STORYMIRROR

Bidulata Sahoo

Others

3  

Bidulata Sahoo

Others

ଚିରାଲୁଗା

ଚିରାଲୁଗା

1 min
157

ଲକ୍ ଡାଉନ ଯୋଗୁ ଏବେ ସବୁ ଦୋକାନ ଖୋଲୁନି |ମୁଁ ବଜାରକୁ କିଛି ସଉଦା ଆଣିବାକୁ ଯାଇଥାଏ |ସଉଦାଦୋକାନ ପାଖରେ ଗୋଟେ ଲୁଗାଦୋକାନ |ସେଇଟା ବନ୍ଦ ଥାଏ |

           ସେ ଦୋକାନ ଆଗରେ ଥିବା ଛୋଟ ବାରଣ୍ଡାରେ ଗୋଟିଏ ସ୍ତ୍ରୀଲୋକ ସଦ୍ୟ ଛୁଆଟିଏ ପ୍ରସବ କରିଥାଏ |ଛୁଆଟି ମାଆର ପିନ୍ଧା ଲୁଗାକାନିରେ ପଡିଥାଏ |

          ତା ପାଖରେ ଜଣେ ଲୋକଥାଏ |ବୋଧହୁଏ ସେ ପିଲାର ବାପା ହେବେ |ସେ ବିକଳ ହୋଇ ସଉଦା ଦୋକାନରେ ଛିଡା ହୋଇଥିବା ସବୁ ଲୋକଙ୍କୁ ନେହୁରା ହେଉଥାଏ ମୋତେ ଖଣ୍ଡେ ଚିରାଲୁଗା କିଏ ଦିଅ |ମୋ ପୁଅ ତଳେ ପଡିଛି |ତା କଥା କେହି ଶୁଣୁ ନଥାନ୍ତି |


ଲୋକଟି ମୋ ପାଖକୁ ଆସି ବି ସେଇ କଥା କହି କାନ୍ଦି ପକାଇଲା |ମତେ ଭାରି ବିକଳ ଲାଗିଲା |ମୁଁ ଘରକୁ ଆସି ଦୁଇ ଖଣ୍ଡ ପୁରୁଣା ଲୁଗା ଓ ଖଣ୍ଡେ ଚିରା ବେଡସିଟ ନେଇ ତାକୁ ଦେଲି | ସେ ମୋ ଠାରୁ ସେ ଚିରାପୁରୁଣା ଲୁଗା ଓ ବେଡସିଟ ନେଇ ଏତେ ଖୁସି ହେଲା ସତେ ଯେମିତି ତାକୁ ପାଟ କି ମଠା ମିଳି ଯାଇଛି |


Rate this content
Log in