STORYMIRROR

Maitreyee Kamila

Others

3  

Maitreyee Kamila

Others

ଚିଠି ମୋ ଠାକମାଙ୍କୁ

ଚିଠି ମୋ ଠାକମାଙ୍କୁ

1 min
26

ଚିଠି


ଆଜି ତୁମ କଥା ବହୁତ ମନେ ପଡୁଛି ଠାକମା। ଚିଠି ଲେଖିବାକୁ କୁହାଯାଇଛି,ତୁମ ଛଡ଼ା ଆଉ ମୋର ନିଜର କିଏ ଅଛି କୁହ ଯିଏ ମୋତେ ମୋ ଠୁ ବେଶି ବୁଝିପାରିବ। ତୁମେ ଯିବାର ଛଅ ବର୍ଷ ବିତିଗଲାଣି।ତଥାପି ଏମିତି ଗୋଟେ ଦିନ ନାହିଁ ମୁଁ ମନେ ନ ପକେଇଛି ତୁମକୁ। 

  ଜାଣିଛ ଘରେ ଏବେ ତୁମ ଅଣନାତୁଣୀ ର ରାଜ ଚାଲିଛି। ପୁରା ଘରକୁ ମଜେଇ ରଖିଛି। ସମସ୍ତଙ୍କୁ କଥା କହି ହସଉ ଥିବ। ତା ସହ ଦିନେ କଥା ନ ହୋଇ ରହି ପାରେନି ମୁଁ।

  ଆଉ କଣ କହିବି।ତୁମ ଦୁଇ ଜଣଙ୍କଠୁ ଯାହା ଶିଖିଛି ଏ ଜୀବନ ପାଇଁ ଭୁଲିପାରିବିନି ।ପରିସ୍ଥିତିକୁ ମୁକାବିଲା କରିବାର ଶକ୍ତି ପାଇଛି ତୁମ ଠୁ। ବହୁତ କଥା ଅଛି କହିବାକୁ।ହେଲେ ସବୁ କଣ ଲେଖି ହେବ।

ଏବେର ଯୁଗ ମୋବାଇଲ ଇଣ୍ଟେରନେଟର ଯୁଗ।ସବୁ ଘରେ ଘରେ ଗୋଟେ କାହାଣୀ। ଘର ଭିତରେ ଚାରିଜଣଙ୍କର ଚାରିଟା ମୋବାଇଲ।କେହି କାହା ସହ କଥା ହେଇ ପାରୁ ନାହାନ୍ତି। ସେ ସମୟ ଅଲଗା ଥିଲା।ଆମେ ସବୁ କଥା ଗପୁ ଥିଲେ।ଏବେ ମୋବାଇଲ ସବୁ।ଯାହା କହିବ ଚାଟିଂ କରି।ଯାହା ଶୁଣିବ ସେଇଥିରୁ। 

 ଆଉ ଗୋଟେ ଶେଷ କଥା।ଏବେ ୨୦୨୦ମସିହା।କରୋନା ନାମକ ରୋଗ ଆସିଛି ଖାଲି ଛୁଇଁ ଦେଲେ ମାତିବ। ଲୋକ ସବୁ ଘରେ ଗୃହ ବନ୍ଦୀ। ସାରା ପୃଥିବୀରେ ଚହଳ ପଡିଛି। ପିଲାମାନେ କେହି ସ୍କୁଲ କଲେଜ ଯାଉ ନାହାଁନ୍ତି।ସବୁ ଘରେ ବସି ମୋବାଇଲ ରେ ଅନ ଲାଇନ ପାଠ ପଢୁଛନ୍ତି।

ସମୟ ବହୁତ କଠିନ। ସବୁବେଳେ ନିଜେ ପରିଷ୍କାର ରହି ସଜାଗ ହେବାକୁ ପଡେ।

ଆଜି ପାଇଁ ଏତିକି । ରହୁଛି

 ଇତି, ତୁମର 

ପ୍ରିୟ ନାତୁଣୀ


ମୈତ୍ରେୟୀ କମିଳା


Rate this content
Log in