STORYMIRROR

ରିଙ୍କି ପ୍ରଧାନ

Others

3  

ରିଙ୍କି ପ୍ରଧାନ

Others

ୱାଲ୍ ପେପର୍

ୱାଲ୍ ପେପର୍

2 mins
130

ମୁଁ କହିଥିଲି ନା ତମେ ଏକା ହିଁ ଅଲଗା ହେଇଯାଉଛ ନହେଲେ ତ ମୁଁ ଆମ ପ୍ରେମ ଭଲପାଇବା ଆମ ସଂପର୍କ କୁ ଏବେବି ଏକାଠି ବାନ୍ଧି ରଖିବାକୁ ଚାହେଁ। ଆମେ ଅଲଗା ହେବାନି ଚାହେଁ। 


ସେଦିନ ତମେ ମୋ କଥା ଶୁଣିବା ଅବସ୍ଥାରେ ନଥିଲ । କଣ ପାଇଁ ତୁମେ ଆମ ସମ୍ପର୍କ ରୁ ପଛକୁ ଫେରିଗଲ ମୋ ପାଖରୁ ହଠାତ୍ ଅଲଗା ହେଇଗଲ ମୁଁ ଆଜିବି ସେ ପ୍ରଶ୍ନ ର ଉତ୍ତର ପାଉନି।ମୋର ଭୁଲ କଣ ତମକୁ ଜୀବନ ଦେଇ ଭଲ ପାଇବାରେ ଥିଲା।


ଛାଡ଼ , ତମେ ସେଦିନ ଏତେ ବୁଝେଇ ବି ବୁଝିଲନି ଆଜି କଣ ବା ବୁଝିଥାନ୍ତ।ଆଜି ତୁମ ସହ ଦେଖା ଠିକ୍ ଆମ ପ୍ରଥମ ଦେଖା ପରି ଥିଲା।ତୁମ ଅଜାଣତରେ ତୁମେ ମୋ ସହ ଧକ୍କା ହେଇଗଲ ଆଉ ତୁମ ଫୋନ୍ ତୁମ ହାତରୁ ଖସି ତଳେ ପଡ଼ିଗଲା ଆଉ ମୁଁ ତଳୁ ଫୋନ୍ ଟିକୁ ଆଣି ଦେଲା ବେଳେ ଦେଖିଲି ଆଜିବି ତମେ ମୋ ସେ ଫୋଟ କୁ ତମ ଫୋନ୍ ୱାଲ୍ ପେପର୍ ରେ ସେଭ୍ ରଖିଛ। ଯୋଉ ଫଟୋ ତୁମକୁ ସବୁଠାରୁ ବେଶୀ ପସନ୍ଦ ଥିଲା ସେ ଫୋଟ ଦେଖି ତୁମେ କହିଥିଲ ଏ ଫଟୋ ତୁମର ସବୁଠାରୁ ସୁନ୍ଦର ମୁଁ ଏ ଫୋଟ କୁ ସବୁ ସମୟରେ ଦେଖିବାକୁ ଚାହେଁ ଆଉ ମୁଁ କହିଥିଲି ହଉ ତାହେଲେ ତୁମେ ତୁମର ଫୋନ୍ ର ୱାଲ୍ ପେପର୍ ରେ ରଖିଦିଅ ସେଦିନ ଠାରୁ ସେ ଫଟୋ ସବୁବେଳେ ଥିଲା ଯେତେଦିନ ମୁଁ ତୁମ ହୃଦୟରେ ଥିବି ସେତେଦିନ ମୋର ସେ ଫୋଟ ତୁମ ୱାଲ୍ ପେପର୍ ହେଇ ରହିଥିବ । ମୁଁ ବି ତୁମର ଫୋଟୋ କୁ ମୋ ଫୋନ୍ ର ୱାଲ୍ ପେପର୍ ରେ ରଖିଥିଲି ଯୋଉଟା ମୋର ସବୁଠାରୁ ଅଧିକ ପସନ୍ଦ। ।ସେ କଥା ତୁମେ ଭୂଳିନ ଆଜିବି ମୋ ଫୋଟୋ ତୁମେ ତୁମ ଆଖି ଆଗରେ ସବୁ ସମୟରେ ରଖିଛ।


ଆଜି ଏତେ ବର୍ଷ ପରେ ସେ ଫୋଟୋ ତୁମ ୱାଲ୍ ପେପର୍ ରେ ଅଛି । ମୁଁ ତୁମ ହୃଦୟରେ ଏବେବି ଅଛି। କିନ୍ତୁ ମୁଁ ତୁମ ଜୀବନରେ କୋଉଠି ନାହିଁ।ମୋ ପାଇଁ ତୁମ ଜୀବନରେ କିଛି ଜାଗା ନାହିଁ। 


ମୋ ଭଲପାଇବା ଏତେ ଗଭୀର ମୁଁ ଆଜି ଜାଣିଲି।ତୁମକୁ ଦେଖିକି ମନରେ ଗୋଟେ ନୂଆ ଆଶା ଉଙ୍କି ମାରିଥିଲା ଯେ ଆଜି ହୁଏତ ଆମେ ପୁଣି ଏକାଠି ହୋଇଯିବା। ସେଦିନ କଥା କୁ ପଛରେ ପକେଇ ଆମେ ଆଗକୁ ବଢ଼ିଯିବା ତୁମେ ପୁଣି ଥରେ ମୋର ହେଇଯିବ।କାରଣ ମୋ ପ୍ରେମ ତମ ହୃଦୟ ଭିତରେ ଆଜିବି ବଞ୍ଚିକି ଅଛି ମାରିଯାଇନି।ମୋ ମନ ଶେଫାଳୀ ଭଳି ସେଇଠି ଫୁଟି ସେଇଠି ମଉଳି ଗଲା। ତୁମକୁ ଫୋନ୍ ଦେଲି । ତୁମେ ବାସ୍ ଟିକେ ହସିଦେଇ ମୋ ଠାରୁ ବିଦାୟ ନେଇଗଲ। ଥରୁଟିଏ ପାଇଁ ପଛକୁ ଫେରି ଚାହିଁଲନି।


ମୁଁ ତୁମକୁ ଭୁଲି ଯାଇଛି ଆଉ ବହୁତ୍ ଆଗକୁ ବଢ଼ିଯାଇଛି ମୋ ଜୀବନରେ ବୋଧେ ଏହା ଭାବି ତୁମେ ପଛକୁ ଫେରି ଚାହିଁଲନି।ଯଦି ଥରୁଟିଏ ତୁମେ ମୋ ଫୋନ୍ ର ସେ ୱାଲ୍ ପେପର୍ ଦେଖିଥାନ୍ତ ତୁମେ ବି ମୋ ଭଳି ମନରେ ଥିବା ସବୁ ପ୍ରଶ୍ନ ର ଉତ୍ତର ପାଇ ଯାଇ ଥାନ୍ତ।କାହିଁକି ନା ଖାଲି ମୁଁ ନୁହେଁ ତୁମେ ବି ଆଜି ମୋ ହୃଦୟରେ ବଞ୍ଚିଛ। ମୁଁ ମୋ ଜୀବନରେ ଆଉ କାହାକୁ ଜାଗା ଦେଇନି ତୁମ ଛଡ଼ା।ତୁମର ସେ ଫଟୋ ଆଜିବି ମୋ ୱାଲ୍ ପେପର୍ ରେ ସେଭ୍ ଅଛି ଆଉ ରଖିଥିବ ମୋ ଶେଷ ନିଃଶ୍ୱାସ ଯାଏ।


Rate this content
Log in