STORYMIRROR

ରିଙ୍କି ପ୍ରଧାନ

Others

2  

ରିଙ୍କି ପ୍ରଧାନ

Others

ବାପା ତୁମେ ମନେ ପଡ

ବାପା ତୁମେ ମନେ ପଡ

2 mins
89

ବାପା, ନା ପଛରେ ଥିବା ଅର୍ଥ ରହସ୍ୟ ଆଉ ଭଲପାଇବା କୁ ବୁଝିଲାବେଳକୁ ମୁଁ ବାପାଙ୍କ ଠାରୁ ବହୁତ ଦୂରକୁ ଚାଲିଆସିଥିଲି।ଏତେ ଦୂରରେ ଆଜି ରହିଛି ଲାଗୁଛି ଯେମିତି ମୁଁ ତାଙ୍କ ବିନା ଅଧୁରା।ମୋ ହସ ଖୁସି ମୋ ଦୁନିଆ ସେ।ଦୁନିଆ ଆଗରେ ମୁଁ ତାଙ୍କ ଗେହ୍ଲା ଝିଅ ବୋଲି ପରିଚିତ।କୁହନ୍ତି ମୁଁ ଠିକ୍ ତୁମ ପରି ବାପା।ହେଲେ ବାପା ଆଜି ମୁଁ ତୁମ ବିନା ପୁରା ଏକୁଟିଆ ହେଇଯାଇଛି।ମୁଁ କଣ ଏତେ ବଡ ହେଇଗଲି ଯେ ମତେ ତମଠାରୁ ଏତେ ଦୂରକୁ ପଠେଇଦେଲ।ଆଜି ଯଦି କିଛି ବିପଦରେ ପଡୁଛି ତୁମ କଥା ବହୁତ୍ ମନେ ପଡୁଛି ବାପା।କାହିଁକି ନା ମତେ ଏକୁଟିଆ ସେ ବିପଦକୁ ସାମ୍ନା କରିବାକୁ ପଡୁଛି।ଆଗଭଳି ତମେ ନାହଁ ମୋ ପାଖରେ ଯେ,ମୋ ପିଠି ଥାପୁଡେଇ କହିବ,ତୁ ମୋ ଝିଅ ଟି

ତୁ କୋଉଠି ହାରିବୁନି।ଆଉ ଜମାଡରନି ତୋ ବାପା ତ ପାଖରେ ଅଛି।ଏଇ ସାହାସ ଟିକକ ମୋ ପାଇଁ ଆଜି ସ୍ବପ୍ନ ପାଲଟିଯାଇଛି।ବାପା ତୁମବିନା ଆଜି ସବୁଇଛା ପୁରା ହେଇକି ବି ଅଧୁରା।ତୁମେ ସବୁବେଳେ କହୁଥିଲ ନା ଭଲପିଲା ହେଇଯା ବୋଲି,ସତରେ ବାପା ଏବେ ମୁଁ ପୁରା ବଦଳିଯାଇଛି।କିନ୍ତୁ ତମେ ମୋ ପାଖରେ ନାହଁ ସାବାସ ଦବା ପାଇଁ। ବେଳେବେଳେ ତୁମକଥା ଏତେ ମନେପଡେ ନିଜକୁ ସମ୍ଭାଳିପାରେନି।

ମୋର ଗୋଟେ ଅଭ୍ୟାସ ତୁମର ମନେ ଅଛି ନା ବାପା।ଯୋଉଥିପାଇଁ ମୁଁ ସବୁବେଳେ ତୁମଠାରୁ ଗାଳିଶୁଣେ।

ସମସ୍ତଙ୍କୁ ଅତି ସହଜରେ ନିଜର ଭାବିନିଏ ଆଉ ବିଶ୍ୱାସ କରିପକାଏ। ମୁଁ ସମସ୍ତଙ୍କ ପାଖରେ ଠିଆ ହୁଏ ହେଲେ ଠିକ୍ ସମୟରେ ମୁଁ ନିଜକୁ ଏକୁଟିଆ ପାଏ ବାପା।ମୋ ପାଖରେ କେହି ଆସି ମୋର ସାଥ ଦିଅନ୍ତନି।ସେତେବେଳେ ଯୋଉ

ପରିସ୍ଥିତି ଆସେ ତାକୁ ସାମ୍ନା କରିବା ମୋ ପାଖେ ଅସମ୍ଭବ ହୋଇପଡେ।ବାପା ତୁମେ ମତେ ଏତେ ମଜବୁତ୍ କରି ଗଢ଼ିଚ ଯେ ମୁଁ ସବୁକିଛି ଏକାହିଁ ସମ୍ଭାଳି ନିଏ। ସବୁ ଦୁଃଖ କଷ୍ଟରୁ ମତେ ବଞ୍ଚେଇରଖିଲ ଏ ଜୀବନ ଯୋଉ କଷ୍ଟ ଦଉଛି ସେଥିରୁ ମତେ କିଏ ବଞ୍ଚେଇ ରଖିବ ବାପା।କିଏ ମୋ ସହ ରୁହନ୍ତୁ କି ନା ରୁହନ୍ତୁ ତୁମେ ସବୁବେଳେ ଏମିତି ମୋର ଧାର୍ଯ୍ୟ ଆଉ ସାହସ ହେଉ ରହିଥାଅ।ଦୁନିଆ କଥା ମୁ କାଲି ଶୁଣିନଥିଲି କି ଆଜିବି ସୁଣିବିନି,ବାସ୍ ତୁମେ ମତେ ସବୁବେଳେ ଏମିତି ସାହସ ଆଉ ଆତ୍ମବଳ ଦିଅ ମୁଁ ଏ ଦୁନିଆ ଜିତିକି ଦେଖେଇଦେବି।

ସତରେ, ବାପା ତୁମ ଝିଅ ହେଇ ଆଜି ମୁଁ ଗର୍ବିତ।ମୋ ପରି ଝିଅ ହିଁ ଜାଣିପାରିବେ ଗୋଟେ ଝିଅ ପାଇଁ ତାର ବାପା କଣ।

ଜୀବନରେ ସବୁକିଛି ଥାଇକି ବି ସବୁକିଛି ପାଇକି ବି ବାପାଙ୍କର ଅଭାବ କେବେ ପୁରା ହୁଏନି।ଯିଏ ଯେତେ ଅଧିକ ଭଲପାଉନା କାହିଁକି କିନ୍ତୁ ବାପାଙ୍କର ଭଲପାଇବା କାହାଠାରୁ ପାଇହୁଏନି।ଜୀବନରେ ବାପାଙ୍କର ଯୋଉ ଜାଗା

ତାକୁ କେହିବି ବି ନେଇପାରନ୍ତିନି।ବାପା ସବୁବେଳେ ବାପା।ସବୁବେଳେ ଜୀବନରେ ଇଶ୍ଵର ଙ୍କ ପରି ଚିର ନମସ୍ୟ।


Rate this content
Log in