Subal Mohapatra

Others

5.0  

Subal Mohapatra

Others

ଚୁଡା

ଚୁଡା

1 min
7.7K


()

ସକାଳୁ ସକାଳୁ ପୁଅ ମା କୁ ଖାଇବାକୁ ମାଗିଲା I

ପୁଅ-- ମା , କଣ ଦି’ଟା ଦେଲୁ ଖାଇବି I

ମା-ଚୁଡା କଦଳୀ ଦେବି ?

ପୁଅ- ହେଃ, ଚୁଡା କଦଳୀ କଣ ସବୁ ମଣିଷ ଖାଆନ୍ତି ?

ମା- ଆଉ, ଚୁଡା ସନ୍ତୁଳା କରିଦେବି?

ପୁଅ- ହେଃ, ମୁଁ କଣ ଗାଁ ରୁ ଆଇଚି ? ଚୁଡା ଖାଇବି I

ମା- ମୁଢି ଦି ଟା ଦେବି ମିକ୍ସଚର ପକେଇ ଚୋବେଇବୁ?

ପୁଅ-- ହେଃ , ତୁ ଛାଡ଼ I ମୁଁ ଯାଉଛି ମକରା ଦୋକାନ ରୁ କଣ ଟିକେ ଖାଇଦେବି I

()

ପୁଅ ରହୁଛି ଗୁଜରାଟ ରେ I କାମ କରୁଛି ସଫ୍ଟଓୟାର କମ୍ପାନୀ ରେ..

ପୁଅ (ଦୋକାନୀ କୁ)—ଭାଇ, ପୋହା ପ୍ଲେଟ ( ବଡ ଚାମଚ) କେତେ ?

ଦୋକାନୀ-- ୧୫ ଟଙ୍କା !

ପୁଅ-- ପ୍ଲେଟ ଦେଲ I ଆଉ ମମରା ପ୍ୟାକେଟ କେତେ ?

ଦୋକାନୀ-- ୧୦ ଟଙ୍କା !

ପୁଅ-- ଟା ଦିଅ I

ପୁଅ ଖାଇ ଖାଇ ଅଫିସ ଗଲା ବେଳେ ମା କଥା ତାର ମନେ ପଡୁଥିଲା I

ବି.ଦ୍ର. ଗୁଜରାଟ ରେ ପୋହା - ଚୁଡା ସନ୍ତୁଳା , ମମରା - ମୁଢି


Rate this content
Log in