଲେଖିବାକୁ ବସିଲେ ଲେଖା ସରିବନି ସବୁ ଅସମ୍ପୂର୍ଣ୍ଣ ହେଇ ରହିବ।ମା ହେବାର ଖୁସି ନିଜ ମନଭରି କାହାକୁ ବାଣ୍ଟି ହୁଏନି କେବଳ ଅନୁଭବ କରିହୁଏ।


Rate this content
Log in