ଖୁସି ପ୍ରଧାନ

Others

4.0  

ଖୁସି ପ୍ରଧାନ

Others

ମା'ର ମମତା

ମା'ର ମମତା

3 mins
124


ମା'ର ମମତାକୁ କଳନା କରିବା ଅସମ୍ଭବ। ଦୁନିଆର କୌଣସି ତୂଳୀ ମାର ମମତାର ତୁଳନା କରିପରେନା।ମା ଠାରୁ ବଡ଼ ଶଦ୍ଦ ନାହିଁ।ମା ଠାରୁ ବଡ଼ ଅର୍ଥ ନାହିଁ। ସେଥିପାଇଁ ତ ମା ଠାରୁ ବଡ଼ ମୂଲ୍ୟବାନ ଜିନିଷ ଆଉ କିଛି ନାହିଁ।ନିଜ ଜିବନର ଆୟୁଷକୁ ବାଜିରେ ଲଗେଇ ମମତାର ଗଙ୍ଗାଧାର ନଦୀ ବୁହାଇ ଆମକୁ ଜନ୍ମ ଦିଏ। ବିନାମୂଲ୍ୟରେ ସାରାଜୀବନ ଆମ ପାଇଁ ଅନେକ କିଛି କରିଯାଏ। ମା ସତରେ ତୁ ବଡ ମହାନ୍।ତୋ ସହ ଏ ସାରା ଦୁନିଆ ବି ସମାନ ହୋଇପାରିବନାହିଁ। ତୋ ପ୍ରେମ ଆଗରେ ସବୁ ପ୍ରେମ ଫିକାପଡ଼ିଯାଏ। ସବୁକିଛି ଛାର ଲାଗେ ତୋ ମମତା ଆଗରେ।ସବୁ ଶକ୍ତି ହାରମାନିଯାଏ ତୋ ମମତାର ଶକ୍ତି ଆଗରେ।ତୋ ବିଷୟରେ ଯେତେବେଳେ ଭାବେ ମୋ ଭାବନା ସବୁବେଳେ ଦ୍ଵନ୍ଦ ରେ ପଡ଼ିଯାଏ। ବହୁତ୍ ଗୁଡାଏ ଅଦେଖା ଅଜଣା ପ୍ରଶ୍ନ ଆସେ ମୋ ମନରେ ଯାହାର ଉତ୍ତର ମୁଁ କାହାଠୁ ବୁଝିପରେନି।


ମତେ ଜନ୍ମ ଦେବାପାଇଁ ତତେ କେତେ ଯେ କଷ୍ଟ ସହିବାକୁ ପଡ଼ିଥିବ। କେତେରାତି ତୁ ଅନିଦ୍ରା ହେଇ କଷ୍ଟ ପାଇଥିବୁ। ମୁଁ ପୁଅଟିଏ ଭାବିକି ତୁ ତୋ ମନକୁ ବୁଝେଇଥିବୁ। ମୁଁ ଝିଅଟିଏ ଭାବିକି ଟିକେ ଦୁଃଖ ପ୍ରକାଶ କରିଥିବୁ।କାରଣ ଏ ଘରକୁ ତ ଗୋଟେ ପୁଅ ଦରକାର୍ ଥିଲା।ମୋର ପିଲାବେଳ ମୋର କିଛି ମନେନାହିଁ। ମୁଁ ଝିଅଟିଏ ବୋଲି ମୋ ପାଇଁ ତତେ କେତେ ଲାଞ୍ଛନା ମିଳିଥିବ।କେତେ କଥା ସହିବାକୁ ପଡ଼ିଥିବ।ମୋ ମୁହଁକୁ ଚାହିଁ ତୁ ସବୁ ପଶୋରିଥିବୁ।ମୋ ପାଇଁ ତତେ କେତେ ଲଢେଇ କରିବାକୁ ପଡ଼ିଥିବ ମୁଁ ଅନୁଭବ କରିପାରିଛି ମା। ମୁଁ ତୋର ଝିଅଟିଏ ବୋଲି ତତେ ଏ ଘରେ କେବେ ସମ୍ମାନ ମିଳିନି। କାହିଁକି ନା ତୁ ଏ ଘରକୁ ଗୋଟେ ପୁଅଟିଏ ଦେଇପାରିନୁ।ମୋର ଦୁର୍ଭାଗ୍ୟ ମୁଁ ତୋ କୋଳରେ ଜନ୍ମ ହେଲି ଆଉ ତତେ ଏତେ କଷ୍ଟ ସହିବାକୁ ପଡୁଛି। ଏ ସମାଜ ଖାଲି ଦେଖେଇ ହୁଏ କି ଝିଅ ହେଉଛି ଘର ପାଇଁ ଲକ୍ଷ୍ମୀ ପ୍ରତିମା ବୋଲି। କିନ୍ତୁ ଅସଲରେ ମନଭିତରେ ଆଶା ରଖେ ଗୋଟେ ପୁଅର। ଏ ସମାଜ ଆଜିବି ନୀଚ ନଜରରେ ଦେଖେ ଝିଅମାନଙ୍କୁ।ମୋ ନିଜ ଘରେ ପରିବାରରେ ମୋ ସାହି ପଡିଶାରେ ଆଜିବି ମତେ ଭଲ ପାଇବା ମିଲେନୀ ମୁଁ ଝିଅଟିଏ ବୋଲି।ସବୁବେଳେ ଖାଲି ଶୁଣେ ତୁ ତ ଝିଅଟିଏ ତୁ କଣ ପଇସା ଖର୍ଚ୍ଚ କରିବୁ। ତୁ ତ ଝିଅଟିଏ ତୁ କଣ ଭଲ ଖାଇବୁ। ତୁ କଣ ସବୁବେଳେ ନୂଆ ଡ୍ରେସ୍ ପିନ୍ଧିଥିବୁ। ତୁ କଣ ସବୁଆଡେ ବୁଲିବାକୁ ଯିବୁ। ତୁ ତ ଝିଅଟିଏ ତୁ ଘରଭିତରେ ରହିବୁ।


ସବୁ ସୁଖ ସୁବିଧା ଖାଲି ପୁଅ ମାନଙ୍କ ପାଇଁ ହେଲେ ଝିଅ ପାଇଁ କିଛି ନାହିଁ। ଝିଅମାନଙ୍କ ପାଇଁ କଣ ପାଇଁ ଏତେ ଅନ୍ୟାୟ କେଜାଣି। ଏ ସମାଜର ପାଷାଣ ହୃଦୟ କେବେ ତରଳିବ କେଜାଣି। କୋଉ ଦିନ ଝିଅ ମାନଙ୍କର ମୂଲ୍ୟକୁ ବୁଝିବେ ପୁଅ ଆଉ ଝିଅ ସଭିଏଁ ସମାନ ବୋଲି ମନରୁ ଗ୍ରହଣ କରିବେ। ସେ ଯାହା ହେଉ ମୋ ମା ତା ଖୁସି ଅଛି ଝିଅଟିଏ ଜନ୍ମ ଦେଇ।ମତେ ନେଇ କେତେ ଗର୍ବ ଅନୁଭବ କରି କହୁଚି ମୁଁ ତା ସୁନା ଝିଅ ବୋଲି ।ସେତିକି ମୋ ପାଇଁ ଯଥେଷ୍ଟ।ମତେ ଯାହା ମିଳିଛି ମୋ ମାଆ ଠାରୁ।ଯାହା ଶିଖିଛି ମାଆ ଠାରୁ।ସବୁକିଛି ପରିବର୍ତ୍ତନ ଦେଖିଛି ହେଲେ ମୋ ମାଆ ର ମମତା କେବେ ବଦଳିନି କି ବଦଳିବନାହିଁ କେବେହେଲେ। ମୁଁ ନିଜେ ଧନ୍ୟ ତୋ ପରି ମାଆ ଠାରୁ ଜନ୍ମ ନେଇ ତୋ ପରି ମାଆ ପାଇ।ତୋର ଏ ମମତା ମତେ ଭଲ ମଣିଷ କରି ଗଢିବାରେ ସାହାଯ୍ୟ କରିଛି।ତୋ ସ୍ନେହ ପ୍ରେମ ଶ୍ରଦ୍ଧା ଆଦର ସବୁ ମତେ ଆଗକୁ ଯିବାପାଇଁ ପ୍ରେରଣା ଦେଇଛି ମା। ମୁଁ ଝିଅଟିଏ ସତ୍ତ୍ଵେ ବି ତୁ ତୋ ଭଲପାଇବା ଶ୍ରଦ୍ଧା ଆଦର ମମତାରେ କେବେ ଉଣା କରିନୁ।ତୋ ସ୍ନେହ ମମତା ସବୁ ଅଜାଡି ଦେଇଛୁ ମୋ ପାଖରେ।ଏଇଟା ତ ମାଆର ଗୋଟେ ସଂଘର୍ଷ।ସତେ ଯେମିତି କହୁଚି ହେ ସମାଜ ତୁ ଏ ଝିଅ ଜନ୍ମକୁ ଖୁସିରେ ଗ୍ରହଣ କରେ।ଯେମିତି ମୁଁ ମା ହେଇ ଗ୍ରହଣ କରିଛି। ଏଇ ଆଶା ଟିକେ ରଖି ଆଜିବି ଲଢ଼ୁଛି ତା ଝିଅ ପାଇଁ,ମା ଆଉ ତାର ମମତା।


Rate this content
Log in