Gitanjali Pujapanda

Children Stories Children

3.4  

Gitanjali Pujapanda

Children Stories Children

ଚୂନି

ଚୂନି

3 mins
227



ହେ ମାଆ ଦେଖ ସେ ମତେ କେମିତି ଆଖି ତାରଟି ଚାହିଁଛନ୍ତି ମତେ ଡର ଲାଗୁଛି ।ତୁ କେମିତି ଜାଣିଲୁ ସେ ତତେ ଚାହିଁଛନ୍ତି ବୋଲି ତୁ ତାଙ୍କୁ ଚାହିଁଲାରୁ ଜାଣିଲୁ ନା ସେ ପଟକୁ ଚାହିଁ ନା ଆମ କାମ ସାରି ଆମେ ଚାଲିଯିବା ।ଚୂନିର ବୋଉ ଚୂନିର ପ୍ରଶ୍ନର ଉତ୍ତର ଦେଉ ଥିଲା ।ଚୂନି ଛଅ ବର୍ଷର ଛୋଟ ଝିଅ ପିଲାଟିଏ ବସ୍ତିରେରୁହେ ।ମାଆ ବାପା ତାର ମୂଲ ଲାଗି ଚଳନ୍ତି ତା ଉପରେ ଗୋଟେ ଭାଇ ଆଉ ଭଉଣୀ ।ଭଉଣୀର ବାହାଘର ସରିଥାଏ ଯେତେବେଳେ ତାକୁ ପାଞ୍ଚ ବର୍ଷ ହେଇଥିଲା ନାନୀକୁ ତାର ପନ୍ଦର ବର୍ଷ ଭାଇକୁ ଏଗାର ବର୍ଷ ସମସ୍ତେ ମୂଲ ଲାଗୁଥିଲେ ଛୋଟ ପିଲା ବେଳୁ ପେଟ ପାଇଁ ଖାଲି ଯାହା ।ହେଲେ ଚୂନିକୁ କେହି କଷ୍ଟ ଦେଉ ନଥିଲେ କାରଣ ସେ ଛୋଟ ପିଲା ଥିଲା ।ପଇସାର ଅଭାବ ବହୁତ ଥିଲା ତାଙ୍କର ଚୂନି ଘର ପାଖରେ ଏକ ପିଲାମାନଙ୍କର ପାଇଁ ଏକ ପାର୍କ ତିଆରି ହେଇଛି ନୂଆ ନୂଆ ବହୁତ ପିଲା କିଏ ତା ବାପା ସହିତ ଆସି ଖେଳୁଥାଏ ତ କିଏ ମାଆ ସହିତ ଆଉ କିଏ କିଏ ଘରର ବଡ଼ ମଣିଷମାନଙ୍କର ସହିତ ଆସି ଖେଳୁଥାନ୍ତି ।

ଚୂନିର ଭାରି ଇଚ୍ଛା ଖେଳିବାକୁ ବଡ଼ ବଡ଼ରଙ୍ଗୀନ ଫୁଟବଲ ଆଉ ବିଭିନ୍ନ ପ୍ରକାର ଖେଳନାରେ ହେଲେ ପାଖରେ ପଇସାର ଅଭାବ ବେଶ ଜଣା ପଡୁଥାଏ ଖାଲି ଆଖିକୁ ତାରଟିକୁ ଚାହିଁ ଦେଖି ନିଜକୁ ସନ୍ତୋଷ କରିବା ଛଡା ଆଉ କିଛି ବିକଳ୍ପ ନ ଥାଏ ।କାହାକୁ କିଛି ନ କହିଲେ ମଧ୍ୟ ତା ବୋଉ ତା କଥା ବୁଝନ୍ତି ଝିଅକୁ କିଛି ଦେଇପାରୁ ନ ଥିବାରୁ ମନ ମଧ୍ୟରେ ଦୁଃଖ ଆସେ ହେଲେ ଚୂନିକୁ ସେ ସବୁ ଭଲ ଗୁଣ ଶିଖେଇ ଥାନ୍ତି ଚୋରି କରି ବା କାହାଠାରୁ ଜୋର କରି ଜିନିଷ ଛଡାଇ ନେଇ ନିଜର କରିବା ସବୁ ଖରାପ ବୋଲି ଉଲ୍ଲେଖ କରିଥିଲେ ।ପଇସା ଅଭାବରେ ମଧ୍ୟ ସେ ଭଲ ଜିନିଷ କିଣି ଖାଇ ପାରୁନ ଥିଲା ସବୁଦିନ କିନ୍ତୁ ପାର୍କ ଯାଏ ସେ କିଛି ମନୋରଞ୍ଜନ କରିବା ପାଇଁ ନିଜର ।ଜଣେ ଭଦ୍ର ବ୍ୟକ୍ତି ସବୁଦିନ ସେ ପାର୍କକୁ ଯାଅନ୍ତି ନିଜ ଛୋଟ ନାତୁଣୀ ସହ ସେ ବି ଚୂନି ବୟସର ଚୂନିକୁ ଦୂରରୁ ଦେଖୁଥାନ୍ତି ସେ ସବୁ ଦିନ ।

 ବୟସ ତାଙ୍କର ପାଖାପାଖି ପ୍ରାୟ ଷାଠିଏ ବର୍ଷର ବୃଦ୍ଧ ।କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ ।ସବୁ ଦିନ ନାତୁଣୀକୁ ନେଇ ପାର୍କ ଆସନ୍ତି ।ନାତୁଣୀ ତାଙ୍କର ଭଳିଭଳି ଡ୍ରେସ ପିନ୍ଧି ସୁନ୍ଦର ବେଶ ଭୁଷାରେ ଖେଳିବାକୁ ଆସେ ।ଗୋଟେ ଦିନର ଘଟଣା ଭଦ୍ର ବ୍ୟକ୍ତି ଜଣକ ପାର୍କରେ ବସିଥାନ୍ତି ତାଙ୍କ ଛାତିରେ ଯନ୍ତ୍ରଣାର ଅନୁଭବ କରନ୍ତି ସମସ୍ତେ ସମସ୍ତଙ୍କର ଖେଳରେ ବ୍ୟସ୍ତ ଥିବା ଅଵସ୍ଥାରେ କେହି ତାଙ୍କୁ ନଜର କରନ୍ତି ନାହିଁ ମାତ୍ର ଚୂନିକୁ ସେ ସବୁବେଳେ ଗୋଟେ ମେଠେଇ ଦିଅନ୍ତି ପାଖକୁ ଡାକି ଚୂନି କିଛି ନ କହି ନେଇ ଦଉଡି ପଳାଏ ,କାରଣ ତା ବୋଉ ତାକୁ କହିଛନ୍ତି ଅଜଣା ଅଶୁଣା ଲୋକ ପାଖକୁ ଯିବୁନି କି କିଛି ଜିନିଷ ତାଙ୍କ ଠାରୁ ନେ ବୁନି ହେଲେ ଚୂନି ମିଠେଇର ଲୋଭ ସମ୍ଭାଳି ନ ପାରି ଚାଲିଯାଏ ତାଙ୍କ ପାଖକୁ ଓ ମିଠେଇ ନେଇ ଦଉଡି ପଳାଏ ଯେତେ ଡାକିଲେ ଶୁଣେ ନାହିଁ ।

ସେ ଦିନ ମିଠେଇ ନେବା ବାହାନାରେ ତାଙ୍କ ପାଖକୁ ଯାଇଥିଲା ସେ ହେଲେ ସେ ସେତେବେଳେ ଛାତିର ଯନ୍ତ୍ରଣାରେ ଛଟପଟ ହେଉଥିଲେ ।କେହି ବି ପାଖରେ ନ ଥିଲେ ।ଚୂନି ତାଙ୍କୁ ଦେଖି କିଛି ବୁଝି ନଥିଲା ତା ପାଟିରୁ ବାହାରିଲା କଣ ହେଲା ତା ମନେ ପଡିଗଲା ବାବୁ ସବୁ ବେଳେ ପାର୍କରେ ବସିଲା ବେଳେ ପକେଟରୁ ତାଙ୍କର ଗୋଟେ ବଟିକା କାଢି ଖାଇଥାନ୍ତି ଆଜି କଣ ଖାଇନାହିଁନ୍ତି କି ??ସେ ଆଖପାଖ କିଛି ବଡ଼ ଲୋକ ଙ୍କୁ ଡାକିଲା

ଆଉ ସମସ୍ତଙ୍କୁ ଜଣେଇଲା ।ସେଠାରେ କିଛି ଡାକ୍ତର ମଧ୍ୟ ତାଙ୍କ ପିଲାକୁ ନେଇ ଆସିଥିଲେ ।ସେମାନଙ୍କର ତୁରନ୍ତ ଉପଚାରରେ ବାବୁ ଠିକ ଅନୁଭବ କଲେ ସେତେବେଳେକୁ ନାତୁଣୀ ତାଙ୍କର ପାଖକୁ ଆସି ସରିଥାଏ ।କିଛି ଲୋକଙ୍କର ସାହାଯ୍ୟ ସହଯୋଗରେ ସେ ତାଙ୍କ ଘରକୁ ପହଞ୍ଚିଗଲେ।ଚୂନି ଆସି ସବୁ କଥା ତା ବୋଉଙ୍କୁ ଜଣେଇଲା ତା ବୋଉ କହିଲେ ଚୂନି କାହାର ଉପକାର କରିବା ସବୁ ଠାରୁ ଭଲ କଥା ।

ତୋ ଯୋଗୁ  ତାଙ୍କ ଜୀବନ ଆଜି ବଞ୍ଚିଗଲା ବହୁତ ଭଲ ହେଲା ।

କିଛି ଦିନ ପର୍ଯ୍ୟନ୍ତ ଚୂନି ପାର୍କରେ ବାବୁ ଙ୍କୁ ଦେଖିବାକୁ ପାଇଲା ନାହିଁ ।ଭାବିଲା ବାବୁ ବୋଧେ ଦେହ ଖରାପ ଯୋଗୁଁ ଆସୁ ନାହାନ୍ତି ମିଠେଇ ଖାଇବା ପାଇଁ ମନ ହେଲେ କଣ କରିବ ବାବୁ ତ ନାହାନ୍ତି ।ସବୁ ଦିନ ଯାଏ ପାର୍କକୁ ମନ ଦୁଃଖରେ ଫେରି ଆସେ ।

ଗୋଟେ ଦିନ ମୁହଁ ଶୁଖେଇ ବସିଥାଏ ଘରେ କିଏ ଗୋଟେ ଡାକିଲା ପରିଲାଗିଲା ।ବାହାରକୁ ଆସି ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ।ବାବୁ ତା ଘର ଖୋଜି ଖୋଜି ତା ସାମ୍ନାରେ ସେ ନିଜକୁ ବିଶ୍ୱାସ କରିପାରୁ ନ ଥାଏ ତା ପାଟିରୁ ବାହାରିଲା ବାବୁ ତମେ !!ହଁ ଚୂନି ମୁଁ ତୁ ମୋ ଜୀବନ ବଞ୍ଚେଇଛୁ ତୁ ନ ଥିଲେ ଆଜି ମୁଁ ଏଠି ନ ଥାନ୍ତି ଆଜିଠାରୁ ତୋର ସବୁ ଦାଇତ୍ୱ ମୋର କହି ଚୂନିର ବାପା ବୋଉକୁ ବହୁତ ଧନ୍ୟବାଦ ଦେବା ସହ ଚୂନି ପାଇଁ ବହୁତ ମେଠେଇ ସହିତ ନୂଆ ଡ୍ରେସ ମଧ୍ୟଆଣିଥିଲେ ଚୂନି ବହୁତ ଖୁସି ଥିଲା କେତେ ଉପହାର ତାକୁ ମିଳିଥିଲା ତା ଭଲ ଗୁଣ ଯୋଗୁଁ ।ଆଖି ତାର ତରାଟି ଯାଉଥିଲା ଉପହାର ଗୁଡିକ ଦେଖି ।

ସେଥିରୁ ତା ଇଂରାଜୀ ସ୍କୁଲର ୟୁନିଫର୍ମ ଦେଖି ଆହୁରି ଖୁଶି ହେଇଯାଉଥିଲା ସେ ନୂଆ ନୂଆ ସ୍ୱପ୍ନ ସବୁ ଆଖିକୁ ଆସୁଥିଲା ତାର ତା ସହିତ ବାବୁ ତାକୁ ଦେଇଥିବା ନୂଆ ଫୁଟବଲ ମଧ୍ୟ।

ବହୁତ ଖୁସି ଥିଲା ସେ ବାବୁ କହିଲେ ଚୂନି ଆଜିଠାରୁ ତୋର ମୋର ସାଙ୍ଗ ମାନେ ବଏ ଫ୍ରେଣ୍ଡ ଆଉ ଗ୍ୟାଲପ୍ରେଣ୍ଡ ମୋ ଗ୍ୟାଲଫ୍ରେଣ୍ଡ ହେବୁ ଟି ଚୂନି ସେକଥା ଶୁଣି ମୁହଁକୁ ବୋଉ ପଣତରେ ଲୁଚାଉ ଥିଲା ହସି ହସି।ବୋଉ ତାର କୃତଜ୍ଞତା ସହିତ ହାତ ଯୋଡ଼ି ଛିଡା ହୋଇଥିଲେ ।



Rate this content
Log in